ଚଳନ୍ତା କାର୍‌ରେ ୨ ସ୍କୁଲ ପିଲାଙ୍କୁ ହତ୍ୟା, ରାସ୍ତା କଡ଼ ନାଳରୁ ମିଳିଲା ମୃତଦେହ

କୋଲକାତା: ଅପହରଣର ଦୁଇ ସପ୍ତାହ ପରେ କୋଲକାତାର ମୁଖ୍ୟ ରାସ୍ତା ଦେଇ ଯାଇଥିବା ନାଳରୁ ଦୁଇ ସ୍କୁଲ ପିଲାଙ୍କ ମୃତଦେହ ମିଳିଛି। ସେମାନଙ୍କୁ ଅପହରଣ ପରେ ଚଳନ୍ତା କାରରେ ତଣ୍ଟିଚିପି ହତ୍ୟା କରାଯାଇଥିଲା। ଏହାପରେ ଉଭୟଙ୍କ ମୃତଦେହକୁ ରାସ୍ତା କଡ଼ ନାଳରେ ଫିଙ୍ଗି ଦିଆଯାଇଥିଲା। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ହେଲେ ମୁଖ୍ୟ ଅଭିଯୁକ୍ତ ସତ୍ୟେନ୍ଦ୍ର ଚୌଧୁରୀ ସମେତ ଆଉ ଜଣେ ଅଭିଯୁକ୍ତ ଫେରାର ରହିଛି। ସେମାନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ […]

police

  • Published: Tuesday, 06 September 2022
  • , Updated: 06 September 2022, 10:33 PM IST

କୋଲକାତା: ଅପହରଣର ଦୁଇ ସପ୍ତାହ ପରେ କୋଲକାତାର ମୁଖ୍ୟ ରାସ୍ତା ଦେଇ ଯାଇଥିବା ନାଳରୁ ଦୁଇ ସ୍କୁଲ ପିଲାଙ୍କ ମୃତଦେହ ମିଳିଛି। ସେମାନଙ୍କୁ ଅପହରଣ ପରେ ଚଳନ୍ତା କାରରେ ତଣ୍ଟିଚିପି ହତ୍ୟା କରାଯାଇଥିଲା। ଏହାପରେ ଉଭୟଙ୍କ ମୃତଦେହକୁ ରାସ୍ତା କଡ଼ ନାଳରେ ଫିଙ୍ଗି ଦିଆଯାଇଥିଲା। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ହେଲେ ମୁଖ୍ୟ ଅଭିଯୁକ୍ତ ସତ୍ୟେନ୍ଦ୍ର ଚୌଧୁରୀ ସମେତ ଆଉ ଜଣେ ଅଭିଯୁକ୍ତ ଫେରାର ରହିଛି। ସେମାନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।

ଦୁଇ ସପ୍ତାହ ତଳେ ଘଟିଥିବା ଅପହରଣ ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବା ପରେ ମୃତଦେହ ଉଦ୍ଧାର କରିଥିଲା। ଅଗଷ୍ଟ ୨୨ରେ ଦୁଇ ଜଣ ସ୍କୁଲ ପିଲାଙ୍କୁ ଅଭିଯୁକ୍ତମାନେ ଅପହରଣ କରିଥିଲେ। ଅପହରଣର କିଛି ସମୟ ମଧ୍ୟରେ ହିଁ ଉଭୟଙ୍କୁ ଚଳନ୍ତା କାରରେ ହତ୍ୟା କରାଯାଇଥିଲା। ଏହାପରେ ରାସ୍ତା କଡ଼ ନାଳରେ ମୃତଦେହକୁ ଫିଙ୍ଗି ଦିଆଯାଇଥିଲା।

କୋଲକାତାର ବାଗିହାତି ଅଞ୍ଚଳରୁ ଅତୁନ ଦେ ଓ ଅଭିଷେକ ନାସ୍କର ଅପହରଣ ହେବା ପରେ ପୂରା ହଇଚଇ ସୃଷ୍ଟି ହୋଇଥିଲା। ଅଭିଯୁକ୍ତମାନେ ଅତୁନଙ୍କ ପରିବାର ଲୋକଙ୍କୁ ୫୦ ହଜାର ଟଙ୍କା ମାଗିଥିଲେ। ହେଲେ ଅଭିଷେକଙ୍କ ଘରକୁ କୌଣସି ଫୋନ ଯାଇ ନଥିଲା। କେବଳ ପ୍ରମାଣ ନଷ୍ଟ କରିବାକୁ ସେମାନେ ଅଭିଷେକଙ୍କୁ ହତ୍ୟା କରିଥିଲେ। ପୁଲିସ୍‌ କହିଛି ଯେ ଅଭିଯୁକ୍ତମାନେ କେବଳ ୫୦ ହଜାର ଟଙ୍କାରେ ଗୋଟିଏ ବାଇକ କିଣିବା ପାଇଁ ଏପରି ଅପହରଣ ଓ ପରେ ହତ୍ୟାକାଣ୍ଡ ଘଟାଇଛନ୍ତି।

ପୁଲିସ୍‌ ତଦନ୍ତରେ ଅବହେଳା କରିଥିବାରୁ ଏତେ ବଡ଼ ଘଟଣା ଘଟିଥିବା ପୀଡ଼ିତଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ହେଲେ ଏହାକୁ ପୁଲିସ ଖଣ୍ଡନ କରିଛି। ବିଧାନଗର ପୁଲିସ୍‌ ଅଫିସ ବିଶ୍ୱଜିତ ଘୋଷ କହିଛନ୍ତି, ଆମେ ସବୁ ପ୍ରକାରର ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରିଥିଲୁ। ଏହି ସମୟରେ ମୁଣ୍ଡଜାମିନ ପାଇଁ ଟଙ୍କା ମଗାଯାଇଥିଲା।

ତେବେ ଅପହରଣକାରୀଙ୍କ ଠିକଣା ମିଳି ପାରି ନଥିଲା। ଅପହରଣ ପରେ ଟଙ୍କା ମଗାଯାଇଥିବାରୁ ଆମେ ସବୁ ପ୍ରକାରର ସତର୍କତା ଅବଲମ୍ବନ କରିଥିଲୁ। ଅପହଣକାରୀମାନେ ଦୁଇ ସ୍କୁଲ ପିଲାଙ୍କୁ ହତ୍ୟା କରିଥିବେ ବୋଲି ଆମର ଆଦୌ ଆଶା ନଥିଲା। ତଦନ୍ତ ବେଳେ ଅଭିଜିତ ବୋଷକୁ ଗିରଫ କରାଯାଇଥିଲା। ତାକୁ ଜେରା କରାଯିବାରୁ ସେ କାନ୍ଦିକାନ୍ଦି ସବୁ କଥା କହିଥିଲା।

ଅଗଷ୍ଟ ୨୨ରେ ସତ୍ୟେନ୍ଦ୍ର ସହ ଆଉ ୩ ଜଣ ମିଶି ଗୋଟିଏ କାରରେ ଦୁଇ ପିଲାଙ୍କୁ ଅପହରଣ କରିଥିଲେ। ଏହାପରେ ରାତି ୮ରୁ ୧୦ଟା ମଧ୍ୟରେ ସେମାନେ ବାସନ୍ତୀ ରାଜପଥରେ ଅତୁନ ଓ ଅଭିଷେକଙ୍କୁ ଚଳନ୍ତା କାରରେ ତଣ୍ଟିଚିପି ହତ୍ୟା କରିଥିଲେ। ଶେଷରେ ରାଜପଥର ଦୁଇଟି ବିଭିନ୍ନ ନାଳରେ ମୃତଦେହକୁ ଫୋପାଡ଼ି ଦେଇଥିଲେ।

ଅତୁନ ଓ ସତ୍ୟେନ୍ଦ୍ର ପରସ୍ପରକୁ ଜାଣିଥିଲେ। ସେହିପରି ଘଟଣା ଜଣାପଡ଼ିବା ପରେ ଲୋକମାନେ ଆଜି ତା’ ଘରେ ପଶି ଭଙ୍ଗାରୁଜା କରିଛନ୍ତି।

Related story