ଛାତ୍ରୀ ଆତ୍ମହତ୍ୟାକୁ ନେଇ ବ୍ୟାପକ ପୋଡ଼ାଜଳା, ଗିରଫ ହେଲେ ଆଉ ଦୁଇ ଶିକ୍ଷୟିତ୍ରୀ

ଚେନ୍ନାଇ: ତାମିଲନାଡୁର କାଲ୍ଲାକୁରୁଚିରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ଘଟିଛି। ନ୍ୟାୟ ଦାବିରେ ଶତାଧିକ ଲୋକ ବ୍ୟାପକ ପୋଡ଼ାଜଳା ସହ ପଥର ମାଡ଼ କରିଛନ୍ତି। ଆନ୍ଦୋଳନକାରୀମାନେ ଛାତ୍ରୀ ଜଣଙ୍କ ପଢ଼ୁଥିବା ସ୍କୁଲ ବସ୍‌ରେ ନିଆଁ ଲଗାଇ ଦେଇଛନ୍ତି। ଆତ୍ମହତ୍ୟା ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ୍‌ ଛାତ୍ରୀଙ୍କ ସ୍କୁଲର ଆଉ ୨ ଜଣ ଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି। ଏହାକୁ ମିଶାଇ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ପୂର୍ବରୁ ସ୍କୁଲର […]

school

Hemant Lenka
  • Published: Monday, 18 July 2022
  • , Updated: 18 July 2022, 11:10 AM IST

ଚେନ୍ନାଇ: ତାମିଲନାଡୁର କାଲ୍ଲାକୁରୁଚିରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ଘଟିଛି। ନ୍ୟାୟ ଦାବିରେ ଶତାଧିକ ଲୋକ ବ୍ୟାପକ ପୋଡ଼ାଜଳା ସହ ପଥର ମାଡ଼ କରିଛନ୍ତି। ଆନ୍ଦୋଳନକାରୀମାନେ ଛାତ୍ରୀ ଜଣଙ୍କ ପଢ଼ୁଥିବା ସ୍କୁଲ ବସ୍‌ରେ ନିଆଁ ଲଗାଇ ଦେଇଛନ୍ତି। ଆତ୍ମହତ୍ୟା ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ୍‌ ଛାତ୍ରୀଙ୍କ ସ୍କୁଲର ଆଉ ୨ ଜଣ ଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି। ଏହାକୁ ମିଶାଇ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ପୂର୍ବରୁ ସ୍କୁଲର ପ୍ରିନ୍ସିପାଲଙ୍କ ସମେତ କିଛି ୩ ଜଣଙ୍କୁ ଗିରଫ କରାଯାଇଥିଲା।

ୟମିଳିଥିବା ସୂଚନା ଅନୁଯାୟୀ, ଛାତ୍ରୀ ଜଣଙ୍କୁ ତାଙ୍କ ସ୍କୁଲର ଶିକ୍ଷୟିତ୍ରୀମାନେ ନିର୍ଯାତନା ଦେଉଥିଲେ। ସେ ଯନ୍ତ୍ରଣା ସହି ନ ପାରି ଜୁଲାଇ ୧୩ରେ ନିଜ ସ୍କୁଲ ହଷ୍ଟେଲର ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଛାତ୍ରୀଙ୍କ ଶରୀରରେ ଏକାଧିକ କ୍ଷତଚିହ୍ନ ରହିଥିବା ବେଳେ ସେ ହାମରେଜର ଶିକାର ହୋଇଥିବା ଜଣାପଡ଼ିଛି। ପ୍ରଥମେ ଜଣେ ଶିକ୍ଷୟିତ୍ରୀ ତାଙ୍କୁ ନିର୍ଯାତନା ଦେଉଥିବା କୁହାଯାଉଥିଲା। ହେଲେ ତଦନ୍ତ ବେଳେ ଆଉ କିଛି ଶିକ୍ଷୟିତ୍ରୀଙ୍କ ନାଁ ସାମ୍ନାକୁ ଆସିଛି।


ଏସବୁ ଭିତରେ ପୁଲିସ୍‌ ସୋମବାର ସ୍କୁଲର କେମେଷ୍ଟ୍ରୀ ଶିକ୍ଷୟିତ୍ରୀ ହରପ୍ରିୟା ଓ ଗଣିତ ଶିକ୍ଷୟିତ୍ରୀ କିରତିକାଙ୍କୁ ଗିରଫ କରିଛି। ପୂର୍ବରୁ ସ୍କୁଲ ପ୍ରିନ୍ସିପାଲ ଓ ମ୍ୟାନେଜମେଣ୍ଟର ୨ ଜଣଙ୍କୁ ଗିରଫ କରାଯାଇଥିଲା।

ଆତ୍ମହତ୍ୟା ଘଟଣାକୁ ନେଇ ସାଲେମ ଜିଲ୍ଲାରେ ଲୋକମାନେ ବିକ୍ଷୋଭ କରିବା ସହ ପୋଡ଼ାଜଳା କରିଛନ୍ତି। ସେମାନେ ସ୍କୁଲ ବସ ଓ ପୁଲିସ୍‌ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ଏଥିରେ ଏକାଧିକ ପୁଲିସ୍‌ ଅଧିକାରୀ ଆହତ ହୋଇଛନ୍ତି। ପ୍ରଥମେ ସ୍କୁଲ ସାମ୍ନାରେ ପ୍ରାୟ ୫୦୦ ଜଣ ଲୋକ ବିକ୍ଷୋଭ କରିବାକୁ ଏକାଠି ହୋଇଥିଲେ।

ସେମାନେ ଶାନ୍ତପୂର୍ଣ୍ଣ ଭାବେ ବିକ୍ଷୋଭ କରୁଥିବା ବେଳେ ହଠାତ୍‌ ଏହା ହିଂସାତ୍ମକ ରୂପ ଧାରଣ କରିଥିଲା। ବିକ୍ଷୋଭକାରୀମାନେ ସ୍କୁଲ ଓ ସେଠାରେ ମୁତୟନ ଥିବା ପୁଲିସ୍‌ କର୍ମଚାରୀଙ୍କ ଉପରକୁ ପଥର ମାଡ଼ କରିଥିଲେ। ସେହିପରି ବସ୍‌ରେ ନିଆଁ ଲଗାଇବା ସହ ସ୍କୁଲ ସମ୍ପତ୍ତିକୁ ଭଙ୍ଗାରୁଜା କରିଥିଲେ। ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‌ ପକ୍ଷରୁ ଲାଠି ମାଡ଼ କରାଯିବାରୁ ତୀବ୍ର ସଂଘର୍ଷ ଦେଖିବାକୁ ମିଳିଥିଲା।

Related story