ବଦଳି ନିଷ୍ପତ୍ତିକୁ ବିରୋଧ, ୨୪ ଛାତ୍ରୀଙ୍କୁ ଛାତ ଉପରେ ପଣବନ୍ଦୀ କଲେ ୨ ଶିକ୍ଷୟିତ୍ରୀ

ଲଖିମପୁର ଖେରି: ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ଲଖିମପୁର ଖେରି ଅନ୍ତର୍ଗତ ବେହଜାମରେ ଥିବା ବାଳିକା ବିଦ୍ୟାଳୟରେ ଅଜବ କାଣ୍ଡ ଘଟିଛି। ବଦଳି ନିଷ୍ପତ୍ତିକୁ ବିରୋଧ କରି ୨ ଜଣ ଶିକ୍ଷୟିତ୍ରୀ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ୨୪ ଜଣ ଛାତ୍ରୀଙ୍କୁ ପଣବନ୍ଦୀ କରିଛନ୍ତି। ସମସ୍ତ ଛାତ୍ରୀଙ୍କୁ ୨ ଶିକ୍ଷୟିତ୍ରୀ ବନ୍ଦୀ କରି ରଖିବା ସହ ଜିଲ୍ଲା ପ୍ରଶାସନକୁ ବଦଳି ନିଷ୍ପତ୍ତି ବାତିଲ କରିବାକୁ ଧମକ ଦେଇଥିଲେ। ଦୀର୍ଘ […]

school

Hemant Lenka
  • Published: Saturday, 23 April 2022
  • , Updated: 23 April 2022, 10:26 AM IST

ଲଖିମପୁର ଖେରି: ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ଲଖିମପୁର ଖେରି ଅନ୍ତର୍ଗତ ବେହଜାମରେ ଥିବା ବାଳିକା ବିଦ୍ୟାଳୟରେ ଅଜବ କାଣ୍ଡ ଘଟିଛି। ବଦଳି ନିଷ୍ପତ୍ତିକୁ ବିରୋଧ କରି ୨ ଜଣ ଶିକ୍ଷୟିତ୍ରୀ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ୨୪ ଜଣ ଛାତ୍ରୀଙ୍କୁ ପଣବନ୍ଦୀ କରିଛନ୍ତି। ସମସ୍ତ ଛାତ୍ରୀଙ୍କୁ ୨ ଶିକ୍ଷୟିତ୍ରୀ ବନ୍ଦୀ କରି ରଖିବା ସହ ଜିଲ୍ଲା ପ୍ରଶାସନକୁ ବଦଳି ନିଷ୍ପତ୍ତି ବାତିଲ କରିବାକୁ ଧମକ ଦେଇଥିଲେ।

ଦୀର୍ଘ ସମୟ ଧରି ଏହାକୁ ନେଇ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଶେଷ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ଘଟଣା ସମ୍ପର୍କରେ ସୂଚନା ଦେଇ ଲଖିମପୁର ଖେରିର ବେସିକ ଏଡୁକେସନ ଅଫିସର ଲକ୍ଷ୍ମୀକାନ୍ତ ପାଣ୍ଡେ କହସିଛନ୍ତି, ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଶିକ୍ଷୟିତ୍ରୀଙ୍କୁ ଅନ୍ୟ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟକୁ ବଦଳି କରାଯାଇଥିଲା।

ହେଲେ ସେମାନେ ଏହାକୁ ବାତିଲ କରିବା ପାଇଁ ପିଲାମାନଙ୍କୁ ପଣବନ୍ଦୀ କରି ଜିଲ୍ଲା ପ୍ରଶାସନ ଉପରେ ଚାପ ପକାଇବକୁ ଉଦ୍ୟମ କରିଥିଲେ। ସମସ୍ତ ଛାତ୍ରୀଙ୍କୁ ସ୍କୁଲର ଛାତ ଉପରେ ହିଁ ପଣବନ୍ଦୀ କରାଯାଇଥିଲା ବୋଲି ସେ କହିଛନ୍ତି।

ଲକ୍ଷ୍ମୀକାନ୍ତ ପାଣ୍ଡେ ଓ ଗର୍ଲ ଏଡୁକେସନର ଜିଲ୍ଲା ସଂଯୋଜକ ରେଣୁ ଶ୍ରୀବାସ୍ତବଙ୍କୁ ପଣବନ୍ଦୀ ସମ୍ପର୍କରେ ସୂଚନା ପ୍ରଥମେ ହଷ୍ଟେଲର ୱାର୍ଡେନ ଲଳିତ କୁମାରୀ ଦେଇଥିଲେ। ଏହାପରେ ସେମାନେ ସ୍କୁଲ କ୍ୟାମ୍ପସରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଶେଷରେ ପୁଲିସ୍‌ର ମହିଳା ବଳ ଘଟଣା ସ୍ଥଳରେ ପହଞ୍ଚି ୨ ଶିକ୍ଷୟିତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ।

ଦୀର୍ଘ ସମୟର ବୁଝାସୁଝା ପରେ ପିଲାମାନଙ୍କୁ ୨ ଶିକ୍ଷୟିତ୍ରୀଙ୍କ କବଳରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ହଷ୍ଟେଲକୁ ନିଆଯାଇଥିଲା। ରେଣୁ ଶ୍ରୀବାସ୍ତବ ଅଭିଯୁକ୍ତ ଦୁଇ ଶିକ୍ଷୟିତ୍ରୀ ମନୋରମା ମିଶ୍ର ଓ ଗୋଲ୍ଡି କଟିୟାରଙ୍କ ବିରୋଧରେ ଏଫଆଇଆର କରିଛନ୍ତି। ପୁଲିସ୍‌ ଏହି ଆଧାରରେ ମାମଲା ମଧ୍ୟ କରିଛି।

ଅନ୍ୟପକ୍ଷରେ ଘଟଣାର ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ତଦନ୍ତ କରି କମିଟି ୩ ଦିନ ମଧ୍ୟରେ ରିପୋର୍ଟ ଦେବ। ଦୁଇ ଶିକ୍ଷୟିତ୍ରୀ ଦୋଷୀ ସାବ୍ୟସ୍ତ ହେଲେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପାଣ୍ଡେ ସୂଚନା ଦେଇଛନ୍ତି।

Related story