ଧରା ହେଲା ୨ ହଜାର କୋଟି ଟଙ୍କାର ଡ୍ରଗ୍ସ, ସମସ୍ତେ ଜଳକା

ମୁମ୍ବାଇ: ଡ୍ରଗ୍ସ ଚୋରା ଚାଲାଣର ପର୍ଦ୍ଦାଫାସ ହୋଇଛି। ସମୁଦ୍ର ପଥରେ ଇରାନରୁ ଭାରତର ମୁମ୍ବାଇକୁ ଆସିଥିବା ବିରାଟ ଡ୍ରଗ୍ସ କନସାଇନମେଣ୍ଟକୁ ଧରିଛନ୍ତି ସୁରକ୍ଷା ଅଧିକାରୀ। ଡିଆରଆଇ ପକ୍ଷରୁ ବିପୁଳ ପରିମାଣର ଡ୍ରଗ୍ସ ଜବତ ହେବା ପରେ ସମସ୍ତେ ଜଳକା ହୋଇଛନ୍ତି। ଜବତ ଡ୍ରଗ୍ସର ଓଜନ ୨୮୩ କେଜି ହୋଇଥିବା ବେଳେ ଏହାର ବଜାର ମୂଲ୍ୟ ପ୍ରାୟ ୨ ହଜାର କୋଟି ଟଙ୍କା ହେବ। ନାଭି ମୁମ୍ବାଇରେ ଥିବା ଜବାହରଲାଲ ନେହରୁ ପୋର୍ଟରେ ଏଗୁଡ଼ିକ ରହିଥିଲା। ଇରାନରୁ ଜାହାଜ […]

Drugs

Hemant Lenka
  • Published: Monday, 05 July 2021
  • , Updated: 05 July 2021, 09:50 PM IST

ମୁମ୍ବାଇ: ଡ୍ରଗ୍ସ ଚୋରା ଚାଲାଣର ପର୍ଦ୍ଦାଫାସ ହୋଇଛି। ସମୁଦ୍ର ପଥରେ ଇରାନରୁ ଭାରତର ମୁମ୍ବାଇକୁ ଆସିଥିବା ବିରାଟ ଡ୍ରଗ୍ସ କନସାଇନମେଣ୍ଟକୁ ଧରିଛନ୍ତି ସୁରକ୍ଷା ଅଧିକାରୀ। ଡିଆରଆଇ ପକ୍ଷରୁ ବିପୁଳ ପରିମାଣର ଡ୍ରଗ୍ସ ଜବତ ହେବା ପରେ ସମସ୍ତେ ଜଳକା ହୋଇଛନ୍ତି।

ଜବତ ଡ୍ରଗ୍ସର ଓଜନ ୨୮୩ କେଜି ହୋଇଥିବା ବେଳେ ଏହାର ବଜାର ମୂଲ୍ୟ ପ୍ରାୟ ୨ ହଜାର କୋଟି ଟଙ୍କା ହେବ। ନାଭି ମୁମ୍ବାଇରେ ଥିବା ଜବାହରଲାଲ ନେହରୁ ପୋର୍ଟରେ ଏଗୁଡ଼ିକ ରହିଥିଲା। ଇରାନରୁ ଜାହାଜ ଦ୍ୱାରା ଏହି ଡ୍ରଗ୍ସକୁ ମୁମ୍ବାଇ ଅଣାଯାଇଥିଲା। ମୁମ୍ବାଇରୁ ସଡ଼କ ପଥରେ ଏହି ଡ୍ରଗ୍ସ ପଞ୍ଜାବ ଯିବାର ଥିଲା। ଏଥିପାଇଁ ସବୁ ପ୍ରକାରର ବ୍ୟବସ୍ଥା ହୋଇଥିଲା। କିନ୍ତୁ ଡିଆରଆଇ ଅଧିକାରୀମାନେ ଏହାକୁ ପଣ୍ଡ କରିଦେଇଛନ୍ତି।

ସୂଚନା ଅନୁସାରେ, ଏହି ଜବତ ଡ୍ରଗ୍ସଗୁଡ଼ିକ ଦୁଇଟି କଣ୍ଟେନରରେ ରହିଥିଲା। ଡ୍ରଗ୍ସ ଜବତ ଘଟଣାରେ ପଞ୍ଜାବର ତାରାନ ତରନର ସପ୍ଲାଏର ପ୍ରଭଜୀତ ସିଂହ ସହ ମଧ୍ୟପ୍ରଦେଶର ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏତେ ପରିମାଣର ଡ୍ରଗ୍ସ ଜବତ ହେବା ଦେଶରେ ସମ୍ଭବତଃ ପ୍ରଥମ ଘଟଣା।

ସୂଚନାଯୋଗ୍ୟ, ଜୁନ୍ ୨୮ରେ ଦିଲ୍ଲୀ ଏୟାରପୋର୍ଟରୁ କଷ୍ଟମ ଅଧିକାରୀମାନେ ଦୁଇ ଜଣ ଦକ୍ଷିଣ ଆଫ୍ରିକା ନାଗରିକଙ୍କ ଠାରୁ ୧୨୬ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଥିଲେ। ଗତ ୬ ମାସ ମଧ୍ୟରେ କେବଳ ଦିଲ୍ଲୀ ଏୟାରପୋର୍ଟରୁ ପ୍ରାୟ ୬୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ ହେଲାଣି।

୨୦୨୦ ଅଗଷ୍ଟ ମାସରେ ମୁମ୍ବାଇର କଷ୍ଟମ ଅଧିକାରୀ ଓ ଡିଆରଆଇ ଅଧିକାରୀମାନେ ଆଫଗାନିସ୍ତାନରୁ ଜବାହରଲାଲ ନେହରୁ ପୋର୍ଟ ୧୯୧ କେଜିର ଡ୍ରଗ୍ସ ଜବତ କରିଥିଲେ। ଏହାର ବଜାର ମୂଲ୍ୟ ପ୍ରାୟ ୧୦୦୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଥିଲା।

Related story