ନାଗାଲାଣ୍ଡ ରାଜନୀତିରେ ହଟଚମଟ, ଏନପିଏଫ ଛାଡ଼ି ଶାସକ ଦଳରେ ୨୧ ବିଧାୟକ

କୋହିମା: ଆସନ୍ତା ବର୍ଷ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ରହିଛି। ହେଲେ ତାପୂର୍ବରୁ ନାଗାଲାଣ୍ଡ ରାଜନୀତି ହଟଚମଟ ହୋଇଛି । ନାଗା ପିପୁଲସ୍‌ ଫ୍ରଣ୍ଟ(ଏନପିଏଫ) ୨୫ରୁ ୨୧ ଜଣ ବିଧାୟକ ଦଳ ଛାଡ଼ି ନ୍ୟାଶନାଲିଷ୍ଟ ଡେମକୋକ୍ରେଟିକ୍‌ ପ୍ରଗ୍ରେସିଭ ପାର୍ଟି(ଏନଡପିପି)ରେ ସାମିଲ ହୋଛନ୍ତି।  ତେବେ ଦଳ ଛାଡ଼ିଥିବା ଏନପିଏଫର ୨୧ ଜଣ ସଦସ୍ୟ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ନେଇପିହ୍ୟୁ ରିଓଙ୍କ ଦଳ ଏନଡିପିପିରେ ମିଶିଛନ୍ତି। ଏନଡିପିପିର ପ୍ରବକ୍ତା ଏମ୍ ଆର ଜମିର କହିଛନ୍ତି ଏନପିଏଫର ଏହି ବିଧାୟକମାନେ ଦଳ ବଦଳାଇବା ପରେ […]

naga

Tapas Behera
  • Published: Saturday, 30 April 2022
  • , Updated: 30 April 2022, 12:46 PM IST

କୋହିମା: ଆସନ୍ତା ବର୍ଷ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ରହିଛି। ହେଲେ ତାପୂର୍ବରୁ ନାଗାଲାଣ୍ଡ ରାଜନୀତି ହଟଚମଟ ହୋଇଛି । ନାଗା ପିପୁଲସ୍‌ ଫ୍ରଣ୍ଟ(ଏନପିଏଫ) ୨୫ରୁ ୨୧ ଜଣ ବିଧାୟକ ଦଳ ଛାଡ଼ି ନ୍ୟାଶନାଲିଷ୍ଟ ଡେମକୋକ୍ରେଟିକ୍‌ ପ୍ରଗ୍ରେସିଭ ପାର୍ଟି(ଏନଡପିପି)ରେ ସାମିଲ ହୋଛନ୍ତି।  ତେବେ ଦଳ ଛାଡ଼ିଥିବା ଏନପିଏଫର ୨୧ ଜଣ ସଦସ୍ୟ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ନେଇପିହ୍ୟୁ ରିଓଙ୍କ ଦଳ ଏନଡିପିପିରେ ମିଶିଛନ୍ତି। ଏନଡିପିପିର ପ୍ରବକ୍ତା ଏମ୍ ଆର ଜମିର କହିଛନ୍ତି ଏନପିଏଫର ଏହି ବିଧାୟକମାନେ ଦଳ ବଦଳାଇବା ପରେ ଏବେ ଦଳ ନିକଟରେ ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ କେବଳ ୪୨ ବିଧାୟକ ରହିଛନ୍ତି ।

ଏନପିଏଫ ନିକଟରେ ପୂର୍ବରୁ ୨୫ ବିଧାୟକ ଥିଲେ । ଏବେ ବିଧାନସଭାରେ ଏନପିଏଫ ନିକଟରେ ୪ ବିଧାୟକ, ଭାଜପା ନିକଟରେ ୧୨ ଓ ନିର୍ଦ୍ଦଳୀୟ ୨ ବିଧାୟକ ଅଛନ୍ତି।

ବିଧାନସଭା ଅଧ୍ୟକ୍ଷ ଶରିଂଗେନ ଲଂଗ୍ନକୁମାର ୨୧ ଏନପିଏଫ ବିଧାୟକ ଦଳ ବଦଳାଇବାର ନିଷ୍ପତ୍ତିକୁ ସ୍ୱୀକାର କରିଛନ୍ତି । ରାଜ୍ୟରେ ଆସନ୍ତା ବର୍ଷ ନିର୍ବାଚନ ରହିଛି। ତେବେ ୨ ଦିନ ପୂର୍ବରୁ ଏନପିଏଫ ଅଧ୍ୟକ୍ଷ ସାମ୍ବାଦିକ ସମ୍ମିଲନୀ ଡାକି ତାଙ୍କ ଦଳ ରାଜ୍ୟରେ ଏକାକି ନିର୍ବାଚନ ଲଢିବ ବୋଲି କହିଥିଲେ।  ଅନ୍ୟପକ୍ଷରେ ଏନପିଏଫର ନେତାଙ୍କ ସହ ମନୋମାଳିନ୍ୟ ପରେ ବିଧାୟକମାନେ ଦଳ ଛାଡ଼ିଥିବା ଜଣାପଡ଼ିଛି।

Related story