ଛାତ୍ରଙ୍କୁ ହତ୍ୟାକରି ଡ୍ରେନ୍‌କୁ ଫିଙ୍ଗିଦେଲେ

ନୂଆଦିଲ୍ଲୀ: ଜଣେ ୨୧ ବର୍ଷୀୟ ଛାତ୍ରଙ୍କୁ ଅତି ନିର୍ମମ ଭାବେ ହତ୍ୟାକରି ଡ୍ରେନ୍‌କୁ ଫିଙ୍ଗି ଦିଆଯାଇଛି। ଉତ୍ତରପ୍ରଦେଶ ମିରଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଦେହଟିକୁ ଅଖାଭିତରେ ଭର୍ତ୍ତି କରି ଫିଙ୍ଗି ଦିଆଯାଇଥିବା ବେଳେ ପୁଲିସ ଏହାକୁ ଜବତ କରିଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ମୃତ ଛାତ୍ର ଜଣକ ହେଲେ ୟସ୍‌ ରସ୍ତୋଗୀ। ଗତ ଜୁନ୍‌ ୨୭ ତାରିଖରୁ ୟସ୍‌ ନିଖୋଜ ଥିଲେ। ପ୍ରାୟ ୨୫୦ଟି ସିସିଟିଭି ଫୁଟେଜ ଯାଞ୍ଚ […]

dead-body

Tapas Behera
  • Published: Sunday, 03 July 2022
  • , Updated: 03 July 2022, 04:33 PM IST

ନୂଆଦିଲ୍ଲୀ: ଜଣେ ୨୧ ବର୍ଷୀୟ ଛାତ୍ରଙ୍କୁ ଅତି ନିର୍ମମ ଭାବେ ହତ୍ୟାକରି ଡ୍ରେନ୍‌କୁ ଫିଙ୍ଗି ଦିଆଯାଇଛି। ଉତ୍ତରପ୍ରଦେଶ ମିରଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଦେହଟିକୁ ଅଖାଭିତରେ ଭର୍ତ୍ତି କରି ଫିଙ୍ଗି ଦିଆଯାଇଥିବା ବେଳେ ପୁଲିସ ଏହାକୁ ଜବତ କରିଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ମୃତ ଛାତ୍ର ଜଣକ ହେଲେ ୟସ୍‌ ରସ୍ତୋଗୀ। ଗତ ଜୁନ୍‌ ୨୭ ତାରିଖରୁ ୟସ୍‌ ନିଖୋଜ ଥିଲେ। ପ୍ରାୟ ୨୫୦ଟି ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ୟସଙ୍କ ମୃତଦେହକୁ ଠାବ କରାଯାଇ ଥିଲା।

ସିସିଟିଭି ଫୁଟେଜରେ ଶେଷଥର ପାଇଁ ଏକ ସ୍କୁଟିରେ ରାଇଡ୍ କରୁଥିବା ଜଣାପଡ଼ିଛି। ତେବେ କିଛି ସମୟ ମଧ୍ୟରେ ୟସ୍‌ ଆଉ ସିସିଟିଭିରେ ନଜର ଆସିନଥିଲେ। ତେବେ ତଦନ୍ତ ବେଳେ ୟସ୍‌ଙ୍କୁ ୩ ଜଣ  ହତ୍ୟା କରିଥିବା ଜଣାପଡ଼ିଥିଲା।

ପରେ ମୃତ ଦେହଟିକୁ ଏକ ଅଖାରେ ଭର୍ତ୍ତି କରି ନାଳକୁ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରିଛି। ତେବେ ହତ୍ୟାକାଣ୍ଡର କାରଣକୁ ନେଇ ପୁଲିସ ଯାଞ୍ଚ କରୁଛି। ସେପେଟେ ଅଧିକ ତଦନ୍ତ ପାଇଁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ପୁଲିସ ଅପେକ୍ଷା କରିଛି।

Related story