କେନ୍ଦ୍ରର ନୂଆ ଆଇଟି ନିୟମକୁ କୋର୍ଟ ଝଟକା

ନୂଆଦିଲ୍ଲୀ: ଡିଜିଟାଲ ମିଡିଆ ଗୁଡ଼ିକ ପାଇଁ କେନ୍ଦ୍ର ସରକାର ଆଣିଥିବା ନୂଆ ଆଇଟି ନିୟମକୁ କୋର୍ଟରୁ ଝଟକା ଲାଗିଛି। ମାଡ୍ରାସ ହାଇକୋର୍ଟ ଆଜି ଏହାର କିଛି ଉପ ନିୟମ ଉପରେ ରୋକ ଲଗାଇ ଦେଇଛନ୍ତି। ଏହି ଆଇନ ସମ୍ଭବତଃ ମିଡିଆର ସ୍ୱାଧୀନତାକୁ ଚୋରି କରିନେବ ବୋଲି ମଧ୍ୟ କୋର୍ଟ କହିଛନ୍ତି। ଏହାପୂର୍ବରୁ ବମ୍ବେ ହାଇକୋର୍ଟ ମଧ୍ୟ ନୂଆ ଆଇଟି ନିୟମର ଦୁଇଟି ଉପ ନିୟମ ଉପରେ ରୋକ ଲଗାଇଥିଲେ। ଆଜି ମାଡ୍ରାସ ହାଇକୋର୍ଟ କହିଛନ୍ତି, ପ୍ରାଥମିକ ତଥ୍ୟରୁ […]

Media

Hemant Lenka
  • Published: Thursday, 16 September 2021
  • , Updated: 16 September 2021, 06:47 PM IST

ନୂଆଦିଲ୍ଲୀ: ଡିଜିଟାଲ ମିଡିଆ ଗୁଡ଼ିକ ପାଇଁ କେନ୍ଦ୍ର ସରକାର ଆଣିଥିବା ନୂଆ ଆଇଟି ନିୟମକୁ କୋର୍ଟରୁ ଝଟକା ଲାଗିଛି। ମାଡ୍ରାସ ହାଇକୋର୍ଟ ଆଜି ଏହାର କିଛି ଉପ ନିୟମ ଉପରେ ରୋକ ଲଗାଇ ଦେଇଛନ୍ତି। ଏହି ଆଇନ ସମ୍ଭବତଃ ମିଡିଆର ସ୍ୱାଧୀନତାକୁ ଚୋରି କରିନେବ ବୋଲି ମଧ୍ୟ କୋର୍ଟ କହିଛନ୍ତି। ଏହାପୂର୍ବରୁ ବମ୍ବେ ହାଇକୋର୍ଟ ମଧ୍ୟ ନୂଆ ଆଇଟି ନିୟମର ଦୁଇଟି ଉପ ନିୟମ ଉପରେ ରୋକ ଲଗାଇଥିଲେ।

ଆଜି ମାଡ୍ରାସ ହାଇକୋର୍ଟ କହିଛନ୍ତି, ପ୍ରାଥମିକ ତଥ୍ୟରୁ ଜଣାପଡ଼ୁଛି ଯେ ସରକାର ମିଡିଆକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ପ୍ରକାରର ତଦାରଖ ମେକାନିଜିମର ବ୍ୟବସ୍ଥା କରିଛନ୍ତି। ଏହା ସମ୍ଭବତଃ ମିଡିଆର ସ୍ୱାଧୀନତାକୁ କ୍ଷୁଣ୍ଣ କରିପାରେ। ସେହିପରି ନୂଆ ନିୟମ ପରେ ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ନିଜର ପରିଚୟ ମଧ୍ୟ ହରାଇ ପାରେ। ଆଇନରେ ଥିବା ନିୟମ ୯ର ଉପ ନିୟମ ୧ଓ ୩ ଉପରେ ଲାଗିଥିବା  ରୋକ ବଳବତ୍ତର ରହିଥିବା କୋର୍ଟ କହିଛନ୍ତି।

ବମ୍ବେ ହାଇକୋର୍ଟ ମଧ୍ୟ ସମାନ ଉପ ନିୟମ ଉପରେ ଗତମାସରେ ରୋକ ଲଗାଇଥିଲେ। ଏହି ଉପ ନିୟମରେ ଡିଜିଟାଲ ମିଡିଆକୁ ପ୍ରେସ କାଉନସିଲ ଅଫ ଇଣ୍ଡିଆ ଓ ଦେଶର କେବୁଲ ଟିଭ କୋଡ୍‌ର ନିୟମକୁ ଅନୁପାଳନ କରିବାକୁ କୁହାଯାଇଛି। ଏହି ସବୁ ରୁଲ୍ସରେ  ପ୍ରେସ କାଉନସିଲ ଅଫ ଇଣ୍ଡିଆ ଓ କେବୁଲ ଟିଭି ସରକାର ମିଡିଆ ଉପରେ ତଦାରଖ କରିବା ଭଳି ନିୟମର ବ୍ୟବସ୍ଥା କରିଛି।

ନୂଆ ଆଇଟି ନିୟମ ବିରୋଧରେ ଏକାଧିକ ପିଟିସନ ବିଭିନ୍ନ କୋର୍ଟରେ ଦାଖଲ କରାଯାଇଛି। ଏକାଧିକ କୋର୍ଟ ଆବେଦନର ଶୁଣାଣି କରି ନିୟମକୁ ଅନୁପାଳନ କରୁ ନଥିବା ପବ୍ଲିଶରଙ୍କ ବିରୋଧରେ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କହିଛନ୍ତି। ଏବେ ବି ଏହି ନିର୍ଦ୍ଦେଶ ବଳବତ୍ତର ରହିଛି।

ଚଳିତ ମାସରେ ସୁପ୍ରିମକୋର୍ଟ ମଧ୍ୟ ଆଇଟି ନିୟମ ବିରୋଧରେ ଏକାଧିକ ଆବେଦନର ଶୁଣାଣି ଏକାଠି ଗୋଟିଏ ସ୍ଥାନରେ ଶୁଣାଣି କରିବାକୁ ବିଚାର କରୁଥିବା କହିଥିଲେ। କେନ୍ଦ୍ର ସରକାର ମଧ୍ୟ ସବୁ ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ କରିବାକୁ ପିଟିସନ ଦାଖଲ କରିଛନ୍ତି।

Related story