ଟ୍ରକ୍‌-ବସ ମୁହାଁମୁହିଁ ଧକ୍କା: ୩ ମୃତ, ୧୬ ଆହତ

ମେଦିନପୁର: ରବିବାର ଅପରାହ୍ନରେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଜିଲ୍ଲାର ଜାତୀୟ ରାଜପଥରେ ଏକ ମମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ଟ୍ରକ ସହ ଏକ ପ୍ରାଇଭେଟ ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୬ ଜଣ ଆହତ ହୋଇଛନ୍ତି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଚନ୍ଦ୍ରକୋନା ରୋଡରୁ ଏକ ଘରୋଇ ବସ୍ ଗୋୱାଲ୍ଟୋର ଅଭିମୁଖେ ଯାଉଥିଲା। ବିପରୀତ ଦିଗରୁ ଏକ ମାଲବାହୀ ଟ୍ରକ୍ ଆସୁଥିଲା। ରାଜପଥରେ ଉଭୟେ ମୁହାଁମୁହିଁ ହୋଇଥିଲେ ଏବଂ ପ୍ରବଳ […]

accident

  • Published: Sunday, 14 August 2022
  • , Updated: 14 August 2022, 04:48 PM IST

ମେଦିନପୁର: ରବିବାର ଅପରାହ୍ନରେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଜିଲ୍ଲାର ଜାତୀୟ ରାଜପଥରେ ଏକ ମମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ଟ୍ରକ ସହ ଏକ ପ୍ରାଇଭେଟ ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୬ ଜଣ ଆହତ ହୋଇଛନ୍ତି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଚନ୍ଦ୍ରକୋନା ରୋଡରୁ ଏକ ଘରୋଇ ବସ୍ ଗୋୱାଲ୍ଟୋର ଅଭିମୁଖେ ଯାଉଥିଲା। ବିପରୀତ ଦିଗରୁ ଏକ ମାଲବାହୀ ଟ୍ରକ୍ ଆସୁଥିଲା। ରାଜପଥରେ ଉଭୟେ ମୁହାଁମୁହିଁ ହୋଇଥିଲେ ଏବଂ ପ୍ରବଳ ବର୍ଷା ହୋଇଥିଲା। ଉଦ୍ଧାର କାର୍ଯ୍ୟ ଚାଲିଛି। ଗୁରୁତର ଆହତ ଲୋକଙ୍କୁ ଉଦ୍ଧାର କରାଯାଇ ଗାରବେଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟ କିଛି ଆହତଙ୍କୁ ମେଦିନପୁର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Related story