ପୂର୍ବରୁ ୨, ଏବେ ଆଉ ୩ ଭଉଣୀ ପ୍ରଶାସନିକ ସେବା ପରୀକ୍ଷାରେ ପାସ୍‌ କଲେ

ଜୟପୁର: ଗୋଟିଏ ପରିବାରର ୫ ଜଣ ଭଉଣୀ ହେବେ ପ୍ରଶାସନିକ ଅଧିକାରୀ। ପୂର୍ବରୁ ୨ ଭଉଣୀ ରାଜସ୍ଥାନ ପ୍ରଶାସନିକ ସେବା ପରୀକ୍ଷାରେ ପାସ୍‌ କରିଥିବା ବେଳେ ଏବେ ସେମାନଙ୍କର ଆଉ ୩ ଭଉଣୀ ଏକକାଳୀନ ଏହି ସଫଳତା ହାସଲ କରିଛନ୍ତି। ଅର୍ଥାତ ୫ ଜଣ ଯାକ ଭଉଣୀ ରାଜସ୍ଥାନର ପ୍ରଶାସନିକ ଅଫିସର ହୋଇଯାଇଛନ୍ତି। ରାଜ୍ୟର ହନୁମାନଗଡ଼ରେ ଏପରି ଘଟଣା ଘଟିଥିବା ବେଳେ ଆଇଏଫଏସ୍‌ ଅଫିସର ପ୍ରବୀଣ କସୱାନ ଏହି ସଫଳ କାହାଣୀକୁ ଟ୍ୱିଟ କରିଛନ୍ତି। ଏଥିସହ ସଫଳତା […]

RSA

Hemant Lenka
  • Published: Thursday, 15 July 2021
  • , Updated: 15 July 2021, 04:47 PM IST

ଜୟପୁର: ଗୋଟିଏ ପରିବାରର ୫ ଜଣ ଭଉଣୀ ହେବେ ପ୍ରଶାସନିକ ଅଧିକାରୀ। ପୂର୍ବରୁ ୨ ଭଉଣୀ ରାଜସ୍ଥାନ ପ୍ରଶାସନିକ ସେବା ପରୀକ୍ଷାରେ ପାସ୍‌ କରିଥିବା ବେଳେ ଏବେ ସେମାନଙ୍କର ଆଉ ୩ ଭଉଣୀ ଏକକାଳୀନ ଏହି ସଫଳତା ହାସଲ କରିଛନ୍ତି। ଅର୍ଥାତ ୫ ଜଣ ଯାକ ଭଉଣୀ ରାଜସ୍ଥାନର ପ୍ରଶାସନିକ ଅଫିସର ହୋଇଯାଇଛନ୍ତି।

ରାଜ୍ୟର ହନୁମାନଗଡ଼ରେ ଏପରି ଘଟଣା ଘଟିଥିବା ବେଳେ ଆଇଏଫଏସ୍‌ ଅଫିସର ପ୍ରବୀଣ କସୱାନ ଏହି ସଫଳ କାହାଣୀକୁ ଟ୍ୱିଟ କରିଛନ୍ତି। ଏଥିସହ ସଫଳତା ହାସଲ କରିଥିବା ୩ ଭଉଣୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ସେ ଟ୍ୱିଟ କରି କହିଛନ୍ତି, “ବହୁତ ଭଲ ଖବର। ଅଂଶୁ, ରୀତୁ ଓ ସୁମନ ରାଜସ୍ଥାନର ହନୁମାନଗଡ଼ରେ ରହୁଥିବା ୩ ଭଉଣୀ। ସେମାନେ ଏକାଠୀ ରାଜସ୍ଥାନ ପ୍ରଶାସନିକ ସେବା ପରୀକ୍ଷାରେ ପାସ୍‌ କରିଛନ୍ତି। ୩ ଭଉଣୀ ନିଜ ପରିବାର ଓ ବାପାଙ୍କୁ ଗର୍ବିତ କରିପାରିଛନ୍ତି। ସେମାନେ ୫ ଭଉଣୀ। ପୂର୍ବରୁ ଏମାନଙ୍କର ଆଉ ଦୁଇ ଭଉଣୀ ରୋମା ଓ ମଞ୍ଜୁ ରାଜସ୍ଥାନ ପ୍ରଶାସନିକ ସେବାରେ ରହିଛନ୍ତି। ଚାଷୀ ସହଦେବ ସାରଣଙ୍କ ସମସ୍ତ ୫ ଝିଅ ଏବେ ଆରଏଏସ୍‌ ଅଫିସର।”


ଏହି ଟ୍ୱିଟକୁ ଅନେକ ଲୋକ ଶେୟାର କରିବା ସହ ପୂରା ପରିବାକୁ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି। ସୂଚନା ଅନୁଯାୟୀ, ରାଜସ୍ଥାନ ପବ୍ଲିକ ସର୍ଭିସ କମିଶନ ମଙ୍ଗଳବାର ୨୦୧୮ ମସିହାର ଆରଏଏସ୍‌ ରେଜଲ୍ଟ ପ୍ରକାଶ କରିଥିଲା। ଏଥିରେ ମୁକ୍ତା ରାଓ ଟପ୍ପର ହୋଇଥିବା ବେଳେ ମନମୋହନ ଶର୍ମା ଓ ଶିବାକ୍ଷୀ କାଣ୍ଡଲା ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି।

Related story