ମୃତ୍ୟୁର ୩ ବର୍ଷ ପରେ କରୋନା ଟିକା ନେଲେ ଏହି ବ୍ୟକ୍ତି, ସମସ୍ତେ ଜଳକା

ଅହମଦାବାଦ: ମହାମାରୀ କରୋନା ସମୟରେ ଟିକା ନେଉଥିବା ଲୋକମାନେ ବେଶ ଉଲ୍ଲସିତ ହେଉଛନ୍ତି। କିନ୍ତୁ ଟିକା ନେଇଥିବା ବ୍ୟକ୍ତି ଜଣଙ୍କ ଯଦି ମୃତ୍ୟୁର ୩ ବର୍ଷ ପରେ ଟିକା ନେଇଛନ୍ତି, ତା’ହେଲେ ଆପଣ କ’ଣ କହିବେ? ଆପଣଙ୍କୁ ଏକଥା ଶୁଣି ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଗୁଜରାଟରେ ଏପରି ଏକ ଘଟଣା ଘଟିଛି। ୩ ବର୍ଷ ତଳେ ପ୍ରାଣ ହରାଇ ସାରିଥିବା ଜଣେ ବ୍ୟକ୍ତି କରୋନା ଟିକାର ପ୍ରଥମ ଡୋଜ୍‌ ନେଇଥିବା, ତାଙ୍କ ପରିବାର ଲୋକଙ୍କ ପାଖକୁ […]

Dead-Man

Hemant Lenka
  • Published: Wednesday, 02 June 2021
  • , Updated: 02 June 2021, 06:36 PM IST

ଅହମଦାବାଦ: ମହାମାରୀ କରୋନା ସମୟରେ ଟିକା ନେଉଥିବା ଲୋକମାନେ ବେଶ ଉଲ୍ଲସିତ ହେଉଛନ୍ତି। କିନ୍ତୁ ଟିକା ନେଇଥିବା ବ୍ୟକ୍ତି ଜଣଙ୍କ ଯଦି ମୃତ୍ୟୁର ୩ ବର୍ଷ ପରେ ଟିକା ନେଇଛନ୍ତି, ତା’ହେଲେ ଆପଣ କ’ଣ କହିବେ? ଆପଣଙ୍କୁ ଏକଥା ଶୁଣି ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ।

ହେଲେ ଗୁଜରାଟରେ ଏପରି ଏକ ଘଟଣା ଘଟିଛି। ୩ ବର୍ଷ ତଳେ ପ୍ରାଣ ହରାଇ ସାରିଥିବା ଜଣେ ବ୍ୟକ୍ତି କରୋନା ଟିକାର ପ୍ରଥମ ଡୋଜ୍‌ ନେଇଥିବା, ତାଙ୍କ ପରିବାର ଲୋକଙ୍କ ପାଖକୁ ଏସଏମଏସ୍‌ ଆସିଛି। ଏହାକୁ ଦେଖି କେବଳ ବ୍ୟକ୍ତିଙ୍କ ପରିବାର ଲୋକ ନୁହନ୍ତି, ବରଂ ସାରା ଦେଶର ସଚେତନ ନାଗରିକମାନେ ସ୍ତବ୍ଧ ହୋଇଯାଇଛନ୍ତି। ଟିକାରକଣ ଦେଶରେ କେମିତି ଚାଲିଛି, ତା’ହା ଏହି ଗୋଟିଏ ଘଟଣାରୁ ସ୍ପଷ୍ଟ ହେଉଛି।

[caption id="" align="aligncenter" width="1200"] ମୃତ୍ୟୁ ପ୍ରମାଣପତ୍ର ଦେଖାଉଛନ୍ତି ବ୍ୟକ୍ତିଙ୍କ ପୁତୁରା[/caption]

ଗୁଜରାଟର ଉପଲେଟାରେ ରହୁଥିବା ହରଦାସଭାଇ କରନିଗିୟା ୨୦୧୮ରେ ପ୍ରାଣ ହରାଇଥିଲେ। ମୃତ୍ୟୁପରେ ତାଙ୍କ ପରିବାର ଲୋକ ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ସଂଗ୍ରହ କରିଥିଲେ। କିନ୍ତୁ ମୃତ୍ୟୁର ପ୍ରାୟ ୩ ବର୍ଷ ପରେ ହରଦାସଭାଇ ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି ଓ ପରିବାର ଲୋକଙ୍କୁ ଟିକାକରଣ ପ୍ରମାଣପତ୍ର ମଧ୍ୟ ମିଳିଛି।

ତାଙ୍କ ପୁତୁରା ଅରବିନ୍ଦ କହିଛନ୍ତି, ଆମେ ବୁଝିପାରୁନୁ ଏହା କେମିତି ସମ୍ଭବ ହେଲା? ମେ’ ୩ରେ ହରଦାସଭାଇ ଟିକା ନେଇଥିବା ଆମ ପାଖକୁ ଏସଏମଏସ୍‌ ଆସିଥିଲା। ଏହାପରେ ଆମେ ସେ ଟିକା ନେଇଥିବା ଜାଣିବାକୁ ପାଇଥିଲୁ ବୋଲି ସେ କହିଛନ୍ତି।

ଦେଶର ବିଭିନ୍ନ ରାଜ୍ୟରେ ଟିକାର ଅଭାବ ଦେଖାଯାଉଥିବା ବେଳେ ମୃତ ଲୋକଙ୍କ ଟିକାକରଣ କେମିତି ହେଲା, ତା’କୁ ନେଇ ପ୍ରଶ୍ନ ଉଠିଛି। କେବଳ ଗୁଜରାଟରେ ହରିଦାସଭାଇ ନୁହନ୍ତି, ଅନେକ ଲୋକଙ୍କୁ ମୃତ୍ୟୁ ପରେ ମଧ୍ୟ ଟିକା ନେଇଥିବା ଏସଏମଏସ୍‌ ତାଙ୍କ ପରିବାର ଲୋକଙ୍କ ପାଖକୁ ଆସିଛି।

ଦହୋଦରେ ରହୁଥିବା ନରେଶ ଦେଶାଇଙ୍କ ପାଖକୁ ନିକଟରେ କୋୱିନ୍‌ରୁ ଗୋଟିଏ ଏସଏମଏସ ଆସିଥିଲା। ଏଥିରେ ତାଙ୍କ ବାପା ନଟବରଲାଲ ଦେଶାଇ ଟିକା ନେଇଥିବା କଥା କୁହାଯାଇଥିଲା। କିନ୍ତୁ ପ୍ରକୃତ କଥା ହେଉଛି, ୨୦୧୧ରେ ନଟବରଙ୍କ ମୃତ୍ୟୁ ହୋଇସାରିଥିଲା। ହେଲେ ତାଙ୍କୁ ୨୦୨୧ ମସିହା ମେ’ ୩୦ ସକାଳ ୮.୫୦ରେ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍‌ ଦିଆଯାଇଥିବା ଏସଏମଏସ୍‌ରେ କୁହାଯାଇଥିଲା।

ଦହୋଦାର ଲିମଡି ଅଞ୍ଚଳରେ ଜଣେ ମହିଳା ଏପ୍ରିଲ ମାସରେ ପ୍ରାଣ ହରାଇଥିଲେ ହେଁ ସେ ମେ’ ମାସରେ କରୋନାର ଟିକାର ଦ୍ୱିତୀୟ ଡୋଜ୍‌ ନେଇଥିବା ତାଙ୍କ ପରିବାର ଲୋକଙ୍କ ପାଖକୁ ଏସଏମଏସ ଆସିଛି। ଏହି ୭୨ ବର୍ଷୀୟ ମହିଳା ଜଣଙ୍କ ହେଉଛନ୍ତି ମଧୁବେନ ଶର୍ମା।

ସେ ମାର୍ଚ୍ଚ ୨ରେ କୋଭିଡ ଟିକାର ପ୍ରଥମ ଡୋଜ୍‌ ନେଇଥିଲେ। ହେଲେ ଅଣ କୋଭିଡଜନିତ ରୋଗ ଯୋଗୁ ତାଙ୍କର ଏପ୍ରିଲ ୧୫ରେ ମୃତ୍ୟୁ ଘଟିଥିଲା। ମୃତ୍ୟୁର ଦେଢ଼ ମାସ ପରେ ମଧୁବେନ କରୋନା ଟିକାର ଦ୍ୱିତୀୟ ଡୋଜ୍‌ ନେଇଥିବା ତାଙ୍କ ପୁଅଙ୍କ ପାଖକୁ ଏସଏମଏସ ଆସିଥିଲା।


ଏଭଳି ଭାବେ ୧୦ରୁ ଅଧିକ ମୃତକ ବ୍ୟକ୍ତି କରୋନା ଟିକା ନେଇଥିବା ଜଣାପଡ଼ିବା ପରେ ସରକାର ତଦନ୍ତ ଆରମ୍ଭ କରିଛନ୍ତି।

Related story