ଡେଙ୍ଗୁ ଆତଙ୍କ, ୩୦ ଗୁଣା ବଢ଼ିଲା ଛେଳି କ୍ଷୀର ଦର

ଫିରୋଜାଦାବ: ଉତ୍ତରପ୍ରଦେଶରେ ଏବେ ଚିନ୍ତା ବଢ଼ାଇଛି ଡେଙ୍ଗୁ ସଂକ୍ରମଣ। ବିଶେଷକରି ଫିରୋଜାବାଦରେ ଡେଙ୍ଗୁ ମାମଲା ଲଗାତର ବଢ଼ିବାରେ ଲାଗିଛି। ଡେଙ୍ଗୁ ରୋଗରେ ଲଗାତର ଲୋକଙ୍କର ପ୍ଲେଟଲେଟ୍ସ ମଧ୍ୟ ହ୍ରାସ ପାଉଛି। ଏହାରି ଭିତରେ ଏକ ଆଶ୍ଚର୍ଯ୍ୟ କଲା ଖବର ସାମ୍ନାକୁ ଆସିଛି। ଲିଟର ପିଛା ୫୦ ଟଙ୍କାରେ ବିକ୍ରି ହେଉଥିବା ଛେଳି କ୍ଷୀରର ଦରରେ ଅହେତୁକ ବୃଦ୍ଧି ପାଇଛି। ଗତ ମାସେ ଭିତରେ ଡେଙ୍ଗୁ ପ୍ରକୋପ ପରେ ଫିରୋବାଦରେ ଛେଳି କ୍ଷୀର ଦର ୩୦ ପ୍ରତିଶତ ବୃଦ୍ଧି […]

goat

goat

Ranjit Kumar Jena
  • Published: Tuesday, 14 September 2021
  • Updated: 14 September 2021, 06:59 PM IST

Sports

Latest News

ଫିରୋଜାଦାବ: ଉତ୍ତରପ୍ରଦେଶରେ ଏବେ ଚିନ୍ତା ବଢ଼ାଇଛି ଡେଙ୍ଗୁ ସଂକ୍ରମଣ। ବିଶେଷକରି ଫିରୋଜାବାଦରେ ଡେଙ୍ଗୁ ମାମଲା ଲଗାତର ବଢ଼ିବାରେ ଲାଗିଛି। ଡେଙ୍ଗୁ ରୋଗରେ ଲଗାତର ଲୋକଙ୍କର ପ୍ଲେଟଲେଟ୍ସ ମଧ୍ୟ ହ୍ରାସ ପାଉଛି। ଏହାରି ଭିତରେ ଏକ ଆଶ୍ଚର୍ଯ୍ୟ କଲା ଖବର ସାମ୍ନାକୁ ଆସିଛି। ଲିଟର ପିଛା ୫୦ ଟଙ୍କାରେ ବିକ୍ରି ହେଉଥିବା ଛେଳି କ୍ଷୀରର ଦରରେ ଅହେତୁକ ବୃଦ୍ଧି ପାଇଛି। ଗତ ମାସେ ଭିତରେ ଡେଙ୍ଗୁ ପ୍ରକୋପ ପରେ ଫିରୋବାଦରେ ଛେଳି କ୍ଷୀର ଦର ୩୦ ପ୍ରତିଶତ ବୃଦ୍ଧି ପାଇ ଲିଟର୍ ପିଛା ୧୫୦୦ ଟଙ୍କା ହୋଇଛି। ଛେରୀ କ୍ଷୀର ପିଇବା ଦ୍ୱାରା ପ୍ଲେଟଲେଟ୍ କାଉଣ୍ଟ ବଢ଼ିଥାଏ ବୋଲି ଲୋକଙ୍କ ମନରେ ଧାରଣା ରହିଛି। ଏହି କାରଣରୁ କ୍ଷୀରର ଦର ଦ୍ରୁତ ଗତିରେ ବଢ଼ୁଛି।

ସଦର ମାର୍କେଟରେ ଜଣେ ଚା’ ବିକ୍ରେତା ନିଜ ନାଁ ଗୁପ୍ତ ରଖି କହିଛନ୍ତି, ‘ଗତମାସରେ ଡେଙ୍ଗୁର ପ୍ରକୋପ ଆରମ୍ଭ ହେବା ପରଠାରୁ ଲୋକେ ଛେଳିର କ୍ଷୀର ପାଇଁ ଯୋଗାଯୋଗ କରୁଛନ୍ତି। ଆଗରୁ ମୁଁ ଲିଟର ପିଛା ୫୦ ଟଙ୍କାରେ ବିକ୍ରି କରୁଥିଲି। ତେବେ ଚାହିଦା ବଢ଼ିବାରୁ ଦର ଏବେ ୧୫୦୦ ଟଙ୍କାରେ ପହଞ୍ଚି ଯାଇଛି। ବାସ୍ତବରେ ଏହି ଦର ବହୁତ ଅଧିକ, କାରଣ ଏହି ଅଞ୍ଚଳରେ ଛେଳି କ୍ଷୀରର ବ୍ୟବସାୟିକ ସ୍ତରରେ ଉତ୍ପାଦନ କରାଯାଇପାରିବ ନାହିଁ। ମୁଁ ଏବେ ଏକ ଡାଏରୀ ସପ୍ଲାୟରଙ୍କ ଠାରୁ ଛେଳି କ୍ଷୀର ଆଣୁଛି।’

ସେହିପରି ଜଣେ କ୍ରେତା କହିଛନ୍ତି ଯେ, ଛେଳିର କ୍ଷୀର ପ୍ଲେଟଲେଟ୍ସକୁ ବଢ଼ାଇବାରେ ସହାୟତା କରିବ ବୋଲି ତାଙ୍କୁ ସ୍ଥାନୀୟ ଚିକିତ୍ସକ କହିଛନ୍ତି। ସେହିପରି ଫିରୋଜାବାଦା ଆଉ ଜଣେ ବ୍ୟକ୍ତି କହିଛନ୍ତି, ଡେଙ୍ଗୁ ବିରୋଧରେ ଲଢ଼େଇରେ ଛେଳି କ୍ଷୀର ସହାୟତା କରିବା ବୋଲି ମୋତେ ଜଣେ ଆୟୁର୍ବେଦିକ ଚିକିତ୍ସକ ମୋତେ କହିଥିଲେ। ଯେତେବେଳେ ମୁଁ କ୍ଷୀର କିଣିବା ପାଇଁ ମାର୍କେଟକୁ ଗଲି। ଏହାର ଦର ଶୁଣି ମୋର ହୋଶ୍ ଉଡ଼ିଯାଇଥିଲା। ଦିନେ ଯେଉଁ ଛେଳି କ୍ଷୀର ଦର ୫୦ ଟଙ୍କାରେ ମିଳୁଥିଲା, ଆଜି ତା’ର ଦର ୧୫୦୦ ଟଙ୍କା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି।

ତେବେ ଛେଳି କ୍ଷୀରର ଚାହିଦା ବୃଦ୍ଧି ନେଇ ସ୍ଥାନୀୟ ଅତିରିକ୍ତ ନିର୍ଦ୍ଦେଶକ ଏକେ ସିଂ କହିଛନ୍ତି, ଗାଈ ଓ ଛେଳିର କ୍ଷୀର ପାଖାପାଖି ସମାନ ପୁଷ୍ଟିକର ହୋଇଥାଏ। ତେବେ ଛେଳି କ୍ଷୀରରୁ ପ୍ଲେଟଲେଟ୍ସ ବଢ଼ିଥାଏ, ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ଡାକ୍ତରମାନେ ହିଁ ଲୋକଙ୍କ ମନରେ ଏଭଳି ଭ୍ରାନ୍ତ ଧାରଣା ସୃଷ୍ଟି କରୁଛନ୍ତି। ଡେଙ୍ଗୁ ଲକ୍ଷଣ ଥିଲେ ଲୋକଙ୍କୁ ସିଧା ଡାକ୍ତରଙ୍କ ପରାମର୍ଶ ନେବା ଦରକାର ଏବଂ ନିୟମିତ ଆଧାରରେ ମେଡିସିନ୍ ଖାଇବା ଦରକାର ବୋଲି ଅତିରିକ୍ତି ନିର୍ଦ୍ଦେଶକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos