ଉତ୍ତର ଭାରତରେ ବନ୍ୟା ବିଭୀଷିକା:  ୩୧ ମୃତ

ନୂଆଦିଲ୍ଲୀ: ଉତ୍ତର ଭାରତରେ ବନ୍ୟା ବିଭୀଷିକାରେ ୩୧ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ସର୍ବାଧିକ ୨୨ ଜଣ ହିମାଚଳ ପ୍ରଦେଶରୁ ବୋଲି ଜଣାପଡ଼ିଛି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ ଓ କାଶ୍ମୀର, ଝାଡ଼ଖଣ୍ଡରେ ବନ୍ୟାର ବିଭୀଷିକା ଲାଗି ରହିଛି। ଆହୁରି ଅଧିକରୁ ଅଧିକ ବର୍ଷା ହେବାକୁ ଥିବାରୁ ଉତ୍ତରାଖଣ୍ଡ, ହିମାଚଳ ଓ ଜାମ୍ମୁ କାଶ୍ମୀରରେ ସ୍ଥିତି ଗମ୍ଭୀର ହେବ ବୋଲି ଆଶଙ୍କା କରାଯାଉଛି । ବର୍ଷା ଲାଗି ରହିଥିବାରୁ ଜାମ୍ମୁ କାଶ୍ମୀରର ମାତା […]

flood,,,00

flood,,,00

Tapas Behera
  • Published: Sunday, 21 August 2022
  • Updated: 21 August 2022, 05:54 PM IST

ନୂଆଦିଲ୍ଲୀ: ଉତ୍ତର ଭାରତରେ ବନ୍ୟା ବିଭୀଷିକାରେ ୩୧ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ସର୍ବାଧିକ ୨୨ ଜଣ ହିମାଚଳ ପ୍ରଦେଶରୁ ବୋଲି ଜଣାପଡ଼ିଛି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ ଓ କାଶ୍ମୀର, ଝାଡ଼ଖଣ୍ଡରେ ବନ୍ୟାର ବିଭୀଷିକା ଲାଗି ରହିଛି। ଆହୁରି ଅଧିକରୁ ଅଧିକ ବର୍ଷା ହେବାକୁ ଥିବାରୁ ଉତ୍ତରାଖଣ୍ଡ, ହିମାଚଳ ଓ ଜାମ୍ମୁ କାଶ୍ମୀରରେ ସ୍ଥିତି ଗମ୍ଭୀର ହେବ ବୋଲି ଆଶଙ୍କା କରାଯାଉଛି । ବର୍ଷା ଲାଗି ରହିଥିବାରୁ ଜାମ୍ମୁ କାଶ୍ମୀରର ମାତା ବୈଷ୍ଣୋଦେବୀ ପୀଠ ଯାତ୍ରା ବନ୍ଦ ରହିଛି। ବର୍ଷା ଯୋଗୁଁ ହିମାଚଳ ପ୍ରଦେଶରେ ମଧ୍ୟ ସ୍ଥିତି ବେହାଲ ଅଛି।  ବର୍ଷା ପରେ ଫ୍ଲାସ ଫ୍ଲଡ ଯୋଗୁଁ କାଙ୍ଗ୍ରା ଜିଲ୍ଲାର ଚକ୍କି ନଦୀ ଉପରେ ଥିବା ଗୋଟିଏ ରେଳ ପୋଲ ଭୁଶୁଡ଼ି ପଡ଼ିଛି । ବର୍ଷା ପରେ ଭୂସ୍ଖଳନ ଯୋଗୁଁ ଗୋଟିଏ ପରିବାରର ୮ ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି । କିଛିଦିନ ଭିତରେ ରାଜ୍ୟରେ ବର୍ଷା ଓ ବନ୍ୟା ଯୋଗୁଁ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ସେହିପରି ୧୦ ଜଣ ଲୋକ ଆହତ ହୋଇଛନ୍ତି । ଭୂସ୍ଖଳନ ଯୋଗୁଁ ରାଜ୍ୟର କେତେକ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଉତ୍ତରାଖଣ୍ଡରେ ମଧ୍ୟ ବର୍ଷା ବିତ୍ପାତ ଓ ବନ୍ୟା ବିଭୀଷିକା ପରିସ୍ଥିତି ଉପୁଜିଛି।  ପ୍ରବଳ ବର୍ଷା ଯୋଗୁଁ ଫ୍ପାଉରି, ତେହରି ଓ ଡେରାଡୁନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସୋଙ୍ଗ ନଦୀରେ ବନ୍ୟା ଯୋଗଉଁ ଡେରାଡୁନର ମାଲଦେବତା ଅଞ୍ଚଳ ପ୍ରଭାବିତ ହୋଇଛି।  ଫ୍ଲାସ ଫ୍ଲଡ ଆସିବା ଯୋଗୁଁ ଡେରାଡୁନ୍ ଓ ଜଲି ଗ୍ରାଣ୍ଟ ଏୟାରପୋର୍ଟ ରାସ୍ତାରେ ଥିବା ଗୋଟିଏ ଫ୍ଲାଏ ଓଭର ଦୋଇ ହୋଇ ଯାଇଛି।  ସେହିପରି ତିନି ଜିଲ୍ଲାର ଅନେକ ଗାଁ ସହ ଯୋଗାଯୋଗ ବିଛିନ୍ନ ହୋଇଛି । ସରଖେତ ଜିଲ୍ଲାରେ ବାଦଲଫଟା ବର୍ଷା ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଉତ୍ତରପ୍ରଦେଶର ପ୍ରୟାଗରାଜ ଓ ବାରାଣସୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି ।

ଏହାଫଳରେ ଗଙ୍ଗା ଓ ଯମୁନା ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ପ୍ରୟାଗରାଜର କେତେକ ଗାଁରେ ବନ୍ୟା ଜଳ ପ୍ରବେଶ କରିଛି । ଜନବସତିଗୁଡ଼ିକରେ ପାଣି ଜମି ରହିବାରୁ ସ୍ଥିତି ଦୟନୀୟ ହୋଇଛି । ସେହିପରି ବରୁଣା ନଦୀ ମଧ୍ୟ ଫୁଲୁଛି ବୋଲି ପ୍ରଶାସନ ସୂଚନା ଦେଇଛି । ବର୍ଷା ପରେ ବନ୍ୟା ଯୋଗୁଁ ପ୍ରୟାଗରାଜରେ ସ୍କୁଲ କଲେଜ ବନ୍ଦ ରଖାଯାଇଛି । ସେହିପରି ଗାଁଗୁଡ଼ିକରେ କ୍ଷୀର ବ୍ୟବସାୟ ମାନ୍ଦା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos