ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ

ଶିମଲା: ହିମାଚଳପ୍ରଦେଶରରେ ଗତକାଲି ଭୂ-କମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂ-କମ୍ପର ତିବ୍ରତା ୪.୧ ରେକର୍ଡ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଏହି ତଥ୍ୟ ଜାରି କରାଯାଇଛି। ମଣ୍ଡିଠାରୁ ୨୭ କିମି ଦୂର  ଉତ୍ତର ଏବଂ ଉତ୍ତରପଶ୍ଚିମରେ ଏହାର କେନ୍ଦ୍ରସ୍ଥଳ ବୋଲି ଆକଳନ କରାଯାଇଛି। ମଣ୍ଡି ଓ କଙ୍ଗାରାରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ଭୂ-କମ୍ପର ଝଟକା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରୁ ଆସିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ଏଥିରେ […]

earthquack

earthquack

Tapas Behera
  • Published: Thursday, 17 November 2022
  • Updated: 17 November 2022, 09:52 AM IST

Sports

Latest News

ଶିମଲା: ହିମାଚଳପ୍ରଦେଶରରେ ଗତକାଲି ଭୂ-କମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂ-କମ୍ପର ତିବ୍ରତା ୪.୧ ରେକର୍ଡ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଏହି ତଥ୍ୟ ଜାରି କରାଯାଇଛି। ମଣ୍ଡିଠାରୁ ୨୭ କିମି ଦୂର  ଉତ୍ତର ଏବଂ ଉତ୍ତରପଶ୍ଚିମରେ ଏହାର କେନ୍ଦ୍ରସ୍ଥଳ ବୋଲି ଆକଳନ କରାଯାଇଛି। ମଣ୍ଡି ଓ କଙ୍ଗାରାରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ଭୂ-କମ୍ପର ଝଟକା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରୁ ଆସିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ଏଥିରେ କୌଣସି ଧନଜୀବନ ହାନୀ ହୋଇଥିବା ଏଯାବତ ଜଣାପଡି ନାହିଁ।

ଗତ କିଛି ଦିନ ହେବ ହିମାଚଳ ପ୍ରଦେଶରେ ଭୂକମ୍ପ ଅନୁଭୂତ ହେଉଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ରାତି ୯ଟା ୨୧ ମିନିଟ୍‌ରେ ହୋଇଥିଲା। ଗତ ନଭେମ୍ବର ୧୨ରେ ଦିଲ୍ଳୀ-ଏନସିଆର ଏବଂ ଉତ୍ତରାଖଣ୍ଡରେ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।  ଯାହାର ତୀବ୍ରତା ୬.୩ ରହିଥିଲା। ଭାରତରେ ଦିଲ୍ଳୀ ସହ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ସମେତ ୭ ରାଜ୍ୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ନେପାଳରେ ଭୂମିକମ୍ପରେ ସବୁଠୁ ଅଧିକ କ୍ଷତି ହୋଇଥିଲା। ନେପାଳରେ ୬ ଜଣକ ମୃତ୍ୟୁ ମଧ୍ୟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos