ଏବେ ବି ଦେଶର ୪୦ କୋଟି ଲୋକଙ୍କ ପ୍ରତି ରହିଛି କରୋନା ବିପଦ

ନୂଆଦିଲ୍ଲୀ: ମହାମାରୀ କରୋନାର ବିପଦ ଏଯାଏ ଦେଶବାସୀଙ୍କ ଉପରକୁ ଟଳିନାହିଁ। ଦେଶର ମୋଟ ଜନସଂଖ୍ୟାର ଦୁଇ ତୃତୀୟାଂଶ ଲୋକଙ୍କ ଶରୀରରେ କରୋନାକୁ ମାତ୍‌ ଦେବାକୁ ଆଣ୍ଟିବଡି ସୃଷ୍ଟି ହୋଇ ସାରିଛି ସତ, ହେଲେ ଏବେ ୪୦ କୋଟି ଜନସାଧାରଣ ସଂକ୍ରମିତ ହେବାର ଆଶଙ୍କା ଥିବା ତାଲିକାରେ ରହିଛନ୍ତି। ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୪ର୍ଥ ଜାତୀୟ ସେରୋସର୍ଭେ ରିପୋର୍ଟ ଜାରି କରାଯାଇ ଏପରି ତଥ୍ୟ ଦିଆଯାଇଛି। ଏହି ସର୍ଭେ ବେଳେ ଆଇସିଏମଆର ଛୋଟ ପିଲାମାନଙ୍କୁ ମଧ୍ୟ […]

Corona

Hemant Lenka
  • Published: Tuesday, 20 July 2021
  • , Updated: 20 July 2021, 07:03 PM IST

ନୂଆଦିଲ୍ଲୀ: ମହାମାରୀ କରୋନାର ବିପଦ ଏଯାଏ ଦେଶବାସୀଙ୍କ ଉପରକୁ ଟଳିନାହିଁ। ଦେଶର ମୋଟ ଜନସଂଖ୍ୟାର ଦୁଇ ତୃତୀୟାଂଶ ଲୋକଙ୍କ ଶରୀରରେ କରୋନାକୁ ମାତ୍‌ ଦେବାକୁ ଆଣ୍ଟିବଡି ସୃଷ୍ଟି ହୋଇ ସାରିଛି ସତ, ହେଲେ ଏବେ ୪୦ କୋଟି ଜନସାଧାରଣ ସଂକ୍ରମିତ ହେବାର ଆଶଙ୍କା ଥିବା ତାଲିକାରେ ରହିଛନ୍ତି। ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୪ର୍ଥ ଜାତୀୟ ସେରୋସର୍ଭେ ରିପୋର୍ଟ ଜାରି କରାଯାଇ ଏପରି ତଥ୍ୟ ଦିଆଯାଇଛି।

ଏହି ସର୍ଭେ ବେଳେ ଆଇସିଏମଆର ଛୋଟ ପିଲାମାନଙ୍କୁ ମଧ୍ୟ ସାମିଲ କରିଥିଲା। ସେମାନଙ୍କ ପ୍ରତି କରୋନାର ବିପଦ କେତେ ରହିଛି ଓ ସେମାନଙ୍କ ଶରୀରରେ ଆଣ୍ଟିବଡି ରହିଛି କି ନାହିଁ, ସେକଥା ଜାଣିବା ପାଇଁ ସର୍ଭେ ବେଳେ ସେମାନଙ୍କ ନମୁନା ସଂଗ୍ରହ କରାଯାଇଥିଲା।

ସର୍ଭେରୁ ଜଣାପଡ଼ିଛି ଦେଶର ୬୭.୬% ଲୋକଙ୍କ ଶରୀରରେ କରୋନାକୁ ମାତ ଦେବାକୁ ଆଣ୍ଟିବଡି ସୃଷ୍ଟି ହୋଇ ସାରିଛି। ୬ରୁ ୧୭ ବର୍ଷ ବୟସର ୫୦% ପିଲା କରୋନା ଭାଇରସ ସଂସ୍ପର୍ଶରେ ଆସି ସାରିଛନ୍ତି। ଏହାକୁ ସେମାନେ ମାତ୍‌ ଦେଇ ନିଜ ଶରୀରରେ ଆଣ୍ଟିବଡି ସୃଷ୍ଟି କରି ସାରିଛନ୍ତି।

୪୫ରୁ ୬୦ ବର୍ଷ ବୟସର ଲୋକଙ୍କ ମଧ୍ୟରେ ସବୁଠାରୁ ଅଧିକ (୭୭.୬%) ଆଣ୍ଟିବଡି ରହିଛି। ୬୦ରୁ ଅଧିକ ବୟସର ଲୋକଙ୍କ ମଧ୍ୟରେ ୭୬.୭%, ୧୮ରୁ ୪୪ ବର୍ଷ ବୟସର ଲୋକଙ୍କ ମଧ୍ୟରେ ୬୬.୭%, ୬ରୁ ୯ ବର୍ଷ ବୟସର ପିଲାଙ୍କ ମଧ୍ୟରେ ୫୭.୨% ଓ ୧୦ରୁ ୧୭ ବର୍ଷ ବୟସର ପିଲାଙ୍କ ମଧ୍ୟରେ ୬୧.୬% ଆଣ୍ଟିବଡି ରହିଥିବା ସର୍ଭେରୁ ଜଣାପଡ଼ିଛି। ଗ୍ରାମାଞ୍ଚଳର ୬୬.୭% ଓ ସହରାଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରେ ଆଣ୍ଟିବଡି ୬୯.୬% ରହିଛି।

ସର୍ଭେ ରିପୋର୍ଟ ଜାରି କରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଯେଉଁ ସବୁ ରାଜ୍ୟ ଓ ଜିଲ୍ଲାରେ ଆଣ୍ଟିବଡିର ପ୍ରତିଶତ କମ ରହିଛି, ସେଠାରେ କରୋନାର ଏକାଧିକ ୱେଭ ଆସିବାର ଆଶଙ୍କା ରହିଛି। ୪୦ କୋଟି ଲୋକଙ୍କ ପ୍ରତି ବିପଦ ଥିବାରୁ ସମସ୍ତଙ୍କୁ ସତର୍କ ରହିବା ଉଚିତ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଆଇସିଏମଆର ଡିଜି ବଳରାମ ଭାର୍ଗବ କହିଛନ୍ତି, ୪ର୍ଥ ରାଉଣ୍ଡ ସେରୋସର୍ଭେ ଜୁନରୁ ଜୁଲାଇ ମଧ୍ୟରେ ଦେଶର ୭୦ଟି ଜିଲ୍ଲାରେ କରାଯାଇଥିଲା। ଏଥିରେ ୩୬,୨୨୭ ଲୋକ ସାମିଲ ହୋଇଥିଲେ। ଏମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ୭,୨୫୨ ଥିଲା। ୨୧ଟି ରାଜ୍ୟର ୭୦ଟି ଜିଲ୍ଲାରେ ଏହି ସର୍ଭେ କରାଯାଇଥିଲା। ୮୫% ସ୍ୱାସ୍ଥ୍ୟକର୍ମୀଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ବେଳେ ଏହି ବର୍ଗର ମାତ୍ର ୧୦% ଲୋକ ଟିକା ନେଇନାହାନ୍ତି।

ଟିକା ନେଉଥିବା ବ୍ୟକ୍ତିଙ୍କ ତୁଳନାରେ ଟିକା ନେଇଥିବା ଲୋକଙ୍କ ଶରୀରରେ ଅଧିକ ଆଣ୍ଟିବଡି ଦେଖିବାକୁ ମିଳିଛି। ଟିକା ନେଇ ନଥିବା ଲୋକଙ୍କ କ୍ଷେତ୍ରରେ ୬୨.୩% ଆଣ୍ଟିବଡି ରହିଥିବା ବେଳେ ଟିକାର ଗୋଟିଏ ଡୋଜ୍‌ ନେଇଥିବା ଲୋକଙ୍କ କ୍ଷେତ୍ରରେ ଏହା ୮୧% ରହିଛି। ସେହିପରି ଦୁଇଟି ଯାକ ଡୋଜ୍‌ ନେଇଥିବା ଲୋକଙ୍କ କ୍ଷେତ୍ରରେ ଆଣ୍ଟିବଡିର ପରିମାଣ ୮୯.୮% ରହିଛି। ଛୋଟ ପିଲାମାନଙ୍କ ସହ ପ୍ରତି ଜିଲ୍ଲାରୁ ୧୦୦ ଜଣ ଲେଖାଏ ସ୍ୱାସ୍ଥ୍ୟକର୍ମୀଙ୍କୁ ସର୍ଭେରେ ସାମିଲ କରାଯାଇଥିଲା ବୋଲି ସେ କହିଛନ୍ତି।

Related story