ଯାହା ହୋଇଛି ସହମତିରେ ହୋଇଛି, ୨୫ ବର୍ଷ ପରେ ପ୍ରେମିକକୁ କ୍ଲିନଚିଟ୍‌ ଦେଲେ କୋର୍ଟ

ମୁମ୍ବାଇ: ଝିଅ ରାଜି ଥିଲା। ପୁଅ ବି ରାଜି ଥିଲା। ଦୁହେଁ ଫେରାର ହୋଇଗଲେ। ହେଲେ ପରିବାର ଲୋକେ ପୁଅ ନାମରେ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। କିନ୍ତୁ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତଙ୍କୁ ମୁମ୍ବାଇର ଏକ କୋର୍ଟ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ଅଭିଯୁକ୍ତ ଜଣକ ୪୨ ବର୍ଷୀୟ ହକର ହୋଇଥିବା ବେଳେ ତାଙ୍କ ନାମରେ ଅପହରଣ ଓ ଦୁଷ୍କର୍ମ ଭଳି ସଙ୍ଗିନ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତଙ୍କ ଘର ଉତ୍ତରପ୍ରଦେଶର ଗାଜିଆବାଦରେ । […]

iop

iop

Tapas Behera
  • Published: Sunday, 10 July 2022
  • Updated: 10 July 2022, 05:47 PM IST

Sports

Latest News

ମୁମ୍ବାଇ: ଝିଅ ରାଜି ଥିଲା। ପୁଅ ବି ରାଜି ଥିଲା। ଦୁହେଁ ଫେରାର ହୋଇଗଲେ। ହେଲେ ପରିବାର ଲୋକେ ପୁଅ ନାମରେ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। କିନ୍ତୁ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତଙ୍କୁ ମୁମ୍ବାଇର ଏକ କୋର୍ଟ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ଅଭିଯୁକ୍ତ ଜଣକ ୪୨ ବର୍ଷୀୟ ହକର ହୋଇଥିବା ବେଳେ ତାଙ୍କ ନାମରେ ଅପହରଣ ଓ ଦୁଷ୍କର୍ମ ଭଳି ସଙ୍ଗିନ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତଙ୍କ ଘର ଉତ୍ତରପ୍ରଦେଶର ଗାଜିଆବାଦରେ । ସେ ମୁମ୍ବାଇରେ ରହି ହକର କାମ କରୁଥିଲେ। ୧୯୯୭ରେ ମୁମ୍ବାଇରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା।

ସୂଚନା ଅନୁଯାୟୀ ଯୁବତୀ ଏବଂ ତାଙ୍କ ପରିବାର ଲୋକେ ୧୯୯୭ରେ  ମୁମ୍ବାଇର  ଶିବାଜୀ ପାର୍କରେ ରାମଲୀଳା ଦେଖୁଥିଲେ। ଏହି ସମୟରେ ଯୁବତୀ ଜଣକ ହଠାତ୍ ନିଖୋଜ  ହୋଇଯାଇଥିଲେ। ଘଟଣାର ୨ ଦିନ ପରେ ଉକ୍ତ ପରିବାରର ଜଣେ ପଡ଼ୋଶୀ ମଧ୍ୟ ନିଖୋଜ ଥିବା ଜାଣିବାକୁ ପାଇଥିଲେ। ଯୁବତୀଙ୍କ ବାପା ପଡ଼ୋଶୀ ଯୁବକଙ୍କ ସାଙ୍ଗକୁ ପଚରାଉଚରା କରିଥିଲେ। ପରେ ତାଙ୍କ ଝିଅକୁ  ସମ୍ପୃକ୍ତ ପଡ଼ୋଶୀ ଦିଲ୍ଲୀ ନେଇଯାଇଥିବା ଜାଣିବାକୁ ପାଇଥିଲେ। ଏହା ପରେ ଯୁବତୀଙ୍କ ବାପା  ଥାନାରେ ସମ୍ପୃକ୍ତ ଯୁବକଙ୍କ ନାମରେ ଏକ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ କରିଥିଲେ।

କୋର୍ଟରେ ଅଭିଯୁକ୍ତର ବନ୍ଧୁ ସାକ୍ଷୀ ଭାବେ ଉପସ୍ଥିତ ରହି ସେ ଅଭିଯୁକ୍ତଙ୍କୁ ସ୍କୁଲ ବେଳୁ ଜାଣିଥିବା କହିଥିଲେ। ୧୯୯୭  ଅକ୍ଟୋବର୧୧ ତାରିଖରେ ଅଭିଯୁକ୍ତ ଓ ତାଙ୍କ ସାଙ୍ଗ ଦୁହେଁ   ଶିବାଜୀ ପାର୍କକୁ ରାମଲୀଳା ଦେଖିବାକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତଙ୍କ ବାନ୍ଧବୀ(ପୀଡ଼ିତା) ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେ ତାଙ୍କ ପରିବାର ସହ ରାମଲୀଳା ଉପଭୋଗ କରୁଥିଲେ। ଏହା ପରେ ବାନ୍ଧବୀଙ୍କୁ ଧରି ଅଭିଯୁକ୍ତ ଜଣକ ଫେରାର ମାରିଥିଲେ। ସେମାନଙ୍କୁ ଛାଡ଼ିବା ପାଇଁ  ଅଭିଯୁକ୍ତଙ୍କ ବନ୍ଧୁ  ସେଣ୍ଟ୍ରାଲ ମୁମ୍ବାଇ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ଆସିଥିଲେ।

ଯେଉଁଠାରୁ ଉଭୟେ ଦିଲ୍ଲୀ ପଳାଇଯାଇଥିଲେ। ଅଭିଯୁକ୍ତଙ୍କ ବନ୍ଧୁଙ୍କ କହିବା ଅନୁଯାୟୀ ଉଭୟେ ଟ୍ରେନ୍‌ରେ ଖସିଯାଇଥିଲେ। ପୀଡ଼ିତା ଜଣକ ନିଜ ଇଚ୍ଛାରେ ଅଭିଯୁକ୍ତ ସହ ଯାଇଥିବା ସେ କହିଥିଲେ। ସେହିପରି ତଦନ୍ତକାରୀ ଅଧିକାରୀ କୋର୍ଟଙ୍କୁ  କହିଥିଲେ ଯେ, ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ବନ୍ଧୁତା ଥିଲା। ସେହିପରି ପୀଡ଼ିତା ନାବାଳିକା ବୋଲି କୌଣସି ପ୍ରମାଣ ମିଳି ନଥିବା ତଦନ୍ତକାରୀ ଅଧିକାରୀ କହିଥିଲେ। ଏଥିସହ ତଦନ୍ତ ବେଳେ ପୀଡ଼ିତା ସହ କୌଣସି ଶାରିରୀକ ସମ୍ପର୍କ କଥା ସେ ନିଜେ ପ୍ରକାଶ କରି ନଥିବା କୋର୍ଟ କହିଛନ୍ତି । ସମସ୍ତ ସାକ୍ଷ୍ୟପ୍ରମାଣରୁ ପୀଡ଼ିତାଙ୍କୁ ଅଭିଯୁକ୍ତ ଜବରଦସ୍ତ ନୁହଁ ବରଂ ସେ ତାଙ୍କ ଇଚ୍ଛାରେ ଯାଇଥିବା କୋର୍ଟ କହିଛନ୍ତି।  ଅଭିଯୁକ୍ତଙ୍କୁ ଦୋଶୀ ସାବ୍ୟସ୍ତ ପାଇଁ  ଯଥେଷ୍ଟ ପ୍ରମାଣ ନଥିବା କୋର୍ଟ କହିଛନ୍ତି। ଏପରିକି ପୀଡ଼ିତା ମଧ୍ୟ ନିଜ ତରଫରୁ କୋର୍ଟକୁ ଆସି ନଥିଲେ। ଫଳରେ ଚୂଡ଼ାନ୍ତ ଶୁଣାଣି କରି କୋର୍ଟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରିଥିଲେ। ଏଥିପାଇଁ ମାମାଲା ୨୫ ବର୍ଷ ଧରି ଚାଲିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story