ଲଜ୍ଜ୍ୟା! ପାଣି ପିଇବାକୁ ଯାଇଥିବା ନାବାଳିକାକୁ ମସଜିଦ ଭିତରେ ଦୁଷ୍କର୍ମ

ନୂଆଦିଲ୍ଲୀ: ଲଜ୍ୟା, ଲଜ୍ୟା, ଲଜ୍ୟା…। ଶୋଷ ମେଣ୍ଟାଇବା ପାଇଁ ମସଜିଦ ଭିତରକୁ ଯାଇଥିବା ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଉତ୍ତର ପୂର୍ବ ଦିଲ୍ଲୀର ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଅଭିଯୁକ୍ତ ଜଣଙ୍କ ସେହି ମସଜିଦର ୪୭ ବର୍ଷୀୟ ମୌଲାନା। ରବିବାର ଏହି ଘଟଣା ଘଟିଥିଲା ବୋଲି ପୁଲିସ କହିଛି। ମସଜିଦରେ ଦୁଷ୍କର୍ମର ଶିକାର ହୋଇ ଘରକୁ ଫେରି ନାବାଳିକା ଜଣଙ୍କ ସମସ୍ତ କଥା ପରିବାର ଲୋକଙ୍କୁ ଜଣାଇବା ପରେ ପୁଲିସ ପାଖରେ ପରିବାର ଲୋକେ […]

Rape Graphics

Subhransu Sekhar
  • Published: Wednesday, 02 June 2021
  • , Updated: 02 June 2021, 03:39 PM IST

ନୂଆଦିଲ୍ଲୀ: ଲଜ୍ୟା, ଲଜ୍ୟା, ଲଜ୍ୟା…। ଶୋଷ ମେଣ୍ଟାଇବା ପାଇଁ ମସଜିଦ ଭିତରକୁ ଯାଇଥିବା ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଉତ୍ତର ପୂର୍ବ ଦିଲ୍ଲୀର ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଅଭିଯୁକ୍ତ ଜଣଙ୍କ ସେହି ମସଜିଦର ୪୭ ବର୍ଷୀୟ ମୌଲାନା। ରବିବାର ଏହି ଘଟଣା ଘଟିଥିଲା ବୋଲି ପୁଲିସ କହିଛି। ମସଜିଦରେ ଦୁଷ୍କର୍ମର ଶିକାର ହୋଇ ଘରକୁ ଫେରି ନାବାଳିକା ଜଣଙ୍କ ସମସ୍ତ କଥା ପରିବାର ଲୋକଙ୍କୁ ଜଣାଇବା ପରେ ପୁଲିସ ପାଖରେ ପରିବାର ଲୋକେ ଏତଲା ଦେଇଥିଲେ। ପରେ ନାବାଳିକାର ମେଡିକାଲ ପରୀକ୍ଷା କରାଯାଇଛି।

ପରିବାର ଲୋକେ କହିଛନ୍ତି, ତାଙ୍କ ଝିଅ ମସଜିଦ ପାଖରେ ଖେଳୁଥିଲା। ଶୋଷ ଲାଗିବାରୁ ପାଣି ପିଇବାକୁ ମସଜିଦ ଭିତରକୁ ଯାଇଥିଲା। ଯେଉଁଠି ନର ରୂପୀ ମୌଲନା ତାଙ୍କ ଝିଅ ସହିତ କୁତ୍ସିତ କାରନାମା କରିଛି ବୋଲି ପରିବାର ଲୋକେ କହିଛନ୍ତି। ପୁଲିସ ଏହାପରେ ତତକ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୌଲାନା ହାତରେ ହାତକଡି ପକାଇ ଗାଜିଆବାଦ୍ ଜେଲର ଚାରି କାନ୍ଥ ଭିତରେ ପୁରାଇ ଦେଇଛି। ଅଭିଯୁକ୍ତ ଦୁଷ୍କର୍ମକାରୀ ମୌଲାନା ବିରୋଧରେ ପୋକ୍ସ ଆକ୍ଚ ଲାଗୁ କରାଯାଇଥିବା ପୁଲିସ ସ୍ପଷ୍ଟ କରିଛି।

https://twitter.com/ANI/status/1399751140254785539?s=20

ଅଭିଯୁକ୍ତ ଦୁଷ୍କର୍ମକାରୀ ମୌଲାନାକୁ ପୁଲିସ ଗତକାଲି କୋର୍ଟରେ ହାଜର କରିଥିଲା। ଏହାପରେ କୋର୍ଟ ଏବେ ୧୪ ଦିନିଆ ବିଚାରବିଭାଗୀୟ ହେପାଜତ ପାଇଁ ଅନୁମତି ଦେଇଛନ୍ତି। ଅଭିଯୁକ୍ତ ଜଣଙ୍କ ରାଜସ୍ଥାନ ଭରତରୁରର ବୋଲି ଜଣାପଡ଼ିଛି। ଅଭିଯୁକ୍ତକୁ ଗିରଫ କରିବାକୁ ଯିବା ବେଳେ ସ୍ଥାନୀୟ ଲୋକ ଘେରିଯାଇଥିଲେ ବୋଲି ପୁଲିସ କହିଛି। ପରେ ମସଜିଦ ଚାରି ପାଖରେ ପୁଲିସ ମୁତ୍ତୟନ କରାଯାଇଥିବା ଜଣାପଡ଼ିଛି।

Related story