ରାଜଧାନୀ କୋଭିଡ ହସ୍ପିଟାଲରେ ନିଆଁ ଲାଗି ୫ ମୃତ

ରାୟପୁର: ଛତିଶଗଡର ରାଜଧାନୀ ରାୟପୁରରେ ଥିବା ରାଜଧାନୀ ହସ୍ପିଟାଲରେ ନିଆଁ ଲାଗି ୫ ଜଣଙ୍କର ମୃତ୍ୟୁ ଘଟିଛି। ଶନିବାର ସନ୍ଧ୍ୟାରେ ରାୟପୁରର ରାଜଧାନୀ ହସ୍ପିଟାଲରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ସର୍ଟ ସର୍କିଟ ଯୋଗୁଁ ଘଟିଥିବା ନିଆଁ ଏତେ ଭୟଙ୍କର ଥିଲା ଯେ ରୋଗୀମାନେ ଭୟରେ ଦୌଡୁଥିଲେ। ଆଉ ରୋଗୀଙ୍କୁ ଷ୍ଟ୍ରେଚରରେ ରଖାଯାଇ ଡାକ୍ତରଖାନାରୁ ବାହାରକୁ ନିଆଯାଇଥିଲା। ଏହି ଘଟଣାରେ ୫ ରୋଗୀ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ପୁଲିସ ଏହି […]

RAIPUR-RAJDHANI-HOSPITAL

Subhransu Sekhar
  • Published: Saturday, 17 April 2021
  • , Updated: 17 April 2021, 11:00 PM IST

ରାୟପୁର: ଛତିଶଗଡର ରାଜଧାନୀ ରାୟପୁରରେ ଥିବା ରାଜଧାନୀ ହସ୍ପିଟାଲରେ ନିଆଁ ଲାଗି ୫ ଜଣଙ୍କର ମୃତ୍ୟୁ ଘଟିଛି। ଶନିବାର ସନ୍ଧ୍ୟାରେ ରାୟପୁରର ରାଜଧାନୀ ହସ୍ପିଟାଲରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ସର୍ଟ ସର୍କିଟ ଯୋଗୁଁ ଘଟିଥିବା ନିଆଁ ଏତେ ଭୟଙ୍କର ଥିଲା ଯେ ରୋଗୀମାନେ ଭୟରେ ଦୌଡୁଥିଲେ। ଆଉ ରୋଗୀଙ୍କୁ ଷ୍ଟ୍ରେଚରରେ ରଖାଯାଇ ଡାକ୍ତରଖାନାରୁ ବାହାରକୁ ନିଆଯାଇଥିଲା। ଏହି ଘଟଣାରେ ୫ ରୋଗୀ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ପୁଲିସ ଏହି ଘଟଣାର ତଦନ୍ତ କରୁଛି। ପ୍ରାଥମିକ ତଦନ୍ତ କରି ପୁଲିସ କହିଛି, ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଏହି ଅଘଟଣ ଘଟିଛି।

ରାୟପୁର ସିଏମଏଚଓ ମୀରା ବାଘେଲଙ୍କ ବିବୃତ୍ତି ଅନୁଯାୟୀ ପୋଡିଯିବା କାରଣରୁ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣଙ୍କର ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ମୃତ୍ୟୁ ଘଟିଛି। ଆଉ ଜଣେ ଅଗ୍ନିକାଣ୍ଡ ପୂର୍ବରୁ ମୃତ୍ୟୁ ବରଣ କରିଥିଲେ। ମୋଟ୍ ଏହି ଅଗ୍ନିକାଣ୍ଡରେ ଚାରି ଜଣ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ବାଘେଲଙ୍କ ବିବୃତ୍ତି ପରେ ଜଣାପଡିଥିଲା ​​ଯେ ନିଆଁ ପୂର୍ବରୁ ଯେଉଁ ମହିଳାଙ୍କ ମୃତ୍ୟୁ ବିଷୟରେ କୁହାଯାଉଥିଲା, ସେ ପ୍ରକୃତରେ ଅଗ୍ନିକାଣ୍ଡରେ ମୃତ୍ୟୁ ବରଣ କରିଛନ୍ତି। ଅର୍ଥାତ୍ ମୋଟ୍ ୫ ଜଣ ଲୋକ ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି।

ସ୍ୱାସ୍ଥ୍ୟ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ପ୍ରଥମେ ଆଇସିୟୁ ରୁମରେ ନିଆଁ ଲାଗିଥିଲା ବୋଲି ଜଣାପଡ଼ିଛି। ଏବେ ଏକ ଏଫଆଇଆର ଦାଖଲ ହୋଇ ତଦନ୍ତ କରିଛି। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ରାଜଧାନୀ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିଣତ କରାଯାଇଛି।

ଅଗ୍ନିକାଣ୍ଡ ପାଇଁ ଡାକ୍ତରଖାନାର ସମସ୍ତ କୋଠରୀରେ ଧୂଆଁ ଭର୍ତ୍ତି ହୋଇଯାଇଥିଲା। ତେଣୁ ଚିକିତ୍ସିତ ହେଉଥିବା ରୋଗୀମାନେ ଅଣ ନିଃଶ୍ୱାସୀ ହୋଇପଡ଼ିଥିଲେ। ଅଗ୍ନିକାଣ୍ଡ ବେଳେ ଏହି ହସ୍ପିଟାଲରେ ପ୍ରାୟ ୩୦ ଜଣ ରୋଗୀ ଭର୍ତ୍ତି ହୋଇଥିଲେ।

ନିଆଁ ଲାଗିଥିବା ସତ୍ତ୍ୱେ ସମସ୍ତ ରୋଗୀଙ୍କୁ ଡାକ୍ତରଖାନାରୁ ବାହାର କରି ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ସେପଟେ ଅଗ୍ନିଶମ ବାହିନୀ ଏବଂ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଖବର ଲେଖାହେବା ସୁଦ୍ଧା ନିଆଁ ଲିଭାଇବା କାମ ଜାରି ରହିଥିଲା।

Related story