କାମ ଦଉନି ମହାଶପଥ, ପୁଣି ବିଷାକ୍ତ ମଦ ନେଲା ୫ ଜଣଙ୍କ ଜୀବନ

ପାଟନା: ମଦ ବିରୋଧରେ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସବୁ ଲୋକଙ୍କୁ ବିହାର ସରକାର ମହାଶପଥ ପାଠ କରାଇଛନ୍ତି। ମଦ ପିଇଲେ କିମ୍ବା ବିକ୍ରି ହେଲେ କଡ଼ା କାର୍ଯ୍ୟାନୁଷ୍ଠାନର ଧମକ ମଧ୍ୟ ଦିଆଯାଉଛି। ଏହା ସତ୍ତ୍ୱେ ବିହାରେ ବିଷାକ୍ତ ମଦ ମୃତ୍ୟୁ ମାମଲା ଥମିବାର ନାଁ ଧରୁନି। ଏବେ ପୁଣି ବିହାରର ନାଳନ୍ଦାରେ ବିଷାକ୍ତ ମଦ ପିଇ ୫ ଜଣ ପ୍ରାଣ ହରାଇଥିବା ପରିବାର ଲୋକ ଦାବି କରିଛନ୍ତି। ପ୍ରଶାସନ ଏପରି ଅଭିଯୋଗ ପାଇବା ପରେ […]

Liquor

Hemant Lenka
  • Published: Saturday, 15 January 2022
  • , Updated: 15 January 2022, 11:22 AM IST

ପାଟନା: ମଦ ବିରୋଧରେ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସବୁ ଲୋକଙ୍କୁ ବିହାର ସରକାର ମହାଶପଥ ପାଠ କରାଇଛନ୍ତି। ମଦ ପିଇଲେ କିମ୍ବା ବିକ୍ରି ହେଲେ କଡ଼ା କାର୍ଯ୍ୟାନୁଷ୍ଠାନର ଧମକ ମଧ୍ୟ ଦିଆଯାଉଛି। ଏହା ସତ୍ତ୍ୱେ ବିହାରେ ବିଷାକ୍ତ ମଦ ମୃତ୍ୟୁ ମାମଲା ଥମିବାର ନାଁ ଧରୁନି।

ଏବେ ପୁଣି ବିହାରର ନାଳନ୍ଦାରେ ବିଷାକ୍ତ ମଦ ପିଇ ୫ ଜଣ ପ୍ରାଣ ହରାଇଥିବା ପରିବାର ଲୋକ ଦାବି କରିଛନ୍ତି। ପ୍ରଶାସନ ଏପରି ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ନାଳନ୍ଦା ଜିଲ୍ଲାର ଛୋଟି ପାହାଡ଼ୀରେ ବିଷାକ୍ତ ମଦ ପିଇ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ମନପୁରରେ ୩ ଜଣଙ୍କ ଜୀବନ ଯାଇଛି। ସେହିପରି ବିଷାକ୍ତ ମଦ ପିଇ ୩ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ଗୋଟିଏ ଘରୋଇ କ୍ଲିନିକରେ ସମସ୍ତଙ୍କ ଚିକିତ୍ସା ଚାଲିଛି।

ସମ୍ପର୍କୀୟମାନେ କହିଛନ୍ତି ଯେ ମଦ ପିଇବା ପରେ ହଠାତ୍ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ୫ ଜଣଙ୍କ ଜୀବନ ଯାଇଥିଲା। ଏସଏଚ୍ଓ ସୁରେଶ ପ୍ରସାଦଙ୍କ ପରେ ସଦର ଡିଏସପି ଡା ଶିବଲି ନୋମାନି ଘଟଣାସ୍ଥଳରେ ପହଞ୍ଚି ପରିବାର ବର୍ଗଙ୍କ ବୟାନ ରେକର୍ଡ କରିଛନ୍ତି। ଏଥିସହିତ ସ୍ଥାନୀୟ ଲୋକଙ୍କ ସହ କେଉଁଠି ମଦ ତିଆରି ହେଉଛି, ସେ ବିଷୟରେ ଆଲୋଚନା କରିଛନ୍ତି।


ପୁଲିସ୍‌ ଏବେ ଘଟଣାର ଅଧିକ ତଦନ୍ତ କରୁଥିବାରୁ ବିସ୍ତୃତ ତଥ୍ୟ ମିଳିନାହିଁ।

Related story