ଦୁଇ କାର୍ ମୁହାଁମୁହିଁ ଧକ୍କା: ୫ ମୃତ, ୪ ଆହତ

ଅହମଦାବାଦ: ଗୁଜରାଟର ଖେଡ଼ା ଜିଲ୍ଲାର ନାଦିଆଡ଼ ନିକଟରେ ୮ ନମ୍ବର ଜାତୀୟ ରାଜପଥରେ ଦୁଇଟି କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ରବିବାର ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଆହତମାନଙ୍କୁ ନାଦିଆଡ଼ ସିଭିଲ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକ ଅହମଦାବାଦର ବାସିନ୍ଦା ବୋଲି ଜଣାପଡ଼ିଛି। ଦୁର୍ଘଟଣା ସଂପର୍କରେ ଖବର ପାଇବା ମାତ୍ରେ ଅଗ୍ନିଶମ […]

accident

Jitendra Garnayak
  • Published: Monday, 17 August 2020
  • , Updated: 17 August 2020, 07:27 AM IST

ଅହମଦାବାଦ: ଗୁଜରାଟର ଖେଡ଼ା ଜିଲ୍ଲାର ନାଦିଆଡ଼ ନିକଟରେ ୮ ନମ୍ବର ଜାତୀୟ ରାଜପଥରେ ଦୁଇଟି କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି।

ରବିବାର ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଆହତମାନଙ୍କୁ ନାଦିଆଡ଼ ସିଭିଲ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକ ଅହମଦାବାଦର ବାସିନ୍ଦା ବୋଲି ଜଣାପଡ଼ିଛି।

ଦୁର୍ଘଟଣା ସଂପର୍କରେ ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀର ଏକ ଟିମ୍, ତିନୋଟି ଆମ୍ବୁଲାନ୍ସ ଓ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ କେମିତି ଏ ଦୁର୍ଘଟଣା ଘଟିଲା, ତାହା ଜଣାପଡ଼ିନାହିଁ। ପୁଲିସ୍ ଏହାର ତଦନ୍ତ କରୁଛି।

Related story