୧୪ ବର୍ଷୀୟ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କଲେ ୬ ଜଣ, ଗର୍ଭବତୀ ହେବା ପରେ ଜଣାପଡ଼ିଲା

ପୋଲ୍ଲାଚି: ପୁଣି ଗୋଟିଏ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଜଣେ ୧୪ ବର୍ଷୀୟ ଛାତ୍ରୀଙ୍କୁ ୬ ଜଣ ଯୌନପିପାଷୁ ବାରମ୍ବାର ଦୁଷ୍କର୍ମ କରିଛନ୍ତି। ତେବେ ଛାତ୍ରୀ ଜଣଙ୍କ ଗର୍ଭବତୀ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ତାମିଲନାଡୁର ପୋଲ୍ଲାଚିରେ ଏହି ଘଟଣା ଘଟିଛି। ପୁଲିସ୍‌ ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅଭିଯୁକ୍ତଙ୍କ ମଧ୍ୟରେ କିଛି ନାବାଳକ ରହିଛନ୍ତି। ସେହିପରି ଦୁଇ ମାସ ହେଲା ଅଭିଯୁକ୍ତମାନେ ଛାତ୍ରୀଙ୍କୁ ବାରମ୍ବାର […]

stop-Rape

Hemant Lenka
  • Published: Wednesday, 21 July 2021
  • , Updated: 21 July 2021, 07:08 PM IST

ପୋଲ୍ଲାଚି: ପୁଣି ଗୋଟିଏ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଜଣେ ୧୪ ବର୍ଷୀୟ ଛାତ୍ରୀଙ୍କୁ ୬ ଜଣ ଯୌନପିପାଷୁ ବାରମ୍ବାର ଦୁଷ୍କର୍ମ କରିଛନ୍ତି। ତେବେ ଛାତ୍ରୀ ଜଣଙ୍କ ଗର୍ଭବତୀ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ତାମିଲନାଡୁର ପୋଲ୍ଲାଚିରେ ଏହି ଘଟଣା ଘଟିଛି। ପୁଲିସ୍‌ ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅଭିଯୁକ୍ତଙ୍କ ମଧ୍ୟରେ କିଛି ନାବାଳକ ରହିଛନ୍ତି। ସେହିପରି ଦୁଇ ମାସ ହେଲା ଅଭିଯୁକ୍ତମାନେ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲେ ହେଁ ସେ ଏକଥା କାହାକୁ କହି ନଥିଲେ। କିଛି ଦିନ ତଳେ ଛାତ୍ରୀ ଜଣଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇଥିଲେ। ଡାକ୍ତର ଛାତ୍ରୀ ଜଣଙ୍କ ୫ ମାସର ଗର୍ଭବତୀ ଥିବା କହିବା ପରେ ପରିବାର ଲୋକ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି।

ପୁଲିସ୍‌ ତଦନ୍ତ କରି ଜାଣିବାକୁ ପାଇଛି ଯେ ଛାତ୍ରୀ ଜଣଙ୍କୁ ୬ରୁ ଅଧିକ ଲୋକ ବାରମ୍ବାର ଦୁଷ୍କର୍ମ କରିଛନ୍ତି। ଏମାନଙ୍କ ମଧ୍ୟରେ କିଛି ନାବାଳକ ମଧ୍ୟ ରହିଛନ୍ତି। ଛାତ୍ରୀ ଜଣଙ୍କ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଏହାର ସୁଯୋଗ ନେଇ ପ୍ରେମିକ ଓ ତା’ର ସାଙ୍ଗମାନେ ବାରମ୍ବାର ଏପରି କାଣ୍ଡ ଭିଆଇଛନ୍ତି।

ପୁଲିସ୍‌ ଡିଏସ୍‌ପି କହିଛନ୍ତି, ଛାତ୍ରୀ ଜଣଙ୍କ ତାଙ୍କ ଘର ପାଖରେ ରହୁଥିବା ଜଣେ ୧୬ ବର୍ଷୀୟ ନାବାଳକର ପ୍ରେମରେ ପଡ଼ିଥିଲେ। ସେମାନଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ରହିଥିଲା। ନାବାଳକ ଜଣଙ୍କ ଛାତ୍ରୀଙ୍କ ସହ ରଖିଥିବା ଶାରିରୀକ ସମ୍ପର୍କ ବିଷୟରେ ତା’ ସାଙ୍ଗମାନଙ୍କ ଆଗରେ କହିଥିଲେ।

ଏହାପରେ ସେମାନେ ଛାତ୍ରୀଙ୍କୁ ଧମକ ଦେଇ ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତମାନେ ଜାନୁଆରୀ ଓ ଫେବୃଆରୀ ମାସରେ ବିଭିନ୍ନ ସମୟରେ ବାରମ୍ବାର ଦୁଷ୍କର୍ମ କରି ଚାଲିଥିଲେ। ଭୟରେ ଛାତ୍ରୀ ଜଣଙ୍କ ଏକଥା କାହା ଆଗରେ କହି ନଥିଲେ। ଛାତ୍ରୀଙ୍କ ବାପା ମା’ ଦିନ ମଜୁରିଆ ହୋଇଥିବାରୁ ସେମାନେ କାମ ଚାଲି ଯାଉଥିଲେ। ଏହି ସମୟରେ ଝିଅ ଏକାକୀ ଘରେ ରହୁଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତମାନେ ଏପରି କାଣ୍ତ ଭିଆଇଥିବା ଡିଏସ୍‌ପି ସୂଚନା ଦେଇଛନ୍ତି।

Related story