୧୮ ଜେଇଇ ଟପ୍ପରଙ୍କ ମଧ୍ୟରୁ ୬ ଜଣ ଗୋଟିଏ ଇନଷ୍ଟିଚ୍ୟୁଟର

ନୂଆଦିଲ୍ଲୀ: ଜେଇଇ ମେନ-୨୦୨୧ ରେଜଲ୍ଟକୁ ଅପେକ୍ଷା କରିଥିବା ପିଲାମାନଙ୍କ ସବୁ ଅପେକ୍ଷାରେ ଅନ୍ତ ଘଟିଛି। ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ପ୍ରାୟ ୭ ଲକ୍ଷରୁ ଅଧିକ ପିଲା ଏହି ରେଜଲ୍ଟକୁ ଅପେକ୍ଷା କରିଥିଲେ। ମଙ୍ଗଳବାର ରାତି ପ୍ରାୟ ୨ଟା ବେଳେ ଜେଇଇ-ମେନ(ସେସନ୍ସ-୪)ର ରେଜଲ୍ଟ ପ୍ରକାଶ ପାଇଥିଲା। ୪୪ ଜଣ ୧୦୦% ମାର୍କ ରଖିଥିଲେ ହେଁ ୧୮ ଜଣଙ୍କୁ ସର୍ବଭାରତୀୟ ସ୍ତରରେ ୧ନଂ ରାଙ୍କ ମିଳିଛି। ଚଳିତ ବର୍ଷ ଜେଇଇ ମେନର ୪ଟି ଯାକ ସେସନ୍ସର ରେଜଲ୍ଟକୁ ମିଶାଇ ଏପରି […]

toppers

Hemant Lenka
  • Published: Wednesday, 15 September 2021
  • , Updated: 15 September 2021, 06:46 PM IST

ନୂଆଦିଲ୍ଲୀ: ଜେଇଇ ମେନ-୨୦୨୧ ରେଜଲ୍ଟକୁ ଅପେକ୍ଷା କରିଥିବା ପିଲାମାନଙ୍କ ସବୁ ଅପେକ୍ଷାରେ ଅନ୍ତ ଘଟିଛି। ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ପ୍ରାୟ ୭ ଲକ୍ଷରୁ ଅଧିକ ପିଲା ଏହି ରେଜଲ୍ଟକୁ ଅପେକ୍ଷା କରିଥିଲେ। ମଙ୍ଗଳବାର ରାତି ପ୍ରାୟ ୨ଟା ବେଳେ ଜେଇଇ-ମେନ(ସେସନ୍ସ-୪)ର ରେଜଲ୍ଟ ପ୍ରକାଶ ପାଇଥିଲା।

୪୪ ଜଣ ୧୦୦% ମାର୍କ ରଖିଥିଲେ ହେଁ ୧୮ ଜଣଙ୍କୁ ସର୍ବଭାରତୀୟ ସ୍ତରରେ ୧ନଂ ରାଙ୍କ ମିଳିଛି। ଚଳିତ ବର୍ଷ ଜେଇଇ ମେନର ୪ଟି ଯାକ ସେସନ୍ସର ରେଜଲ୍ଟକୁ ମିଶାଇ ଏପରି ସର୍ବ ଭାରତୀୟ ରାଙ୍କିଙ୍ଗ ନିର୍ଦ୍ଧାରଣ କରାଯାଇଛି।

[caption id="" align="aligncenter" width="1200"] ସିଦ୍ଧାନ୍ତ ଓ ଅଂଶୁଲ[/caption]

ତେବେ ୧୮ ଜଣ ଜେଇଇ ଟପ୍ପରଙ୍କ ମଧ୍ୟରୁ ୬ ଜଣ ଗୋଟିଏ ଇନଷ୍ଟିଚ୍ୟୁଟର। ରାଜସ୍ଥାନର କୋଟାରେ ଥିବା ଆଲେନ କ୍ୟାରିୟର ଇନଷ୍ଟିଚ୍ୟୁଟର ଅଂଶୁଲ ବର୍ମା, ସିଦ୍ଧାନ୍ତ ମୁଖାର୍ଜୀ, ମ୍ରିଦୁଲ ଅଗ୍ରୱାଲ, କାବ୍ୟା ଚୋପ୍ରା, ପୁଲକିତ ଗୋୟଲ ଓ ଗୁରମ୍ରିତ ସିଂହ ଜେଇଇ ମେନ୍‌ ୨୦୨୧ ସେସନ୍ସରେ ୩୦୦ରୁ ୩୦୦ ମାର୍କ ରଖିଛନ୍ତି।

ଜେଇଇ ମେନ ରେଜଲ୍ଟରେ ପ୍ରାୟ ୨.୫ ଲକ୍ଷ ଶିକ୍ଷାର୍ଥୀ ଜେଇଇ ଆଡଭାନ୍ସଡ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧,୦୧,୨୫୦ ଜଣ ଶିକ୍ଷାର୍ଥୀ ସାଧାରଣ ବର୍ଗର ହୋଇଥିବା ବେଳେ ୨୫ ହଜାର ଶିକ୍ଷାର୍ଥୀ ଆର୍ଥିକ ଦୁର୍ବଳ ବର୍ଗର, ୬୭,୫୦୦ ଜଣ ଓବିସି, ୩୭,୫୦୦ ଜଣ ଏସ୍‌ସି ଓ ୧୮,୭୫୦ ଜଣ ଏସ୍‌ଟି ବର୍ଗର ରହିଛନ୍ତି।

[caption id="" align="aligncenter" width="1200"] ମ୍ରିଦୁଲ ଓ ପୁଲକିତ[/caption]

ସିଦ୍ଧାନ୍ତ ମୁଖାର୍ଜୀ ୧୦ମରେ ୯୮.୪% ମାର୍କ ରଖିଥିବା ବେଳେ ଜେଇଇ ମେନ୍‌ ଫେବୃଆରୀ ସେସନ୍ସରେ ସେ ୧୦୦% ମାର୍କ ସ୍କୋର କରିଥିଲେ। ଅଂଶୁଲ ବର୍ମା ୧୦ମରେ ୯୮.୪% ଓ ଜେଇଇର ଜୁଲାଇ ସେସନ୍ସରେ ୧୦୦% ମାର୍କ, ମ୍ରିଦୁଲ ଅଗ୍ରୱାଲ ୧୦ମରେ ୯୮.୨% ଓ ଜେଇଇର ଫେବୃଆରୀ ସେସନ୍ସରେ ୧୦୦%, ପୁଲକିତ ଗୋୟଲ ୧୦ମରେ ୯୮.୬% ଓ ଜେଇଇର ଜୁଲାଇ ସେସନ୍ସରେ ୧୦୦%, କାବ୍ୟା ଚୋପ୍ରା ୧୦ମରେ ୯୭.୬% ଓ ଜେଇଇ ମେନ୍‌ର ମାର୍ଚ୍ଚ ସେସନ୍ସରେ ୧୦୦% ମାର୍କ ଏବଂ ଗରମ୍ରିତ ସିଂହ ୧୦ମରେ ୯୭% ଓ ଜେଇଇ ମେନର ଫେବୃଆରୀ ସେସନ୍ସରେ ୧୦୦% ମାର୍କ ସ୍କୋର କରିଥିଲେ।

[caption id="" align="aligncenter" width="1200"] ଗୁରମ୍ରିତ ଓ କାବ୍ୟା[/caption]

Related story