ଜ୍ୱର ପାଇଁ ଇଞ୍ଜେକସନ ନେଇ ଆଖି ବୁଜିଲା ୬ ବର୍ଷର ବାଳକ, କ୍ୱାକ ଗିରଫ

ବିରୁଦ୍ଧୁନଗର (ତାମିଲନାଡୁ): କୌଣସି ଡିଗ୍ରୀ ନ ଥାଇ ଲୋକଙ୍କ ଜୀବନ ସହ ଖେଳୁଥିବା ଜଣେ ମହିଳା କ୍ୱାକଙ୍କୁ ଗିରଫ କରିଛି ପୁଲିସ୍‌। ଏହି କ୍ୱାକ ଜଣଙ୍କ ଜ୍ୱର ପାଇଁ ଜଣେ ୬ ବର୍ଷ ବୟସର ବାଳକଙ୍କୁ ଇଞ୍ଜେକସନ ଦେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ପିଲାଟିର ମୃତ୍ୟୁ ହୋଇଥିଲା। ଘଟଣାର ତଦନ୍ତ କରି ପୁଲିସ୍‌ ମହିଳା କ୍ୱାକଙ୍କୁ ଗିରଫ କରିବା ସହ ତାଙ୍କ ପାଖରେ ରୋଗୀ ସେବା ପାଇଁ କୌଣସି ପ୍ରକାରର ଡିଗ୍ରୀ ନଥିବା ଜାଣିବାକୁ ପାଇଛି। ତାମିଲନାଡୁର ବିରୁଦ୍ଧୁନଗରରେ […]

arrest

  • Published: Tuesday, 08 November 2022
  • , Updated: 08 November 2022, 05:20 PM IST

ବିରୁଦ୍ଧୁନଗର (ତାମିଲନାଡୁ): କୌଣସି ଡିଗ୍ରୀ ନ ଥାଇ ଲୋକଙ୍କ ଜୀବନ ସହ ଖେଳୁଥିବା ଜଣେ ମହିଳା କ୍ୱାକଙ୍କୁ ଗିରଫ କରିଛି ପୁଲିସ୍‌। ଏହି କ୍ୱାକ ଜଣଙ୍କ ଜ୍ୱର ପାଇଁ ଜଣେ ୬ ବର୍ଷ ବୟସର ବାଳକଙ୍କୁ ଇଞ୍ଜେକସନ ଦେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ପିଲାଟିର ମୃତ୍ୟୁ ହୋଇଥିଲା।

ଘଟଣାର ତଦନ୍ତ କରି ପୁଲିସ୍‌ ମହିଳା କ୍ୱାକଙ୍କୁ ଗିରଫ କରିବା ସହ ତାଙ୍କ ପାଖରେ ରୋଗୀ ସେବା ପାଇଁ କୌଣସି ପ୍ରକାରର ଡିଗ୍ରୀ ନଥିବା ଜାଣିବାକୁ ପାଇଛି। ତାମିଲନାଡୁର ବିରୁଦ୍ଧୁନଗରରେ ଥିବା ଗୋଟିଏ କ୍ଲିନିକରେ ଏପରି ଘଟଣା ଘଟିଛି।

ନଭେମ୍ବର ୪ରେ ୬ ବର୍ଷର ବାଳକ କବି ଦେବନାଥନ ଅସୁସ୍ଥ ହୋଇଥିଲେ। ଏଥିପାଇଁ ବାପା ମହେଶ୍ୱରନ ତାଙ୍କୁ ଗିରଫ କ୍ୱାକ କାଥେରିନ ଚଳାଉଥିବା କ୍ଲିନକଙ୍କୁ ଆଣିଥିଲେ। ଦେବନାଥନଙ୍କୁ ଜ୍ୱର ହେଉଥିବାରୁ କାଥେରିନଙ୍କୁ ତାଙ୍କୁ ଇଞ୍ଜେକସନ ଦେଇ ଘରକୁ ପଠାଇ ଦେଇଥିଲେ। ତେବେ ଘରେ ପହଞ୍ଚିବା ପରେ ଦେବନାଥନଙ୍କ ଗୋଡ଼ ଫୁଲିବା ଆରମ୍ଭ କରିଥିଲା। ତାଙ୍କର ଯନ୍ତ୍ରଣା ବି ବଢ଼ିଥିଲା।

ପୁଅର ଏପରି ଅବସ୍ଥା ଦେଖି ମହେଶ୍ୱରନଙ୍କୁ ତାଙ୍କୁ ଗୋଟିଏ ଘରୋଇ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ମହେଶ୍ୱରନଙ୍କ ଅନୁରୋଧକ୍ରମେ ଡାକ୍ତର ଦେବନାଥନଙ୍କୁ ଗୋଟିଏ ପାରାସିଟାମଲ ଇଞ୍ଜେକସନ ଦେଇଥିଲେ। କିନ୍ତୁ ପୁଅ ଘରେ ପହଞ୍ଚିବା ପରେ ଅଚେତ ହୋଇ ଯାଇଥିଲା। ଏହାକୁ ଦେଖି ମହେଶ୍ୱରନ ଓ ପରିବାରର ଅନ୍ୟମାନେ ଦେବନାଥନଙ୍କୁ ରାଜାପାଲାୟାମ ସରକାରୀ ହସ୍ପିଟାଲକୁ ନେଇ ଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମହେଶ୍ୱରନଙ୍କ ଅଭିଯୋଗ ପରେ ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୁଲିସ୍‌ ଟିମ କାଥେରିନ ଚଳାଉଥିବା କ୍ଲିନକରେ ପହଞ୍ଚିଥିଲା। ଏହି ସମୟରେ ମେଡିକାଲ ସେବା ଯୋଗାଇ ଦେବା ପାଇଁ କାଥେରିନ କୌଣସି ଡିଗ୍ରୀ ହାସଲ କରି ନଥିବା ଜଣାପଡ଼ିଥିଲା।

ପୁଲିସ୍‌ ତାଙ୍କ କ୍ଲିନିକରୁ ଏକାଧିକ ମେଡିସିନ ଓ ଇଞ୍ଜେକସନ ମଧ୍ୟ ଜବତ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କାଥେରିନ ମୃତ ବାଳକର ଯେଉଁ ସ୍ଥାନରେ ଇଞ୍ଜେକସନ ଦେଇଥିଲେ, ଉକ୍ତ ଅଂଶଟି ସେପ୍ଟିକ ହୋଇଯାଇଥିଲା। ଫଳରେ ବାଳକର ଅବସ୍ଥା ଗୁରୁତର ହୋଇଥିଲା। ଏହି ତଥ୍ୟ ଆଧାରରେ ପୁଲିସ୍‌ କାଥେରିନଙ୍କୁ ଗିରଫ କରିଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି।

Related story