୬୦ ଶିକ୍ଷାର୍ଥୀ ଏକାଥରେ କରୋନାରେ ଆକ୍ରାନ୍ତ, ୨୦ ଯାଏ ସ୍କୁଲ ବନ୍ଦ

ବେଙ୍ଗାଲୁରୁ: ମହାମାରୀ କରୋନା ସଂକ୍ରମଣ ପୁଣିଥରେ ବଢ଼ିଛି। ବେଙ୍ଗାଲୁରୁରେ ଥିବା ଗୋଟିଏ ଆବାସିକ ସ୍କୁଲରେ ଏକାଥରେ ୬୦ ଜଣ ପିଲାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। ଏହି ଆବାସିକ ସ୍କୁଲରେ ମୋଟ ୫୦୦ ଜଣ ପିଲା ପଢ଼ୁଥିଲେ। ଏମାନଙ୍କ ମଧ୍ୟରୁ ୬୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ସ୍କୁଲକୁ ଆସନ୍ତା ଅକ୍ଟୋବର ୨୦ ଯାଏ ବନ୍ଦ କରିଦିଆଯାଇଛି। ବେଙ୍ଗାଲୁରୁ(ଅର୍ବାନ) ଜିଲ୍ଲାପାଳ ଜେ ମଞ୍ଜୁନାଥ କହିଛନ୍ତି, ଲକ୍ଷଣ ଥିବା ପିଲାମାନଙ୍କୁ […]

school

Hemant Lenka
  • Published: Wednesday, 29 September 2021
  • , Updated: 29 September 2021, 08:53 PM IST

ବେଙ୍ଗାଲୁରୁ: ମହାମାରୀ କରୋନା ସଂକ୍ରମଣ ପୁଣିଥରେ ବଢ଼ିଛି। ବେଙ୍ଗାଲୁରୁରେ ଥିବା ଗୋଟିଏ ଆବାସିକ ସ୍କୁଲରେ ଏକାଥରେ ୬୦ ଜଣ ପିଲାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। ଏହି ଆବାସିକ ସ୍କୁଲରେ ମୋଟ ୫୦୦ ଜଣ ପିଲା ପଢ଼ୁଥିଲେ।

ଏମାନଙ୍କ ମଧ୍ୟରୁ ୬୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ସ୍କୁଲକୁ ଆସନ୍ତା ଅକ୍ଟୋବର ୨୦ ଯାଏ ବନ୍ଦ କରିଦିଆଯାଇଛି। ବେଙ୍ଗାଲୁରୁ(ଅର୍ବାନ) ଜିଲ୍ଲାପାଳ ଜେ ମଞ୍ଜୁନାଥ କହିଛନ୍ତି, ଲକ୍ଷଣ ଥିବା ପିଲାମାନଙ୍କୁ ମେଡିକାଲରେ ଭିର୍ତ୍ତି କରାଯାଇଛି। ଅନ୍ୟମାନଙ୍କୁ ସ୍ୱତନ୍ତ୍ର ମେଡିକାଲ ସୁବିଧା ସହ କ୍ୱାରେଣ୍ଟାଇନରେ ରଖାଯାଇଛି। ପିଲାମାନଙ୍କ ବାପା ମା’ମାନେ ସେମାନଙ୍କୁ ନେବା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଉଛନ୍ତି। ହେଲେ ଚିନ୍ତା କରିବାର ଆବଶ୍ୟକ ନାହିଁ ବୋଲି ମଞ୍ଜୁନାଥ ସମସ୍ତଙ୍କୁ କହିଛନ୍ତି।

ସେ କହିଛନ୍ତି, ଏହା ଏକ ବୋର୍ଡିଂ ସ୍କୁଲ। ପିଲାମାନେ ମାସେ ହେଲା ଏଠାରେ ରହୁଥିଲେ। ସେମାନେ ଯେତେବେଳେ ସ୍କୁଲକୁ ଆସିଲେ, ସେମାନଙ୍କ ଶରୀରରେ କୌଣସି ଲକ୍ଷଣ ନଥିଲା। ଏବେ ୬୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କିନ୍ତୁ କେବଳ ୨ ଜଣଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଇଛି।

ଆମ ଟିମ ସ୍କୁଲରେ ରହିଛି ଓ ସମସ୍ତଙ୍କର ଟେଷ୍ଟ କରାଯାଉଛି। ସ୍କୁଲରେ ୧୦୫ ଆଣ୍ଟିଜେନ ଓ ୪୨୫ ଆରଟିପିସିଆର ଟେଷ୍ଟ କରାଯାଇଛି। ଗୋଟିଏ ମେଡିକାଲ ଓ ଗୋଟିଏ ସରକାରୀ ଅଧିକାରୀଙ୍କ ଟିମ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିଛନ୍ତି। ୭ମ ଦିନରେ ସମସ୍ତଙ୍କର ପୁଣି ଟେଷ୍ଟ କରାଯିବ। କରୋନାରେ ଆକ୍ରାନ୍ତ ହୋଇଥିବା ୬୦ ଜଣଙ୍କ ମଧ୍ୟରୁ ୧୪ ଜଣ ତାମିଲନାଡୁର ଓ ବାକି ସମସ୍ତେ କର୍ଣ୍ଣାଟକାର ବୋଲି ସେ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ପ୍ରଥମେ ସ୍କୁଲର ଜଣେ ପିଲାର ବାନ୍ତି ଓ ଝାଡ଼ା ହୋଇଥିଲା। ତାଙ୍କର ଟେଷ୍ଟ କରାଯିବାରୁ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ସମସ୍ତଙ୍କର ଟେଷ୍ଟ କରାଯିବାରୁ ୬୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି।

Related story