ମାଡ଼ୁଛି କରୋନା: ଆଇଆଇଏମ୍‌ର ୬୧ ଶିକ୍ଷାର୍ଥୀଙ୍କ ରିପୋର୍ଟ ପଜିଟିଭ

କୋଲକାତା: ଦେଶରେ କରୋନା ଭାଇରସ ହୁହୁ ହୋଇ ବଢ଼ିବାରେ ଲାଗିଛି। ଏହିକ୍ରମରେ ପ୍ରସିଦ୍ଧ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ(ଆଇଆଇଏମ) କ୍ୟାଲକାଟାର ୬୧ ଜଣ ଶିକ୍ଷାର୍ଥୀ କରୋନାରେ ଆକ୍ରାନ୍ତ ହୋଇ ସାରିଲେଣି। ସେମାନଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତଙ୍କୁ କ୍ୟାମ୍ପସ ମଧ୍ୟରେ ହିଁ ଆଇସୋଲେସନ କରି ରଖାଯାଇଛି। ୩ ଜଣ ଡାକ୍ତରଙ୍କୁ ଆଇଆଇଏମସ୍‌ର ଚାର୍ଜ ଦିଆଯାଇଥିବା ବେଳେ ସେମାନେ କରୋନାରେ ଆକ୍ରାନ୍ତ ପିଲାମାନଙ୍କ ଦେଖାଶୁଣା କରୁଛନ୍ତି। କରୋନା ସଂକ୍ରମଣ ବଢ଼ୁଥିବାରୁ ଏପ୍ରିଲ ଆରମ୍ଭରୁ ୫୭୦ ଜଣ ଶିକ୍ଷାର୍ଥୀ […]

IIM-C

Hemant Lenka
  • Published: Monday, 12 April 2021
  • , Updated: 12 April 2021, 06:10 PM IST

କୋଲକାତା: ଦେଶରେ କରୋନା ଭାଇରସ ହୁହୁ ହୋଇ ବଢ଼ିବାରେ ଲାଗିଛି। ଏହିକ୍ରମରେ ପ୍ରସିଦ୍ଧ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ(ଆଇଆଇଏମ) କ୍ୟାଲକାଟାର ୬୧ ଜଣ ଶିକ୍ଷାର୍ଥୀ କରୋନାରେ ଆକ୍ରାନ୍ତ ହୋଇ ସାରିଲେଣି। ସେମାନଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତଙ୍କୁ କ୍ୟାମ୍ପସ ମଧ୍ୟରେ ହିଁ ଆଇସୋଲେସନ କରି ରଖାଯାଇଛି।

୩ ଜଣ ଡାକ୍ତରଙ୍କୁ ଆଇଆଇଏମସ୍‌ର ଚାର୍ଜ ଦିଆଯାଇଥିବା ବେଳେ ସେମାନେ କରୋନାରେ ଆକ୍ରାନ୍ତ ପିଲାମାନଙ୍କ ଦେଖାଶୁଣା କରୁଛନ୍ତି। କରୋନା ସଂକ୍ରମଣ ବଢ଼ୁଥିବାରୁ ଏପ୍ରିଲ ଆରମ୍ଭରୁ ୫୭୦ ଜଣ ଶିକ୍ଷାର୍ଥୀ କ୍ୟାମ୍ପସ ଛାଡ଼ିଥିଲେ। ଏବେ ବି କ୍ୟାମ୍ପସ ମଧ୍ୟରେ ୩୩୫ ଜଣ ଶିକ୍ଷାର୍ଥୀ ରହୁଥିଲେ। ସେମାନଙ୍କ ମଧ୍ୟରୁ ୬୧ ଜଣ କରୋନାରେ ଆକ୍ରାନ୍ତ ହେବା ପରେ ଆଇସୋଲେସନରେ ରହିଛନ୍ତି।

ଆଇଆଇଏମ କ୍ୟାଲକାଟାର କୋଭିଡ କମିଟି ସଭାପତି ପ୍ରଫେସର ପ୍ରଶାନ୍ତ ମିଶ୍ର କହିଛନ୍ତି, “କରୋନାରେ ଆକ୍ରାନ୍ତ ହୋଇଥିବା ଶିକ୍ଷାର୍ଥୀଙ୍କ ଶରୀରରେ ଖୁବ କମ ଲକ୍ଷଣ ଦେଖାଯାଇଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାର ଆବଶ୍ୟକ ସୃଷ୍ଟି ହୋଇନାହିଁ। ସମସ୍ତ ସମସ୍ୟାର ମୁକାବିଲା ପାଇଁ ଅମ୍ଳଜାନ, ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ବ୍ୟବସ୍ଥା ପ୍ରସ୍ତୁତ କରି ରଖାଯାଇଛି।”

ମାସକ ପୂର୍ବରୁ ହିଁ କ୍ୟାମ୍ପସରେ ପ୍ରବେଶ କରିବା ପାଇଁ କଟକଣା ଲାଗୁ କରାଯାଇଥିଲା। କ୍ୟାମ୍ପସ ଆସୁଥିବା ପିଲାମାନଙ୍କୁ ପ୍ରବେଶ କରିବା ପୂର୍ବରୁ ଆରଟି ପିସିଆର ନେଗେଟିଭ ଦେଖାଇବା ବାଧ୍ୟତାମୂଳକ କରାଯାଇଥିଲା। ଜାନୁଆରୀ ମଧ୍ୟ ଭାଗରେ କ୍ୟାମ୍ପସକୁ ପ୍ରାୟ ୯୦୦ ପିଲା ଆସିଥିଲେ। ସେତେବେଳେ ସମସ୍ତଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଥିଲା। ଏବେ କୌଣସି କାରଣ ବଶତଃ କ୍ୟାମ୍ପସରେ କରୋନା ପ୍ରବେଶ କରି ଜଣଙ୍କ ପରେ ଜଣଙ୍କୁ ସଂକ୍ରମିତ କରିଛି।

ଏପ୍ରିଲ ୨ରେ ପ୍ରଥମେ ୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ୪ ତାରିଖରେ ୬ ଜଣ, ୫ରେ ୧୨ ଜଣ ଓ ୬ ତାରିଖରେ ୧୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ଆଉ କିଛି ଶିକ୍ଷାର୍ଥୀ କରୋନା ଆକ୍ରାନ୍ତ ହେବାରୁ ସଂଖ୍ୟା ୬୧ରେ ପହଞ୍ଚିଛି।

ଏବେ ବି ୩୦ ଜଣ ଶିକ୍ଷାର୍ଥୀଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। କେବଳ କ୍ୟାଲକାଟା ନୁହେଁ, ଆଇଆଇଏମ ଅହମଦାବାଦ ଓ ବେଙ୍ଗାଲୁରୁରେ ମଧ୍ୟ ଏକାଧିକ ଶିକ୍ଷାର୍ଥୀ କରୋନା ଆକ୍ରାନ୍ତ ହୋଇଛନ୍ତି।

Related story