କୋଭିଡ୍ କେୟାର ସେଣ୍ଟରରେ ଲାଗିଗଲା ନିଆଁ, ୯ ମୃତ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ଆଜି ସକାଳେ ଏକ କୋଭିଡ୍ କେୟାର ସେଣ୍ଟରରେ ନିଆଁ ଲାଗି ଯିବାରୁ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଅଘଟଣ ବେଳେ ସେଠାରେ କରୋନା ରୋଗୀଙ୍କୁ ମିଶାଇ ପ୍ରାୟ ୪୦ ଜଣ ଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଛି। ଆଜି ସକାଳ ପ୍ରାୟ ୫ଟା ବେଳେ ହୋଟେଲ୍ ସ୍ୱର୍ଣ୍ଣ ପ୍ୟାଲେସ୍‌ରେ ଏହି ଅଘଟଣ ଘଟିଛି, ଯେଉଁଠାରେ ଏକ କୋଭିଡ କେୟାର ସେଣ୍ଟର ଚାଲିଛି। ଅଧାଘଣ୍ଟା ମଧ୍ୟରେ ନିଆଁ ଲିଭାଇ ଦିଆଯାଇଥିଲା। ନିଆଁଲାଗିବା […]

firemishap

Jitendra Garnayak
  • Published: Sunday, 09 August 2020
  • , Updated: 09 August 2020, 10:37 AM IST

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ଆଜି ସକାଳେ ଏକ କୋଭିଡ୍ କେୟାର ସେଣ୍ଟରରେ ନିଆଁ ଲାଗି ଯିବାରୁ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଅଘଟଣ ବେଳେ ସେଠାରେ କରୋନା ରୋଗୀଙ୍କୁ ମିଶାଇ ପ୍ରାୟ ୪୦ ଜଣ ଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଛି।

ଆଜି ସକାଳ ପ୍ରାୟ ୫ଟା ବେଳେ ହୋଟେଲ୍ ସ୍ୱର୍ଣ୍ଣ ପ୍ୟାଲେସ୍‌ରେ ଏହି ଅଘଟଣ ଘଟିଛି, ଯେଉଁଠାରେ ଏକ କୋଭିଡ କେୟାର ସେଣ୍ଟର ଚାଲିଛି। ଅଧାଘଣ୍ଟା ମଧ୍ୟରେ ନିଆଁ ଲିଭାଇ ଦିଆଯାଇଥିଲା। ନିଆଁଲାଗିବା ପରେ ଘଟଣାସ୍ଥଳରେ ୫ଟି ଦମକଳ ପହଞ୍ଚିଥିଲେ ଓ ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ କେଉଁ କାରଣରୁ ଲାଗିଲା, ତାହା ସ୍ପଷ୍ଟ ହୋଇପାରିନାହିଁ।

କ୍ରିଷ୍ଣା ଜିଲ୍ଲା ଜିଲ୍ଲାପାଳ ମହମ୍ମଦ ଇମ୍‌ତିଆଜ୍ କହିଛନ୍ତି, ଏହି ହସ୍‌ପିଟାଲ୍‌ରେ ୨୨ ଜଣ କରୋନା ରୋଗୀ ଚିକିତ୍ସିତ ହେଉଥିଲେ। ଏବେ ପୂରା କୋଠାକୁ ଖାଲି କରି ଦିଆଯାଇଛି। ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ଜଣାପଡ଼ିଛି। କିନ୍ତୁ ଆହୁରି ତଦନ୍ତ ଚାଲିଛି।

ଏହି ଘଟଣାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ ଦୁଃଖ ପ୍ରକାଶ କରିବା ସହିତ ରିପୋର୍ଟ ମାଗିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ଗୁରୁବାର ଗୁଜରାଟର ଅହମଦାବାଦର ଏକ କୋଭିଡ୍ ହସ୍‌ପିଟାଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୮ ଜଣଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୩ ଜଣ ମହିଳା ଥିଲେ। ଏହି ଅଗ୍ନିକାଣ୍ଡ ବେଳେ ସେହି ହସ୍‌ପିଟାଲ୍‌ରେ ପ୍ରାୟ ୪୫ ଜଣ କରୋନା ରୋଗୀ ଭର୍ତ୍ତି ହୋଇଥିଲେ।

Related story