ପାକିସ୍ତାନ ମାଛ ଧରା ବୋଟରୁ ୪୦୦ କୋଟି ଟଙ୍କାର ହେରୋଇନ ଜବତ

ଗାନ୍ଧିନଗର: ପୁଣି ଗୁଜରାଟ ଉପକୂଳରୁ ବ୍ୟାପକ ପରିମାଣରେ ଡ୍ରଗସ୍‌ ଜବତ। ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ଏବଂ ଗୁଜୁରାଟର ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡ଼ (ଏଟିଏସ) ପକ୍ଷରୁ ମିଳିତ ଚଢ଼ାଉ କରି ୭୭ କେଜିର ହେରୋଇନ ଜବତ କରାଯାଇଛି। ଯାହାର ମୂଲ୍ୟ ୪୦୦ କୋଟି ଟଙ୍କା ହେବ। ଏକ ପାକିସ୍ତାନ ମାଛ ଧରା ବୋଟରୁ ଏହି ହେରୋଇନ୍ ଜବତ କରାଯାଇଛି। ଗୁଜରାଟ ପ୍ରତିରକ୍ଷା ପକ୍ଷରୁ ଏନେଇ ଟ୍ୱିଟ୍ କରାଯାଇଛି। ସେଥିରେ କୁହାଯାଇଛି ଯେ, ତଟରକ୍ଷୀବାହିନୀ ଏବଂ ରାଜ୍ୟ ଏଟିଏସ […]

drug

Tapas Behera
  • Published: Monday, 20 December 2021
  • , Updated: 20 December 2021, 02:01 PM IST

ଗାନ୍ଧିନଗର: ପୁଣି ଗୁଜରାଟ ଉପକୂଳରୁ ବ୍ୟାପକ ପରିମାଣରେ ଡ୍ରଗସ୍‌ ଜବତ। ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ଏବଂ ଗୁଜୁରାଟର ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡ଼ (ଏଟିଏସ) ପକ୍ଷରୁ ମିଳିତ ଚଢ଼ାଉ କରି ୭୭ କେଜିର ହେରୋଇନ ଜବତ କରାଯାଇଛି। ଯାହାର ମୂଲ୍ୟ ୪୦୦ କୋଟି ଟଙ୍କା ହେବ। ଏକ ପାକିସ୍ତାନ ମାଛ ଧରା ବୋଟରୁ ଏହି ହେରୋଇନ୍ ଜବତ କରାଯାଇଛି। ଗୁଜରାଟ ପ୍ରତିରକ୍ଷା ପକ୍ଷରୁ ଏନେଇ ଟ୍ୱିଟ୍ କରାଯାଇଛି। ସେଥିରେ କୁହାଯାଇଛି ଯେ, ତଟରକ୍ଷୀବାହିନୀ ଏବଂ ରାଜ୍ୟ ଏଟିଏସ ପକ୍ଷରୁ ମିଳିତ ଭାବେ ଯାଞ୍ଚ କରାଯାଇଥିଲା।

‘ଅଲ ହୁସେନି’ ନାମକ ଏକ ପାକିସ୍ତାନୀ ବୋଟ୍ ଉପରେ ସନ୍ଦେହ ହେବାରୁ ରେଡ କରାଯାଇଥିଲା। ସେଥିରେ ୬ ଜଣ କ୍ର୍ୟୁ ମେମ୍ବର ଥିଲେ। ଏହି ବୋଟ୍‌ଟି ଭାରତୀୟ ସମୁଦ୍ର ଇଲାରେ ବିଚରଣ କରୁଥିଲା । ଯାଞ୍ଚ ପରେ ସେଥିରୁ ୭୭ କେଜିର ହେରୋଇନ ଜବତ କରାଯାଇଛି। ଏଥିସହ ୬ ଜଣଙ୍କୁ ଅଟକ ରଖାଯିବା ସହ ଅଧିକ ତଦନ୍ତ ପାଇଁ ବୋଟଟିକୁ ଜଖାଉ ନିକଟକୁ ଅଣାଯାଇଛି। ଗତ ଏପ୍ରିଲରେ ମଧ୍ୟ ଜଖାଉ ଉପକୂଳ କୁଚ୍‌ନିକଟରେ ମିଳିତ ଭାବେ ଅପରେଶନ କରାଯାଇଥିଲା।

ସେତେବେ ୩୦ କିଲୋଗ୍ରାମ ହେରୋଇନ୍ ଜବତ କରାଯାଇଥିଲା। ଯାହାର ଆନୁମାନିତକ ମୂଲ୍ୟ ୧୫୦ କୋଟି ଟଙ୍କାର ହେବ। ଏହି ବୋଟଟି ପାକିସ୍ତାନର ହୋଇଥିଲା ବେଳେ ଏଥିରେ ୮ ଜଣଙ୍କୁ ଗିରଫ କରାଯାଇଥିଲା। ମୋରବି ଜିଲ୍ଲାରୁ ମଧ୍ୟଗୁଜୁରାଟ ଏଟିଏସ୍ ପ୍ରାୟ ୬୦୦ କୋଟି ଟଙ୍କାର ହିରୋଇନ୍ ଜବତ କରିଛି। ପୂର୍ବରୁ ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ ମୁନ୍ଦ୍ରା ବନ୍ଦରରୁ ୩,୦୦୦ କେଜିର ଡ୍ରଗସ୍‌ ଜବତ କରିଛି।

Related story