ମୁକେଶ ଆମ୍ବାନୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ମୁକେଶ ଆମ୍ବାନୀ ଓ ତାଙ୍କ ପରିବାରକୁ ଧମକ ଦେବା ଅଭିଯୋଗରେ ଆଜି ଜଣେ ବ୍ୟକ୍ତିଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଛି। ସମ୍ପୃକ୍ତ ଯୁବକ ଜଣକ ହେଲେ  ୫୬ ବର୍ଷୀୟ ବିଷ୍ଣୁ ଭୌମିକ୍ ।  ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ  ଗିରଫ ଯୁବକ ଜଣକ ମାନସିକ ବିକୃତି ଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ପୁଲିସ । ଆଜି ସକାଳେ ସେ ତାଙ୍କ ପରିଚୟ ଲୁଚାଇ ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ପରିଚାଳିତ […]

Mukesh Ambani

  • Published: Monday, 15 August 2022
  • , Updated: 15 August 2022, 10:21 PM IST

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ମୁକେଶ ଆମ୍ବାନୀ ଓ ତାଙ୍କ ପରିବାରକୁ ଧମକ ଦେବା ଅଭିଯୋଗରେ ଆଜି ଜଣେ ବ୍ୟକ୍ତିଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଛି। ସମ୍ପୃକ୍ତ ଯୁବକ ଜଣକ ହେଲେ  ୫୬ ବର୍ଷୀୟ ବିଷ୍ଣୁ ଭୌମିକ୍ ।  ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ  ଗିରଫ ଯୁବକ ଜଣକ ମାନସିକ ବିକୃତି ଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ପୁଲିସ । ଆଜି ସକାଳେ ସେ ତାଙ୍କ ପରିଚୟ ଲୁଚାଇ ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ହର୍ସକିସନ୍ଦ ହସ୍ପିଟାଲର ଲାଣ୍ଡ ଲାଇନ୍ ନମ୍ବରକୁ ଫୋନ୍ କରିଥିଲେ । ଏହି ହସ୍ପିଟାଲକୁ ଦୁଇ ଘଣ୍ଟା ଭିତରେ ସେ ମୋଟ ୮ ଥର କଲ କରି ହତ୍ୟା ଧମକ ଦେଇଥିବା ପୁଲିସ  କହିଛି ।

ଫୋନ୍ କରିବା ବେଳେ ନିଜ ନାଁ ଅଫଜଲ ବୋଲି ମିଛ ପରିଚୟ ଦେଇଥିଲା । ଅଭିଯୋଗ ପରେ ମୁମ୍ବାଇ ପୁଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତ ଘର ଦହିସାର ଅଞ୍ଚଳରେ ।  ପୁଲିସ ତାଙ୍କ ବିରୋଧରେ ୫୦୬ ଧାରାରେ ମାମଲା ରୁଜୁ କରାଯାଇଛି । ତେବେ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ମାନସିକ ଭାବେ ଅସ୍ଥିର ଥିବା ସୂଚନା ମିଳିଛି । ଗତବର୍ଷ ମଧ୍ୟ ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ବାସଭବନ ଆଣ୍ଟିଲିଆ ବାହାରେ ୨୦ଟି ବିସ୍ଫୋରକ ଜେଲାଟିନ୍‌ ଷ୍ଟିକ୍‌ ଏବଂ ହତ୍ୟା ଧମକ ଥିବା ଗୋଟାଏ ସ୍କର୍ପିଓ କାର୍‌ ମଳିଥିଲା।

Related story