ମ୍ୟୁଜିକ ପାର୍ଟିରେ ଦଳାଚକଟା: ୮ ମୃତ, ହୃଦଘାତ ଯୋଗୁ ୧୧ ଜଣ ହସ୍ପିଟାଲରେ ଭର୍ତ୍ତି

ହୋଷ୍ଟନ: ଆଷ୍ଟ୍ରୋୱାର୍ଲ୍ଡ ମ୍ୟୁଜିକ ଫେଷ୍ଟିଭାଲର ପ୍ରଥମ ଦିନରେ ବଡ଼ଧରଣର ଅଘଟ ଘଟିଛି। ଆମେରିକାର ହୋଷ୍ଟନ ଠାରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୮ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରୁ ୧୧ ଜଣ ଦଳଚକଟା ସ୍ଥିତିକୁ ଦେଖି ଭୟଭୀତ ହୋଇଯାଇଥିଲେ। ଫଳରେ ସେମାନେ ହୃଦଘାତର ଶିକାର ହୋଇଛନ୍ତି। ସେମାନଙ୍କୁ ଏବେ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। […]

Music

Hemant Lenka
  • Published: Saturday, 06 November 2021
  • , Updated: 06 November 2021, 02:07 PM IST

ହୋଷ୍ଟନ: ଆଷ୍ଟ୍ରୋୱାର୍ଲ୍ଡ ମ୍ୟୁଜିକ ଫେଷ୍ଟିଭାଲର ପ୍ରଥମ ଦିନରେ ବଡ଼ଧରଣର ଅଘଟ ଘଟିଛି। ଆମେରିକାର ହୋଷ୍ଟନ ଠାରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୮ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।

କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରୁ ୧୧ ଜଣ ଦଳଚକଟା ସ୍ଥିତିକୁ ଦେଖି ଭୟଭୀତ ହୋଇଯାଇଥିଲେ। ଫଳରେ ସେମାନେ ହୃଦଘାତର ଶିକାର ହୋଇଛନ୍ତି। ସେମାନଙ୍କୁ ଏବେ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ତଥାପି ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।

ହୋଷ୍ଟନର ଅଗ୍ନିଶମ ବିଭାଗର ମୁଖ୍ୟ ସାମ୍ୟୁଏଲ ପେନା ଆଜି ସକାଳୁ ଏନଆରଜି ପାର୍କ ନିକଟରେ ସାମ୍ବାଦିକ ସମ୍ମିଳନୀ କରି ଘଟଣା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ସେ କହିଛନ୍ତି, ସଂଗୀତ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ କିଛି ସମୟ ସବୁ କିଛି ଠିକ ଠାକ ଚାଲିଥିଲା।

କିନ୍ତୁ ରାତି ପ୍ରାୟ ୯ରୁ ୯.୧୫ ମଧ୍ୟରେ ବିପୁଳ ସଂଖ୍ୟାର ଲୋକ ଗୀତରେ ଝୁମିଝୁମି ଷ୍ଟେଜର ନିକଟବର୍ତ୍ତୀ ହେବାକୁ ଲାଗିଥିଲେ। ତେବେ ଏହି ସମୟରେ ହଠାତ୍‌ କୌଣସି କାରଣରୁ ଠେଲାପେଲା ହୋଇଥିଲା। ଶେଷରେ ଏହା ଦଳଚକଟାର ରୂପ ନେଇଥିଲା। ଲୋକମାନେ ଏଣେତେଣେ ଦୌଡ଼ିବାରୁ ୮ ଜଣଙ୍କ ଜୀବନ ଯାଇଛି।

ସେହିପରି ଘଟଣାରେ ଆହତ ଆଉ ୧୭ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୧୧ ଜଣ ହୃଦଘାତର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି ବୋଲି ସେ କହିଛନ୍ତି।

ଏହି ଦୁଇ ଦିନିଆ ସଂଗୀତ କାର୍ଯ୍ୟକ୍ରମରେ ୫୦ ହଜାର ଲୋକ ଯୋଗ ଦେବେ ବୋଲି ଆକଳନ କରାଯାଇଥିଲା। ତେବେ ପ୍ରଥମ ଦିନରେ ଅଘଟଣ ଘଟିବାରୁ କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯାଇଛି।

Related story