୪୦ ବର୍ଷୀୟ ଯୁବକଙ୍କୁ ହସ୍ପିଟାଲ ବେଡ୍ ଛାଡ଼ିଲେ ୮୫ ବର୍ଷୀୟ ବୃଦ୍ଧ, ଘରେ ଉଡ଼ିଗଲା ପ୍ରାଣବାୟୁ

ନାଗପୁର: କୁହାଯାଏ ଯେତେବେଳେ ଜଣେ ଜୀବନର ଉଦ୍ଦେଶ୍ୟ କ’ଣ ବୁଝିଯାଏ ସେତେବେଳେ ସେ ମୋହମାୟରୁ  ଊର୍ଦ୍ଧ୍ୱକୁ ଚାଲିଯାଏ। ଆଉ ଏହି ସମୟରେ ଅନ୍ୟର ଜୀବନ ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଦିଏ। କୋଭିଡ୍ ମହାମାରୀ ବେଳେ ସମସ୍ତେ ମୃତ୍ୟୁକୁ ଦେଖି ଥରହର ହେଉଥିବା ବେଳେ ଜଣେ ବୃଦ୍ଧା କିନ୍ତୁ ଖୁସି ଖୁସିରେ ନିଜେ ଚିକିତ୍ସିତ ହେଉଥିବା ବେଡକୁ ଅନ୍ୟ ଜଣଙ୍କୁ ଛାଡ଼ି ଦେଇଥିଲେ। ଆଉ ସେ ଘରେ ପହଞ୍ଚିବା ପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଛି। ବୋଧହୁଏ ବୟସର […]

choclate-chacha

Subhransu Sekhar
  • Published: Thursday, 29 April 2021
  • , Updated: 29 April 2021, 08:12 AM IST

ନାଗପୁର: କୁହାଯାଏ ଯେତେବେଳେ ଜଣେ ଜୀବନର ଉଦ୍ଦେଶ୍ୟ କ’ଣ ବୁଝିଯାଏ ସେତେବେଳେ ସେ ମୋହମାୟରୁ  ଊର୍ଦ୍ଧ୍ୱକୁ ଚାଲିଯାଏ। ଆଉ ଏହି ସମୟରେ ଅନ୍ୟର ଜୀବନ ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଦିଏ। କୋଭିଡ୍ ମହାମାରୀ ବେଳେ ସମସ୍ତେ ମୃତ୍ୟୁକୁ ଦେଖି ଥରହର ହେଉଥିବା ବେଳେ ଜଣେ ବୃଦ୍ଧା କିନ୍ତୁ ଖୁସି ଖୁସିରେ ନିଜେ ଚିକିତ୍ସିତ ହେଉଥିବା ବେଡକୁ ଅନ୍ୟ ଜଣଙ୍କୁ ଛାଡ଼ି ଦେଇଥିଲେ। ଆଉ ସେ ଘରେ ପହଞ୍ଚିବା ପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଛି।

ବୋଧହୁଏ ବୟସର ସାୟାହ୍ନକୁ ଦେଖି  ନାଗପୁରର ଆରଏସଏସ କର୍ମୀ ତଥା ବୃଦ୍ଧ ନାରାୟଣ ଦଭାଲକାର ଏହା ବୁଝିଯାଇଥିଲେ।  ତାଙ୍କର ପ୍ରାଣବାୟୁ ଉଡ଼ିବା ପୂର୍ବରୁ ଯାହା କରିଛନ୍ତି ତାହା ଅନ୍ୟ ପାଇଁ ଉଦାହରଣ ପାଲଟିଛି। ଆଉ ନାରାୟଣଙ୍କ ଏହି ମହତକାମକୁ ସେଲିବ୍ରିଟିଙ୍କ ପାଖରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକେ ପ୍ରଶଂସା କରିଛନ୍ତି। କୋଭିଡ୍ ମହାମାରୀ ସମୟରେ ନାରାୟଣ ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି ତାହା  ସର୍ବଦା ସ୍ମରଣୀୟ ହୋଇ ରହିବ।

କରୋନା ବେଳେ ଯେଉଁଠି ଲୋକମାନେ ବେଡ୍, ଅକ୍ସିଜେନ ଏବଂ ଔଷଧ ପାଇପାରୁ ନାହାଁନ୍ତି ସେହି ସମୟରେ ୮୫ ବର୍ଷ ବୟସ୍କ ନାରାୟଣ ତାଙ୍କ ମୃତ୍ୟୁ ପୂର୍ବରୁ ଦେଇଥିବା ବଳିଦାନ ଉଦାହରଣ ପାଲଟିଛି।

ନାରାୟଣ କରୋନାରେ ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେ ବେଡ୍ ମଧ୍ୟ ପାଇଥିଲେ। ଏହି ସମୟରେ ଜଣେ ମହିଳା ୪୦ ବର୍ଷର ସ୍ୱାମୀଙ୍କ ସହ ହସ୍ପିଟାଲ ପହଞ୍ଚିଥିଲେ। ସ୍ୱାମୀଙ୍କୁ ବେଡ୍ ଦେବା ପାଇଁ ମହିଳା ଜଣଙ୍କ ଡାକ୍ତରଙ୍କ ଆଗରେ ନିବେଦନ କରୁଥିଲେ। କିନ୍ତୁ ବେଡ୍ ଖାଲି ନ ଥିବାରୁ ଡାକ୍ତର ଜଣଙ୍କ ତାଙ୍କ ଅନୁରୋଧ ରକ୍ଷା କରିପାରୁ ନାହାନ୍ତି ବୋଲି କହିଥିଲେ। ଏହାକୁ କିନ୍ତୁ ଦେଖିଥିଲେ ନାରାୟଣ ଦାଭଲକର। ଆଉ ହସ୍ପିଟାଲ ପ୍ରଶାସନକୁ ନାରାୟଣ କହିଥିଲେ ତାଙ୍କ ବେଡ୍ ସେହି ମହିଳାଙ୍କ ସ୍ୱାମୀଙ୍କୁ ଦିଆଯାଉ।

ସେ କହିଥିଲେ, 'ମୁଁ ମୋ ଜୀବନ ବଞ୍ଚିସାରିଛି। ମୋତେ ବର୍ତ୍ତମାନ ୮୫ ବର୍ଷ । ହେଲେ ଏହି ମହିଳାଙ୍କ ସ୍ୱାମୀ ଯୁବକ। ଏବେ ତାଙ୍କ ଉପରେ  ପରିବାରର ଦାୟିତ୍ୱ ରହିଛି। ତେଣୁ ତାଙ୍କୁ ବେଡ୍ ଦିଆଯିବାର ଆବଶ୍ୟକତା ରହିଛି’। ଆଉ ସେ ଏକ କାଗଜରେ ଲେଖିଥିଲେ ଯେ ସ୍ୱେଚ୍ଛାକୃତ ଭାବରେ ସଂପୃକ୍ତ ମହିଳାଙ୍କ ସ୍ୱାମୀଙ୍କ ପାଇଁ ସେ ହସ୍ପିଟାଲ ଛାଡ଼ୁଛନ୍ତି।

ଏହାପରେ ନାରାୟଣ ହସ୍ପିଟାଲ ଛାଡ଼ି ଘରକୁ ଫେରି ଚିକିତ୍ସିତ ହେଉଥିଲେ। ଆଉ ହସ୍ପିଟାଲରୁ ଫେରିବାର ତିନି ଦିନ ପରେ ନାରାୟଣଙ୍କର ବିୟୋଗ ହୋଇଥିଲା।

ନାରାୟଣଙ୍କ ସ୍ୱଭାବ ଏତେ ଭଲ ଯେ ସେ ରହୁଥିବା ଘର ପାଖର ଛୋଟପିଲାମାନେ ତାଙ୍କୁ ଚକୋଲେଟ୍ ଚାଚା ବୋଲି ଡାକନ୍ତି। ସେ ଛୋଟ ପିଲାଙ୍କୁ ଚକୋଲେଟ୍ ବାଣ୍ଟନ୍ତି। ସେଥିପାଇଁ ପିଲାମାନେ ତାଙ୍କୁ ଚକୋଲେଟ୍ ଚାଚା ବୋଲି ଡାକୁଥିଲେ।

Related story