କେନାଲକୁ ବସ୍‌ ଖସି ୯ ଜଣଙ୍କ ମୃତ୍ୟୁ

ପଶ୍ଚିମଗୋଦାବରୀ: କେନାଲକୁ ଏକ ବସ୍‌ ଖସିପଡ଼ିବାରୁ ୫ ଜଣ ମହିଳାଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଆନ୍ଧ୍ରପ୍ରଦେଶର ରାଜ୍ୟ ସଡକ ପରିବହନ ନିଗମର ଏହି  ବସ୍‌ଟି ବୁଧବାର ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଅନ୍ୟ ଯାତ୍ରୀମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣାସ୍ଥଳରେ ଦମକଳବାହିନୀ ଓ ପୁଲିସ ଟିମ୍ ପହଞ୍ଚିଛି। ଉକ୍ତ ବସ୍‌ରେ ୪୭ ଜଣ ଯାତ୍ରୀ ଥିଲା ବେଳେ ଜାଲେରୁ ୱାଗୁ କେନାଲରେ ବସ୍‌ଟି ଖସିପଡ଼ିଲା। […]

accident

Tapas Behera
  • Published: Wednesday, 15 December 2021
  • , Updated: 15 December 2021, 04:53 PM IST

ପଶ୍ଚିମଗୋଦାବରୀ: କେନାଲକୁ ଏକ ବସ୍‌ ଖସିପଡ଼ିବାରୁ ୫ ଜଣ ମହିଳାଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଆନ୍ଧ୍ରପ୍ରଦେଶର ରାଜ୍ୟ ସଡକ ପରିବହନ ନିଗମର ଏହି  ବସ୍‌ଟି ବୁଧବାର ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଅନ୍ୟ ଯାତ୍ରୀମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣାସ୍ଥଳରେ ଦମକଳବାହିନୀ ଓ ପୁଲିସ ଟିମ୍ ପହଞ୍ଚିଛି।

ଉକ୍ତ ବସ୍‌ରେ ୪୭ ଜଣ ଯାତ୍ରୀ ଥିଲା ବେଳେ ଜାଲେରୁ ୱାଗୁ କେନାଲରେ ବସ୍‌ଟି ଖସିପଡ଼ିଲା। ମୃତକଙ୍କ ମଧ୍ୟରେ ଡ୍ରାଇଭର ଅଛନ୍ତି । ବସ୍‌ଟି ଆସୱାରୋପେଟା ଠାରୁ ଜାଙ୍ଗାରେଡିଗୁଡେମ୍ ଯାଉଥିଲା ପଶ୍ଚିମ ଗୋଦାବରୀ ଜିଲ୍ଲାର ଜାଙ୍ଗାରେଡିଗୁଡେମ ମଣ୍ଡଳର ଜାଲେରୁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

ଆହତମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ରାଜ୍ୟପାଳ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Related story