ଘାଟିରେ କ୍ୟାବ୍‌ ଓଲଟି ଯବାନଙ୍କ ସମେତ ୯ ମୃତ

ଶ୍ରୀନଗର: ଜମ୍ମୁ-କଶ୍ମୀରିର ଗାଣ୍ଡେରବାଲ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କ୍ୟାବ୍‌ ଘାଟି ତଳକୁ ଓଲଟି ଜଣେ ଯବାନଙ୍କ ସମେତ  ୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଶ୍ରୀନଗର-ଲେହ ଜାତୀୟ ରାଜପଥରେ ମଙ୍ଗଳବାର ଏହି ଦୁର୍ଘଟଣା ଘଟିଛି।  କ୍ୟାବଟି କାର୍ଗିଲରୁ ଶ୍ରୀନଗର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଖବର ପାଇ ସ୍ଥାନୀୟ ଲୋକେ ଓ ପୁଲିସ ଟିମ୍ ପହଞ୍ଚି ଉଦ୍ଧାର କରିଥିଲେ। ଘଟଣାସ୍ଥଳରୁ ୪ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା […]

iop

Tapas Behera
  • Published: Thursday, 26 May 2022
  • , Updated: 26 May 2022, 03:27 PM IST

ଶ୍ରୀନଗର: ଜମ୍ମୁ-କଶ୍ମୀରିର ଗାଣ୍ଡେରବାଲ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କ୍ୟାବ୍‌ ଘାଟି ତଳକୁ ଓଲଟି ଜଣେ ଯବାନଙ୍କ ସମେତ  ୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଶ୍ରୀନଗର-ଲେହ ଜାତୀୟ ରାଜପଥରେ ମଙ୍ଗଳବାର ଏହି ଦୁର୍ଘଟଣା ଘଟିଛି।  କ୍ୟାବଟି କାର୍ଗିଲରୁ ଶ୍ରୀନଗର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଖବର ପାଇ ସ୍ଥାନୀୟ ଲୋକେ ଓ ପୁଲିସ ଟିମ୍ ପହଞ୍ଚି ଉଦ୍ଧାର କରିଥିଲେ। ଘଟଣାସ୍ଥଳରୁ ୪ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା ।

୫ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ପଠାଯାଇଥିଲା। କିନ୍ତୁ ସେଠାରେ ସେହି ୫ ଜଣଙ୍କର ମୃତ୍ୟୃ ଘଟିଛି। ମୃତକମାନେ ହେଲେ ଆଜାର ଇକବାଲ, ଅଙ୍କିତ୍ ଦିଲିପ୍‌, ଗାନ୍ଧି ମୁର୍ମୁ, ମଙ୍ଗଲ ମୁର୍ମୁ , ରଣଜିତ କୁମରର, ମହମ୍ମଦ ଆସଲଊମ୍‌, ନାଏବ ସବୁବଆଦାର ନାନକ ଚାନ୍ଦ, ଦିଲେଶ୍ୱା ସିଦ୍ଧାର ଏବଂ ସୁନଲା ଲାଲ। ଦୁର୍ଘଟଣାର କାରଣ ନେଇ ପୁଲିସ ତଦନ୍ତ ଚଳାଇଛି।

Related story