୯୦ ବର୍ଷ ବୟସରେ ବି ଦୁଇ ଥର କରୋନାକୁ ହରାଇଲେଣି

ଔରଙ୍ଗାବାଦ: ମହାମାରୀ କରୋନାର ଦ୍ୱିତୀୟ ଲହର ଯୋଗୁ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। କରୋନାର ଦ୍ୱିତୀୟ ଲହରରେ ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଦୈନିକ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ରେକର୍ଡ ପରେ ରେକର୍ଡ କରି ଚାଲିଛି। ଏସବୁ ଭିତରେ ସେହି ମହାରାଷ୍ଟ୍ରରୁ ଆଶ୍ୱସ୍ତି କରିବା ଭଳି ଖବର ସାମ୍ନାକୁ ଆସିଛି। ଜଣେ ୯୦ ବର୍ଷୀୟ ବ୍ୟକ୍ତି ଦୁଇ ଥର କରୋନାରେ ଆକ୍ରାନ୍ତ ହୋଇଥିଲେ ହେଁ ସେ […]

Corona1

Hemant Lenka
  • Published: Friday, 23 April 2021
  • , Updated: 23 April 2021, 06:25 PM IST

ଔରଙ୍ଗାବାଦ: ମହାମାରୀ କରୋନାର ଦ୍ୱିତୀୟ ଲହର ଯୋଗୁ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। କରୋନାର ଦ୍ୱିତୀୟ ଲହରରେ ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଦୈନିକ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ରେକର୍ଡ ପରେ ରେକର୍ଡ କରି ଚାଲିଛି। ଏସବୁ ଭିତରେ ସେହି ମହାରାଷ୍ଟ୍ରରୁ ଆଶ୍ୱସ୍ତି କରିବା ଭଳି ଖବର ସାମ୍ନାକୁ ଆସିଛି।

ଜଣେ ୯୦ ବର୍ଷୀୟ ବ୍ୟକ୍ତି ଦୁଇ ଥର କରୋନାରେ ଆକ୍ରାନ୍ତ ହୋଇଥିଲେ ହେଁ ସେ ଏହାକୁ ପରାସ୍ତ କରି ଘରକୁ ଫେରିଛନ୍ତି। ଯତ୍ନବାନ ଜୀବନ ଶୈଳୀ ଓ ପଜିଟିଭ ଆଭିମୁଖ୍ୟ ଯୋଗୁ ହିଁ ସେ ମହାମାରୀକୁ ମାତ୍‌ ଦେବାକୁ ସକ୍ଷମ ହୋଇଥିବା କହିଛନ୍ତି।

ଆଡସରେ ରହୁଥିବା ୯୦ ବର୍ଷୀୟ ପାଣ୍ଡୁରଙ୍ଗ ଆତ୍ମାରାମ ଅଗଲାଭେ ପ୍ରଥମଥର ୨୦୨୦ ମସିହା ନଭେମ୍ବର ମାସରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତେବେ କେଜ୍‌ର ଏକ ସରକାରୀ ହସ୍ପିଟାଲରେ ୧୦ ଦିନ କାଳ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏବେ ମଧ୍ୟ ସେ ଆଉ ଥରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ପୂର୍ବଭଳି ଏଥର ମଧ୍ୟ ସେ କରୋନାକୁ ହରାଇଛନ୍ତି।

ସେ କହିଛନ୍ତି, “ମୁଁ ପ୍ରଥମଥର କରୋନାରେ ଆକ୍ରାନ୍ତ ହେବା ବେଳେ ଅଧିକ ଗୁରୁତର ହୋଇ ନଥିଲି। ତେବେ ଦ୍ୱିତୀୟ ଥର କରୋନାରେ ଆକ୍ରାନ୍ତ ହେବା ପରେ ମୋ ସ୍ୱାସ୍ଥ୍ୟାବସ୍ଥା ପୂର୍ବାପେକ୍ଷା ଅଧିକ ଖରାପ ହୋଇଥିଲା। ଏଥିରୁ ସୁସ୍ଥ ହେବା ଆଦୌ ସହଜ ନଥିଲା। ତଥାପି ମୁଁ ସୁସ୍ଥ ହୋଇ ଘରକୁ ଫେରିଛି।”

ପାଣ୍ଡୁରଙ୍ଗ ଚଳିତ ମାସ ଆରମ୍ଭରୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କୁ ଅମ୍ବାଯୋଗାଇ ସ୍ଥିତ ଲୋଖାଣ୍ଡି ସୱରଗାଓଁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସେ ୫ ଦିନ ପରେ ଡିସଚାର୍ଜ ହୋଇଥିଲେ। କିନ୍ତୁ ସେଠାରୁ ଡିସଚାର୍ଜ ହେବା ପରେ ତାଙ୍କୁ ସ୍ୱାମୀ ରାମାନନ୍ଦ ତୀର୍ଥ ମେଡିକାଲ କଲେଜ୍‌କୁ ଅଧିକ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରୁ ସେ ଏପ୍ରିଲ ୧୭ରେ ଡିସଚାର୍ଜ ହୋଇଥିଲେ।

ପାଣ୍ଡୁରଙ୍ଗଙ୍କ ପୁଅ ବିଷ୍ଣୁ କହିଛନ୍ତି, “ମୋ ବାପାଙ୍କ ଏଚଆରସିଟି ୧୮ ଥିଲା। ସେ ଯେତେବେଳେ ଦ୍ୱିତୀୟ ଥର କରୋନାରେ ଆକ୍ରାନ୍ତ ହେଲେ ତାଙ୍କୁ ସୁସ୍ଥ ହେବା ପାଇଁ ଅଧିକ ସମୟ ଲାଗିଥିଲା। କିନ୍ତୁ ଭଗବାନଙ୍କ ଦୟାରୁ ସବୁ କିଛି ଠିକ୍‌ ଠାକ ହୋଇଯାଇଛି। ସେ ସର୍ବଦା ଫିଟ ରୁହନ୍ତି। ତାଙ୍କ ଶରୀରରେ ଅନ୍ୟ କୌଣସି ରୋଗ ନାହିଁ। ସେ ବହୁବିଧ ରୋଗରେ ପୀଡ଼ିତ ନଥିବାରୁ କରୋନାରୁ ସୁସ୍ଥ ହୋଇଯାଇଛନ୍ତି।”

କରୋନାକୁ ହରାଇବାର ମନ୍ତ୍ର ମଧ୍ୟ ପାଣ୍ଡୁରଙ୍ଗ ଦେଇଛନ୍ତି। ସେ କହିଛନ୍ତି, “ଆଜିର ଯୁବପିଢ଼ି ନିଶାସକ୍ତ ହେବା ସହ ନିଜକୁ ଫିଟ ରଖିବାକୁ ଆଦୌ ପରିଶ୍ରମ କରୁନାହାନ୍ତି। ମୁଁ ସବୁବେଳେ ଚାଲିବାକୁ ଯାଏ ଓ ଚାପମୁକ୍ତ ଜୀବନ ବଞ୍ଚିବାକୁ ଚେଷ୍ଟା କରିଥାଏ। ଏହା ହିଁ ମୋତେ ସବୁ ବେଳେ ଫିଟ ରଖିବାରେ ସହାୟକ ହୋଇଥାଏ।

ମୋତେ ହସ୍ପିଟାଲରେ ଅକ୍ସିଜେନ ଦିଆଯାଇଥିଲା। ତଥାପି ମୁଁ ବିଚଳିତ ହୋଇ ନଥିଲି। ମୁଁ ସବୁବେଳେ ମୋ ସ୍ୱାସ୍ଥ୍ୟ ଓ ଖାଇବା ଉପରେ ଧ୍ୟାନ ଦେଉଛି। ଏହି କାରଣ ପାଇଁ ଆଜି ମୁଁ କରୋନାକୁ ହରାଇ ପାରିଛି।”

ଡାକ୍ତରମାନେ ମଧ୍ୟ ପାଣ୍ଡୁରଙ୍ଗଙ୍କ ପଜିଟିଭ ଆଭିମୁଖ୍ୟକୁ ଦେଖି ତାଙ୍କୁ ବେଶ ପ୍ରଶଂସା କରିଛନ୍ତି।

Related story