'ଜୱାଦ' ପାଇଁ ୯୫ ଟ୍ରେନ୍ ବାତିଲ, ଜାରି ହେଲା ହେଲ୍ପ ଡେସ୍କ ନମ୍ବର

ବିଶାଖାପାଟଣା (ଯଶୋବନ୍ତ ନାରାୟଣ ପାଢୀ): ବାତ୍ୟା ଜୱାଦର ମୁକାବିଲା ପାଇଁ ୱାଲଟେୟାର ଡିଭିଜନ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ୱାଲଟେୟାର ଡିଭିଜନ୍ ମୁଖ୍ୟ ପ୍ରବନ୍ଧକ ଅନୁପ କୁମାର ଶତପଥୀ ପ୍ରକାଶ କରିଛନ୍ତି। ବାତ୍ୟା ସମୟରେ ଉଦ୍ଧାର ଓ ରିଲିଫ ସାମଗ୍ରୀ ଯୋଗାଣ ପାଇଁ ୱାଲଟେୟାର ଡିଭିଜନ୍ ପକ୍ଷରୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (NDRF), ଆନ୍ଧ୍ର ପ୍ରଦେଶ ରାଜ୍ୟ ବିପର୍ଯ୍ୟୟ ରାପିଡ୍ ଆକ୍ସନ ଫୋର୍ସ (SDRF), ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା […]

jawad

Ranjit Kumar Jena
  • Published: Friday, 03 December 2021
  • , Updated: 03 December 2021, 09:51 PM IST

ବିଶାଖାପାଟଣା (ଯଶୋବନ୍ତ ନାରାୟଣ ପାଢୀ): ବାତ୍ୟା ଜୱାଦର ମୁକାବିଲା ପାଇଁ ୱାଲଟେୟାର ଡିଭିଜନ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ୱାଲଟେୟାର ଡିଭିଜନ୍ ମୁଖ୍ୟ ପ୍ରବନ୍ଧକ ଅନୁପ କୁମାର ଶତପଥୀ ପ୍ରକାଶ କରିଛନ୍ତି। ବାତ୍ୟା ସମୟରେ ଉଦ୍ଧାର ଓ ରିଲିଫ ସାମଗ୍ରୀ ଯୋଗାଣ ପାଇଁ ୱାଲଟେୟାର ଡିଭିଜନ୍ ପକ୍ଷରୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (NDRF), ଆନ୍ଧ୍ର ପ୍ରଦେଶ ରାଜ୍ୟ ବିପର୍ଯ୍ୟୟ ରାପିଡ୍ ଆକ୍ସନ ଫୋର୍ସ (SDRF), ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ଏହି ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯାଇଛି।

ବାତ୍ୟାକୁ ଦୃଷ୍ଟିରେ ରଖି ୱାଲଟେୟାର ଡିଭିଜନ୍ ଏବଂ ପୂର୍ବ ଉପକୂଳ ରେଳପଥରେ ଚାଲୁଥିବା ୯୫ରୁ ଅଧିକ ଟ୍ରେନ୍ ସେବା ବାତିଲ କରାଯାଇଛି। ଏହା ବ୍ୟତୀତ ଜନଜୀବନ ଯେପରି ପ୍ରଭାବିତ ନହେବ ଏବଂ ରେଳ ସମ୍ପତ୍ତିକୁ କ୍ଷତିଗ୍ରସ୍ତ ହେବାରୁ ରୋକିବା ପାଇଁ ରେଳ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରେଳବାଇର ମେଡିକାଲ୍ ରିଲିଫ୍ ଭ୍ୟାନ୍, ଆକ୍ସିଡେଣ୍ଟ୍ ରିଲିଫ୍ ଟ୍ରେନ୍ ଏବଂ ଟାୱାର ୱାଗନ୍ ପରି ଜରୁରୀକାଳୀନ ପ୍ରତିକ୍ରିୟା ଦଳଗୁଡିକୁ ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରଖାଯାଇଛି।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଶୀଘ୍ର ରିଲିଫ ଯୋଗାଇବା ପାଇଁ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଅତ୍ୟାବଶ୍ୟକ ଦ୍ରବ୍ୟ, ପାନୀୟ ଜଳ ଏବଂ ଖାଦ୍ୟ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରଖାଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ଆଜିଠାରୁ ୨୪ ଘଣ୍ଟିଆ ଏକ ବିପର୍ଯ୍ୟୟ ପରିଚାଳନା ସେଲ୍ ଖୋଲାଯାଇଛି। ଏହା ଦ୍ୱାରା ବିପର୍ଯ୍ୟୟ ସମୟରେ ଯାତ୍ରୀମାନଙ୍କୁ ସଠିକ୍ ସୂଚନା ଦିଆଯାଇପାରିବ। ଏହାସହ ବିପର୍ଯ୍ୟସ୍ତଙ୍କୁ ସହାୟତା କରିବା ପାଇଁ ପ୍ରଭାବିତ ଅଞ୍ଚଳର ପ୍ରମୁଖ ଷ୍ଟେସନରେ ୨୪ ଘଣ୍ଟିଆ ହେଲ୍ପ ଡେସ୍କ ମଧ୍ୟ ପରିଚାଳିତ ହେଉଛି। ୱାଲଟେୟାର ଡିଭିଜନ୍ ପକ୍ଷରୁ କେନ୍ଦ୍ରୀୟ ଓ ରାଜ୍ୟ ପାଣିପାଗ କେନ୍ଦ୍ର ସହିତ ଯୋଗାଯୋଗ ରଖାଯାଇ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ୱାଲଟେୟାର ଡିଭିଜନ୍ କର୍ତ୍ତୃପକ୍ଷ ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି।

ରିଲିଫ ଓ ସାହାଯ୍ୟ ପାଇଁ ବିଶାଖାପାଟଣା ହେଲ୍ପ ଡେସ୍କ ନମ୍ବର ୦୮୯୧- ୨୭୪୪୬୧୯; ୨୭୪୬୩୩୦; ୨୭୪୬୩୪୪; ୨୭୪୬୩୩୮; ବିଜୟନଗର ହେଲ୍ପ ଡେସ୍କ ନମ୍ବର: ୦୮୯୨୨-୨୨୧୨୦୨; ୨୨୧୨୦୬, ୮୫୦୦୩୫୮୬୧୦, ଶ୍ରୀକାକୁଲମ୍ ରୋଡରେ ହେଲ୍ପ ଡେସ୍କ: ୦୮୯୨-୨୮୬୨୧୩, ୨୮୬୨୪୫, ୮୫୦୦୩୫୯୩୬୭, ନୌପଡା ରେଳ ଷ୍ଟେସନ ହେଲ୍ପ ଡେସ୍କ: ୮୩୫୨୦, ୮୫୯୫୯, ୮୫୦୦୧୭୨୮୭୮ ଓ ରାୟାଗଡା ରେଳ ଷ୍ଟେସନ ହେଲ୍ପ ଡେସ୍କ: ୦୬୮୫୬-୨୨୩୪୦୦, ୨୨୩୫୦୦ ଯୋଗାଯୋଗ କରିବା ପାଇଁ ଜନସାଧାରଣଙ୍କୁ ସୂଚିତ କରିଛନ୍ତି।

Related story