ଟିକା ନେଇ ନଥିବା ୯୬% କରୋନା ଆକ୍ରାନ୍ତଙ୍କୁ ଦରକାର ପଡ଼ୁଛି ଅକ୍ସିଜେନ

ମୁମ୍ବାଇ: ମହାମାରୀ କରୋନାର ଓମିକ୍ରନ ଭାରିଏଣ୍ଟ ଦ୍ରୁତଗତିରେ ଲୋକଙ୍କୁ ସଂକ୍ରମିତ କରୁଛି। ହେଲେ ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିବା ଲୋକ କରୋନାରେ ଆକ୍ରାନ୍ତ ହେଲେ ମଧ୍ୟ ସେମାନଙ୍କ ଅବସ୍ଥା ଗୁରୁତର ହେଉନାହିଁ। ଏହାର ଅର୍ଥ ଟିକା ଲୋକଙ୍କୁ ସୁରକ୍ଷା ଦେଉଛି। ତେବେ ଟିକା ନେଇ ନଥିବା ଲୋକଙ୍କ ମଧ୍ୟରୁ ୯୬% କରୋନାରେ ଆକ୍ରାନ୍ତ ହେବା ପରେ ଅକ୍ସିଜେନ ଆବଶ୍ୟକ କରୁଛନ୍ତି। ବର୍ତ୍ତମାନ ମୁମ୍ବାଇରେ ପ୍ରାୟ ୧୯୦୦ ଲୋକ ଅକ୍ସିଜେନ ସହାୟତାରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୯୬% […]

Oxygen

Hemant Lenka
  • Published: Thursday, 13 January 2022
  • , Updated: 13 January 2022, 03:17 PM IST

ମୁମ୍ବାଇ: ମହାମାରୀ କରୋନାର ଓମିକ୍ରନ ଭାରିଏଣ୍ଟ ଦ୍ରୁତଗତିରେ ଲୋକଙ୍କୁ ସଂକ୍ରମିତ କରୁଛି। ହେଲେ ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିବା ଲୋକ କରୋନାରେ ଆକ୍ରାନ୍ତ ହେଲେ ମଧ୍ୟ ସେମାନଙ୍କ ଅବସ୍ଥା ଗୁରୁତର ହେଉନାହିଁ। ଏହାର ଅର୍ଥ ଟିକା ଲୋକଙ୍କୁ ସୁରକ୍ଷା ଦେଉଛି।

ତେବେ ଟିକା ନେଇ ନଥିବା ଲୋକଙ୍କ ମଧ୍ୟରୁ ୯୬% କରୋନାରେ ଆକ୍ରାନ୍ତ ହେବା ପରେ ଅକ୍ସିଜେନ ଆବଶ୍ୟକ କରୁଛନ୍ତି। ବର୍ତ୍ତମାନ ମୁମ୍ବାଇରେ ପ୍ରାୟ ୧୯୦୦ ଲୋକ ଅକ୍ସିଜେନ ସହାୟତାରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୯୬% ଟିକା ନେଇ ନଥିଲେ ବୋଲି ବ୍ରିହାନମୁମ୍ବାଇ ମ୍ୟୁନସିପାଲ କର୍ପୋରେସନର କମିଶନର ଇକବାଲ ଚହଲ ସୂଚନା ଦେଇଛନ୍ତି।

ସେ କହିଛନ୍ତି, କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ବେଳେ ପଜିଟିଭିଟି ରେଟ୍‌ ଆଧାରରେ ଲକଡାଉନ ଲାଗୁ କରାଯାଉଥିଲା। ହେଲେ ତୃତୀୟ ଲହର ବେଳେ ନିୟମ ପରିବର୍ତ୍ତନ କରାଯାଇଛି। ହସ୍ପିଟାଲ ଉପରେ ଯଦି ଅଧିକ ଚାପ ବଢ଼ିବ, ତା’ହେଲେ ମୁମ୍ବାଇରେ ଅଧିକ କଟକଣା ଲଗାଯିବ।

ତାଙ୍କ କହିବା କଥା ମୁମ୍ବାଇରେ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଅଧିକାଂଶ ଆକ୍ରାନ୍ତ ହସ୍ପିଟାଲର ଆବଶ୍ୟକ କରୁନାହାନ୍ତି। ଏବେ ବି ବିଭିନ୍ନ ହସ୍ପିଟାଲରେ ବେଡ୍‌ ଖାଲି ରହିଛି। ମୁମ୍ବାଇରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ମଧ୍ୟ ରହିଛି। ତେଣୁ ଏଗୁଡ଼ିକର ଅଭାବ ଦେଖାଗଲେ ହିଁ ଲକଡାଉନ ଭଳି ପଦକ୍ଷେପ ନିଆଯାଇ ପାରେ ବୋଲି ଶ୍ରୀ ଚହଲ ପରୋକ୍ଷରେ ସଙ୍କେତ ଦେଇଛନ୍ତି।

ସେ ଆହୁରି କହିଛନ୍ତି, “ମୁମ୍ବାଇର ୧୮୬ଟି ହସ୍ପିଟାଲରେ ଆଡମିଡ ହୋଇ ଅକ୍ସିଜେନ ସର୍ପୋଟରେ ଥିବା ୯୬% ଲୋକ ଟିକା ନେଇ ନଥିଲେ। ଏଯାଏ ଟିକା ନେଇ ଥିବା ଅଧିକାଂଶ ଲୋକଙ୍କୁ ଆଇସିୟୁକୁ ଯିବାକୁ ପଡ଼ୁନି। ଆମ ପାଖରେ ଏବେ ବି ୨୧ ଲକ୍ଷ ଟିକାର ଡୋଜ୍‌ ଉପଲବ୍ଧ ରହିଛି।

ସମଗ୍ର ଭାରତରେ ଆମର ଟିକାକରଣ ହାର ସବୁଠାରୁ ଅଧିକ। ଲୋକମାନେ ଓମିକ୍ରନକୁ ସାଧାରଣ ଫ୍ଲୁ ଭାବେ ବିବେଚନା କରନ୍ତୁ ନାହିଁ। ଯଦି କେହି ଟିକା ନ ନେଇ ଓମିକ୍ରନରେ ସଂକ୍ରମିତ ହେଲେ, ତା’ହେଲେ ସେମାନଙ୍କୁ ନିଶ୍ଚିତ ଆଇସିୟୁ ଯିବାକୁ ପଡ଼ିବ।”

ସୂଚନାଯୋଗ୍ୟ, ମୁମ୍ବାଇରେ କରୋନାର ଦୈନିକ ସଂକ୍ରମଣ ୪ ଦିନ ହ୍ରାସ ପାଇବା ପରେ ବୁଧବାର ପୁଣି ଉପର ମୁହାଁ ହୋଇଛି। ଏହାକୁ ନେଇ ପ୍ରଶାସନର ମୁଣ୍ଡବିନ୍ଧା ବଢ଼ିଛି।

Related story