୯୮ ବର୍ଷରେ ବି ଥକି ନାହାନ୍ତି, ରାସ୍ତା କଡ଼ରେ ଚଣା ବିକୁଛନ୍ତି ବୃଦ୍ଧ

ରାୟବରେଲୀ: ବୟସ ୯୮। ହେଲେ ମନରେ ଏବେ ବି ସ୍ୱାବଲମ୍ବୀ ହେବାର ଇଚ୍ଛା। ଏହି ଇଚ୍ଛାଶକ୍ତି ହିଁ ତାଙ୍କୁ ଥକିବାକୁ ଦେଉନାହିଁ। ହାତ ଥରୁଛି, କିନ୍ତୁ ୯୮ ବର୍ଷ ବୟସରେ ବି ବୃଦ୍ଧ ଜଣଙ୍କ ରାସ୍ତା କଡ଼ରେ ଚଣା ବିକି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି। ଉତ୍ତର ପ୍ରଦେଶର ରାୟବରେଲୀରୁ ବୃଦ୍ଧଙ୍କ ଚଣା ବିକ୍ରି କରିବା ବେଳର ଭିଡିଓ ସାମ୍ନାକୁ ଆସିବା ପରେ ଏହା ଭାଇରାଲ ହେବାରେ ଲାଗିଛି। ବୃଦ୍ଧଙ୍କ ଏଭଳି ସ୍ୱାବଲମ୍ବୀ ହେବାର ଇଚ୍ଛା ଶକ୍ତିକୁ ସମ୍ମାନ […]

Chana

Hemant Lenka
  • Published: Friday, 05 March 2021
  • , Updated: 05 March 2021, 06:50 PM IST

ରାୟବରେଲୀ: ବୟସ ୯୮। ହେଲେ ମନରେ ଏବେ ବି ସ୍ୱାବଲମ୍ବୀ ହେବାର ଇଚ୍ଛା। ଏହି ଇଚ୍ଛାଶକ୍ତି ହିଁ ତାଙ୍କୁ ଥକିବାକୁ ଦେଉନାହିଁ। ହାତ ଥରୁଛି, କିନ୍ତୁ ୯୮ ବର୍ଷ ବୟସରେ ବି ବୃଦ୍ଧ ଜଣଙ୍କ ରାସ୍ତା କଡ଼ରେ ଚଣା ବିକି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି। ଉତ୍ତର ପ୍ରଦେଶର ରାୟବରେଲୀରୁ ବୃଦ୍ଧଙ୍କ ଚଣା ବିକ୍ରି କରିବା ବେଳର ଭିଡିଓ ସାମ୍ନାକୁ ଆସିବା ପରେ ଏହା ଭାଇରାଲ ହେବାରେ ଲାଗିଛି। ବୃଦ୍ଧଙ୍କ ଏଭଳି ସ୍ୱାବଲମ୍ବୀ ହେବାର ଇଚ୍ଛା ଶକ୍ତିକୁ ସମ୍ମାନ ଜଣାଇ ସ୍ଥାନୀୟ ପ୍ରଶାସନ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧିତ କରିଛି।

୯୮ ବର୍ଷୀୟ ବୃଦ୍ଧ ଜଣଙ୍କ ହେଉଛନ୍ତି ବିଜୟ ପାଲ ସିଂହ। ସେ ରାୟବରେଲୀର ଗୋଟିଏ ଗାଁର ରାସ୍ତା କଡ଼ରେ ଚଣା ବିକ୍ରି କରୁଛନ୍ତି। ଭିଡିଓ ଅନୁଯାୟୀ, ଚଣା ବିକ୍ରି କରିବା ପାଇଁ ରାସ୍ତା କଡ଼ରେ ସେ ଗୋଟିଏ ଟେବୁଲ ପକାଇଛନ୍ତି। ଏହା ଉପରେ ଚଣା ରଖିଛନ୍ତି। ଜଣେ ଗ୍ରାହକ ତାଙ୍କ ଚଣା ପ୍ରସ୍ତୁତ କରୁଥିବା ବେଳର ଭିଡିଓ ଶୁଟିଂ କରିଥିଲେ।

ବିଜୟ ବେଶ ଆରାମରେ ତାଙ୍କ ସହ କଥା ହୋଇ ଚଣା ପ୍ରସ୍ତୁତ କରିବାରେ ଲାଗିଥିଲେ। ଲେମ୍ବୁ ଠାରୁ ଆରମ୍ଭ କରି ଧନିଆ ପତ୍ର ଓ ଲଙ୍କାର ବ୍ୟବହାର କରି ସେ ସ୍ୱାଦିଷ୍ଟ ଚଣା ପ୍ରସ୍ତୁତ କରୁଛନ୍ତି। ତାଙ୍କୁ ଗ୍ରାହକ ଜଣଙ୍କ ତାଙ୍କ ପରିବାର ବିଷୟରେ ପଚାରିଥିଲେ। ସେ କହିଥିଲେ “ମୋ ପରିବାର ବହୁତ ବଡ଼”। କାହିଁକି ୯୮ ବର୍ଷ ବୟସରେ ସେ ଏମିତି କାମ କରୁଛନ୍ତି ବୋଲି ଗ୍ରାହକ ଜଣଙ୍କ ପୁଣି ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ “ମୁଁ ଘରେ ବସିବାକୁ ଚାହେଁ ନାହିଁ। ଘରେ ବସିଲେ ମୁଁ ଦୁର୍ବଳ ଅନୁଭବ କରୁଛି। ଚଣା ବିକ୍ରି କରି ମୁଁ ଫିଟ୍‌ ରହିଛି।”


ସୋଶାଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ବିଜୟ ପାଲ ସିଂହଙ୍କ ସ୍ୱାବଲମ୍ବୀ ହେବାର ଇଚ୍ଛା ଶକ୍ତିକୁ ସମସ୍ତେ ପ୍ରଶଂସା କରିଛନ୍ତି। ଜିଲ୍ଲା ପ୍ରଶାସନ ତାଙ୍କୁ ୧୧ ହଜାର ଟଙ୍କା ଦେଇଛି। ସେହିପରି ତାଙ୍କୁ ଚାଲିବା ପାଇଁ ଗୋଟିଏ ହାତ ବାଡ଼ି, ଗୋଟିଏ ଚାଦର ଓ ପ୍ରଶଂସା ପତ୍ର ରାୟବରେଲୀ ଜିଲ୍ଲା ମାଜିଷ୍ଟ୍ରେଟ ବୈଭବ ଶ୍ରୀବାସ୍ତବ ପ୍ରଦାନ କରିଛନ୍ତି।

ସରକାରୀ ଯୋଜନାରେ ବିଜୟ ପଲଙ୍କୁ ଘର ମଧ୍ୟ ଯୋଗାଇ ଦିଆଯାଇଥିବା ବୈଭବ ସୂଚନା ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି ଓ ଆମ ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ନୋଟିସ କରିଥିଲେ। ଆମେ ତାଙ୍କୁ ରାସନ କାର୍ଡ ଦେଇଛୁ। ଟଏଲେଟ୍‌ ନିର୍ମାଣ ପାଇଁ ତାଙ୍କ ପାଇଁ ପାଣ୍ଠିର ବ୍ୟବସ୍ଥା କରାଯାଇଛି।

ବାବା ଯାହା ବି ଚାହିଁବେ, ପ୍ରଶାସନ ସବୁ କିଛି ଯୋଗାଇ ଦେବ। ବାବା ଆମ ସମସ୍ତଙ୍କ ପାଇଁ ପ୍ରେରଣ ପାଲଟିଛନ୍ତି। ବାଧ୍ୟବାଧକତାରେ ସେ ଏପରି କରୁନାହାନ୍ତି ବରଂ ଆତ୍ମନିର୍ଭର ହେବାରୁ ସେ ଚଣା ବିକୁଥିବା କହିଛନ୍ତି। ତେଣୁ ଆମକୁ ତାଙ୍କ ଠାରୁ ଶିଖିବାର ଅଛି ବୋଲି ଜିଲ୍ଲା ମାଜିଷ୍ଟ୍ରେଟ ବୈଭବ ଶ୍ରୀବାସ୍ତବ କହିଛନ୍ତି।

Related story