ଏକ ଭୟଙ୍କର ପ୍ରତାରଣା ଓ ହତ୍ୟାର କାହାଣୀ: ମୁଖ୍ୟ ଚରିତ୍ର ପୁନମ

ନୂଆଦିଲ୍ଲୀ: ମାତ୍ର ୧୩ ବର୍ଷ ବୟସରେ ପରିବାର ଲୋକ ପୁନମ ଯାଦବଙ୍କ ବାହାଘର ଝାରଖଣ୍ଡରେ ଜଣେ ବ୍ୟକ୍ତିଙ୍କ ସହ କରି ଦେଇଥିଲେ। ତାଙ୍କୁ ଯେତେବେଳେ ୧୪ ବର୍ଷ ହୋଇଥିଲା ସେ କନ୍ୟା ସନ୍ତାନର ଜନନୀ ହୋଇଥିଲେ। ପରିବାର ଠିକ ଠାକ ଚାଲିଥିବା ବେଳେ ପୁନମଙ୍କୁ ତାଙ୍କ ସ୍ୱାମୀ ଧୋକା ଦେଇ ହଠାତ କେଉଁ ଆଡ଼େ ଚାଲିଗଲେ। ସ୍ୱାମୀଙ୍କୁ ଖୋଜି‌ଖୋଜି ପୁନମ ଝାରଖଣ୍ଡରୁ ଚାଲି ଆସିଲେ ଦେଶର ରାଜଧାନୀ ଦିଲ୍ଲୀକୁ। ଅଜଣା ସହର ଓ ଅଜଣା ଲୋକଙ୍କ ଭିତରେ […]

ponnam

  • Published: Tuesday, 29 November 2022
  • , Updated: 29 November 2022, 03:15 PM IST

ନୂଆଦିଲ୍ଲୀ: ମାତ୍ର ୧୩ ବର୍ଷ ବୟସରେ ପରିବାର ଲୋକ ପୁନମ ଯାଦବଙ୍କ ବାହାଘର ଝାରଖଣ୍ଡରେ ଜଣେ ବ୍ୟକ୍ତିଙ୍କ ସହ କରି ଦେଇଥିଲେ। ତାଙ୍କୁ ଯେତେବେଳେ ୧୪ ବର୍ଷ ହୋଇଥିଲା ସେ କନ୍ୟା ସନ୍ତାନର ଜନନୀ ହୋଇଥିଲେ। ପରିବାର ଠିକ ଠାକ ଚାଲିଥିବା ବେଳେ ପୁନମଙ୍କୁ ତାଙ୍କ ସ୍ୱାମୀ ଧୋକା ଦେଇ ହଠାତ କେଉଁ ଆଡ଼େ ଚାଲିଗଲେ।

ସ୍ୱାମୀଙ୍କୁ ଖୋଜି‌ଖୋଜି ପୁନମ ଝାରଖଣ୍ଡରୁ ଚାଲି ଆସିଲେ ଦେଶର ରାଜଧାନୀ ଦିଲ୍ଲୀକୁ। ଅଜଣା ସହର ଓ ଅଜଣା ଲୋକଙ୍କ ଭିତରେ ପୁନମ ନିଜ ସ୍ୱାମୀଙ୍କୁ ଖୋଜିବା ଆରମ୍ଭ କଲେ। ସମୟ ଗଡ଼ିବା ସହ ପୁନମଙ୍କ ଧୈର୍ଯ୍ୟର ବନ୍ଧ ମଧ୍ୟ ଭାଙ୍ଗିବା ଆରମ୍ଭ ହୋଇଥିଲା। ସାଙ୍ଗରେ ବି ଛୋଟ ଝିଅ ଥିଲା। ଦିଲ୍ଲୀ ଭଳି ସହରରେ ସେ କ’ଣ କରିବେ? କାହାକୁ କହିବେ ନିଜ ମନର ବ୍ୟଥା? କୌଣସି ଉପାୟ ନ ପାଇ ପୁନମ ଛୋଟ ଝିଅ ସହ ଦିଲ୍ଲୀରେ ନିଜ ଭାଗ୍ୟର ଭରସାରେ ପଡ଼ି ରହିଲେ।

ଏହି ସମୟରେ ତାଙ୍କର ଦେଖା ହୁଏ କାଳୁ ନାମକ ଜଣେ ବ୍ୟକ୍ତିଙ୍କ ସହ। କିଛି ଦିନର ଚିହ୍ନା ପରିଚୟ ପରେ ପୁନମ ନିଜର ନିଃସଙ୍ଗ ଜୀବନରେ କାଳୁଙ୍କୁ ନିଜର ସ୍ୱାମୀ ଭାବେ ଗ୍ରହଣ କରି ନେଇଥିଲେ। କାଳୁ ମଧ୍ୟ ପୁନମଙ୍କୁ ପାଇ ବେଶ ଖୁସି ହୋଇଯାଇଥିଲେ। କାଳୁଙ୍କୁ ବିବାହ କରିବା ପରେ ପୁନମ ଗୋଟିଏ ପୁଅ ଓ ୨ ଝିଅଙ୍କୁ ଜନ୍ମ ଦେଇଥିଲେ। ପୂର୍ବରୁ ବି ତାଙ୍କର ଜଣେ ଝିଅ ଥିଲେ। ଅର୍ଥାତ ୪ ପିଲା ଓ କାଳୁ ହେଉଛନ୍ତି ପୁନମଙ୍କ ପରିବାର। ତେବେ ସାନ ଝିଅକୁ ୪ ବର୍ଷ ହୋଇଥିବା ବେଳେ ସେ ଛାତରୁ ଖସି ପଡ଼ି ପ୍ରାଣ ହରାଇଥିଲେ।

ଏହି ଘଟଣା ପୁନମଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ଆଗରୁ ପୁନମଙ୍କୁ ବେଶ ଭଲ ପାଉଥିବା କାଳୁ ମଦ ପିଇବା ଆରମ୍ଭ କରିଥିଲେ। ଏଥିସହ ପତ୍ନୀଙ୍କୁ କିଛି ଦିନ ଦେହ ବେପାର କରିବାକୁ ମଧ୍ୟ ବାଧ୍ୟ କରିଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ନିୟମିତ ଝଗଡ଼ା ମଧ୍ୟ ଚାଲିଥିଲା।

ଏସବୁ ଭିତରେ ୨୦୧୧ରେ ଘଟିଥିଲା ନୂଆ ଟ୍ୱିଷ୍ଟ। ପୁନମ ରହୁଥିବା ଘରର ଉପର ମହଲାରେ ରହିବା ଆରମ୍ଭ କରିଥିଲେ ଅଞ୍ଜନ ଦାସ। କାଳୁ ନିୟମିତ ଅତ୍ୟାଚାର କରୁଥିବାରୁ ପୁନମଙ୍କ ନିକଟବର୍ତ୍ତୀ ହୋଇଥିଲେ ଅଞ୍ଜନ। ସେ ତାଙ୍କୁ ବୁଝାଇବା ଭିତରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ଉଭୟ ଗୁପ୍ତ ଭାବେ ନିଜର ସମ୍ପର୍କର ଗାଡ଼ି ଆଗକୁ ନେଇ ଚାଲିଥିଲେ। ୨୦୧୬ରେ ଅତ୍ୟଧିକ ମଦ ପିଇବା ଯୋଗୁ କାଳୁଙ୍କର ଲିଭ୍‌ର ଖରାପ ହୋଇଯାଇଥିଲା। ଏଥିପାଇଁ ତାଙ୍କର ମୃତ୍ୟୁ ବି ଘଟିଥିଲା।

କାଳୁଙ୍କର ମୃତ୍ୟୁ ପରେ ପୁନମ ୨୦୧୭ରେ ଅଞ୍ଜନଙ୍କୁ ବିବାହ କରିଥିଲେ। ତେବେ ବାହାଘରର କିଛି ବର୍ଷ ପରେ ସେ ଜାଣିବାକୁ ପାଇଥିଲେ ଯେ ଅଞ୍ଜନ ପୂର୍ବରୁ ବିହାରରେ ବିବାହ କରିଛନ୍ତି ଓ ତାଙ୍କର ୭ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ଏକଥା ଜଣାପଡ଼ିବା ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ମହାଭାରତ। ଲିଫ୍ଟମ୍ୟାନ ଭାବେ କାମ କରୁଥିବା ଅଞ୍ଜନ ୩ ବର୍ଷ ହେଲା କାମ କରିବା ବନ୍ଦ କରି ଦେଇଥିଲେ। ସେ ପୁନମ ଓ ତାଙ୍କ ପୁଅ ଦୀପକ ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲେ। ଗତବର୍ଷ ପୁନମ ଜାଣିବାକୁ ପାଇଥିଲେ ଯେ ଅଞ୍ଜନ ଘରେ ଥିବା ସମସ୍ତ ସୁନା ଅଳଙ୍କାର ଓ ଟଙ୍କା ଚୋରି କରିଛନ୍ତି। ଏହାକୁ ବିହାରରେ ଥିବା ନିଜର ପ୍ରଥମ ପତ୍ନୀଙ୍କ ପାଖକୁ ପଠାଇ ଦେଇଛନ୍ତି।

ଏହା ସତ୍ତ୍ୱେ ପୁନମ ପୂର୍ବଭଳି ଅଞ୍ଜନଙ୍କ ସହ ରହିଥିଲା ଓ ତାଙ୍କୁ ଠିକ ରାସ୍ତାକୁ ଆଣିବା ପାଇଁ ଚେଷ୍ଟା କରିଥିଲେ। ହେଲେ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇ ନଥିଲା। ବରଂ ଦିନକୁ ଦି ଅଞ୍ଜନଙ୍କ ପ୍ରକୃତି ଖରାପ ହେବାରେ ଲାଗିଥିଲା।

ଚଳିତ ବର୍ଷ ମାର୍ଚ୍ଚରେ ଘଟିଥିଲା ସବୁଠାରୁ ବଡ଼ ଘଟଣା। ଅଞ୍ଜନ ଘର ଭିତରେ ରହୁଥିବା ପୁନମଙ୍କ ଝିଅଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ଏପରି କି ଦୀପକଙ୍କ ପତ୍ନା ଅର୍ଥାତ ନିଜ ବୋହୂଙ୍କୁ ମଧ୍ୟ ସେ ଅସଦାଚରଣ କରିଥିଲେ। ଏହି ଘଟଣା ପୁନମ ଓ ଦୀପକଙ୍କୁ ମର୍ମାହତ କରିଥିଲା। ଏଥିପାଇଁ ୨୦୨୨ ଏପ୍ରିଲ ମାସରେ ଅଞ୍ଜନଙ୍କୁ ହତ୍ୟା କରିବା ପାଇଁ ଦୀପକ ଯୋଜନା କରିଥିଲେ। ମେ’ ୩୦ରେ ପୁନମ ଓ ଦୀପକ ଉପଯୁକ୍ତ ସୁଯୋଗ ପାଇ ସେମାନଙ୍କ ଯୋଜନାକୁ କାର୍ଯ୍ୟକାରୀ କରିଥିଲେ।

ଅଞ୍ଜନଙ୍କୁ ମଦରେ ନିଶା ବଟିକା ଦେଇ ଦୀପକ ଓ ପୁନମ ହତ୍ୟା କରିଥିଲେ। ମା’-ପୁଅ ଗୋଟିଏ ଛୁରୀରେ ଅଞ୍ଜନଙ୍କ ବେକ, ଛାତି ଓ ତଳି ପେଟକୁ ବାରମ୍ବାର ଭୁଷି ହତ୍ୟା କରିଥିଲେ। ଏହାପରେ ରକ୍ତସ୍ରାବ ବନ୍ଦ ହେବା ଯାଏଁ ମୃତଦେହକୁ ଗୋଟିଏ ଦିନ ଘର ଭିତରେ ରଖିଥିଲେ। ରକ୍ତ ବୋହି ଯିବା ପରେ ସେମାନେ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଦେଇଥିଲେ। ପୁଲିସ୍‌ ଅଞ୍ଜନଙ୍କ ଶରୀରର ୬ଟି ଅଂଶ ଠାବ କରିଛି। ହତ୍ୟା କରି ମୃତଦେହକୁ ସେମାନେ ଫ୍ରିଜ୍‌ରେ ରଖିଥିଲେ। ଦୁର୍ଗନ୍ଧ ହେବାର ଆଶଙ୍କା ଥିବାରୁ ସେମାନେ ମା’ ପୁଅ ଘରକୁ ରଙ୍ଗ କରିଥିଲେ।

ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରୁ ଜଣାପଡ଼ୁଛି ଯେ ଦୀପକ ଗୋଟିଏ ବ୍ୟାଗ ଧରି ରାତି ବେଳା ଯାଉଛନ୍ତି। ତାଙ୍କ ପଛରେ ମା’ ପୁନମ ମଧ୍ୟ ଚାଲି ଚାଲି ଯାଉଛନ୍ତି। ଦିନ ବେଳା ମଧ୍ୟ ସେମାନେ ଏକାଧିକ ଥର ଏକାଠି ବ୍ୟାଗ ଧରି ଖଣ୍ଡବିଖଣ୍ଡିତ ଅଂଶକୁ ଫିଙ୍ଗିଥିବା ଦେଖିବାକୁ ମିଳିଛି। ପୁନମ ଓ ଦୀପକ ମିଳିତ ଭାବେ ଅଞ୍ଜନଙ୍କ ମୁଣ୍ଡକୁ ଜାଳି ଦେଇଛନ୍ତି। ସେହିପରି ରକ୍ତ ଲଗା ବେଡଶିଟ୍‌ ଓ ଛୁରୀକୁ ଅଳିଆ ଗଦାରେ ଫିଙ୍ଗି ଦେଇଥିଲେ। ୬ ମାସ ଧରି ମା’-ପୁଅ ନିଜ ଅପରାଧକୁ ଲୁଚାଇ ରଖିଥିଲେ। କିନ୍ତୁ ଏବେ ପୁଲିସ ମା’ ପୁଅଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।

Related story