ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଶ୍ରଦ୍ଧା ମର୍ଡ଼ର ମାମଲାରେ ଦୈନିକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ତାଜା ସୂଚନା ଅନୁଯାୟୀ ମର୍ଡ଼ରର ବହୁ ଦିନ ପୂର୍ବରୁ ଶ୍ରଦ୍ଧା ମୁମ୍ବାଇର ଭସାଇରେ ଥିବା ମେଡିକାରେ ଭର୍ତ୍ତି ହୋଇଥିଲେ। ୨୦୨୦ରେ ଶ୍ରଦ୍ଧା ମେଡିକାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ମୁହଁରେ ଗଭୀର କ୍ଷତ ହେବା ସହ ଶାରିରୀକ ଯନ୍ତ୍ରଣା କାରଣରୁ ତାଙ୍କୁ ଚିକିତ୍ସିତ ହେବାକୁ ପଡ଼ିଥିଲା। ଶ୍ରଦ୍ଧା କୌଣସି ଦୁର୍ଘଟଣା କିମ୍ବା ଘରୋଇ ହିଂସାରେ ଶିକାର ହୋଇ ଥିବା ଡାକ୍ତର ସେତେବେଳେ ସନ୍ଦେହ କରିଥିଲେ। କିନ୍ତୁ ଶ୍ରଦ୍ଧା ଗଭୀର ଭାବେ ଆଘାତ ପାଇ ଯନ୍ତ୍ରଣା ଅନୁଭବ କରୁଥିଲେ। ଏଥିରୁ ଶ୍ରଦ୍ଧାଙ୍କୁ ବାରମ୍ବାର ଶାରିରୀକ ନିର୍ଯାତନା ଦିଆଯାଇଥିବା ପୁଲିସ ସନ୍ଦେହ କରୁଛି। ମିଳିଥିବା ମେଡିକାଲ ରିପୋର୍ଟ ଅନୁଯାୟୀ ଶ୍ରଦ୍ଧାଙ୍କ ବେକରେ ଗଭୀର ଦାଗ, ବେକ ଯନ୍ତ୍ରଣା ଓ ପିଠି ଯନ୍ତ୍ରଣା ଥିବା ଜଣାପଡ଼ିଛି। ୨୦୨୦ ଡିସେମ୍ବର ୩ରୁ ୬ ମଧ୍ୟରେ ଶ୍ରଦ୍ଧା ମେଡିକାଲରେ ଭର୍ତ୍ତି ହୋଇଥିଲେ।
ସେତେବଳେ ଶ୍ରଦ୍ଧରଙ୍କ ମୁହଁରେ କେମିତି ଦାଗ ଥିଲା ତାର ଫଟୋ ଏବେ ସାମ୍ନାକୁ ଆସିଛି। ଜଣେ ଡାକ୍ତର କହିଛନ୍ତି ଯେ, ଶ୍ରଦ୍ଧା ଗୁରୁତର ବ୍ୟାକପ୍ୟାନ ଓ ଆଭ୍ୟନ୍ତରୀଣ ଯନ୍ତ୍ରଣା ଅନୁଭବ କରିଥିଲେ। ଏମିତି କି ସେ ବେକ ମଧ୍ୟ ଠିକରେ ବୁଲାଇପାରୁ ନଥିଲେ। ତେବେ ଚିକିତ୍ସା ପରେ ସେ ଆଉ ମେଡିକାଲ ଆସି ନାହାନ୍ତି ବୋଲି ଉକ୍ତ ମେଡିକାଲର ଡାକ୍ତର କହିଛନ୍ତି। ସେତେବେଳେ ଶ୍ରଦ୍ଧାଙ୍କୁ ତାଙ୍କ ବୟଫ୍ରେଣ୍ଡ ଶାରୀରିକ ଭାବେ ନିର୍ଯାତନା ଦେଇଥିବା ସେ ତାଙ୍କ ସାଙ୍ଗକୁ କହଥିଲେ। ଶ୍ରଦ୍ଧାଙ୍କ ସାଙ୍ଗ ରଜତ ଶୁକ୍ଲା ଏବେ ପୁଲିସକୁ ସେହି କଥା କହିଛନ୍ତି। ଅନ୍ୟପଟେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଶ୍ରଦ୍ଧାଙ୍କ ପ୍ରେମିକ ଅଫତାବ ହତ୍ୟା ପୂର୍ବରୁ ପ୍ରବଳ ନିଶା ସେବନ କରିଥିଲେ। ଅନେକ ସମୟରେ ଆର୍ଥିକ ସମସ୍ୟାକୁ ନେଇ ଦୁହିଁଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଶ୍ରଦ୍ଧା ତାଙ୍କୁ ଗାଳିଗୁଲଜ କରୁଥିଲେ।
ତେଣୁ ଶ୍ରଦ୍ଧାଙ୍କୁ ହତ୍ୟା ପାଇଁ ଏହା ଆଉ ଏକ କାରଣ ବୋଲି ଅଭିଯୁକ୍ତ ଅଫତାବ କହିଛନ୍ତି । ହତ୍ୟା ପୂର୍ବରୁ ଅଫତାବ ଗଞ୍ଜେଇ ଟାଣିଥିଲେ। ଅତ୍ୟଧିକ ଗଞ୍ଜେଇ ନିଶା ପରେ ସେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ପୁଲିସ ନିକଟରେ ସ୍ୱୀକାର କରିଛନ୍ତି। ଅନ୍ୟପଟେ ମେହରୁଲି ଜଙ୍ଗଲରୁ ଦିଲ୍ଲୀ ପୁଲିସକୁ ମିଳିଛି ୧୩ ଖଣ୍ଡ ହାଡ଼ । ୩୫ କିଲୋମିଟର ପରିବ୍ୟାପ୍ତ ଏହି ଜଙ୍ଗଲରେ ଗତ ୧୪ ଘଣ୍ଟା ଧରି ଯାଞ୍ଚ କରିଥିଲେ ଦିଲ୍ଲୀ ପୋଲିସର ବରିଷ୍ଠ ଓ ଅଭିଜ୍ଞ ଫରେନସିକ ଟିମ୍। ଏହି ୧୩ ଖଣ୍ଡ ହାଡ଼କୁ ଏବେ ଯାଞ୍ଚ କରାଯିବ । ତଥାପି ପ୍ରେମିକା ଶ୍ରଦ୍ଧାର ମୃତ ଦେହକୁ ଖଣ୍ଡବିଖଣ୍ଡିତ କରି ୩୫ ପିସ୍ କରିଥିବା ସୈତାନ ପ୍ରେମିକ ଅଫତାବ ବିରୋଧରେ ସାକ୍ଷ୍ୟ ପ୍ରମାଣ ଯୋଗାଡ଼ କରିବା ପୁଲିସ ପାଇଁ କାଠିକର ପାଠ ହୋଇଛି।