ଟିକେଟ୍ ଦିଅ, ନହେଲେ ଡେଇଁ ପଡିବି: ଆପ୍ ନେତାଙ୍କ ଧମକ

ନୂଆଦିଲ୍ଲୀ: ଟିକେଟ ଦତିଅ ନହେଲେ ଡେଇଁ ପଡିବି। ଟାୱାର ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିବି। ଏଭଳି କିଛି ଧମକ ଦେଇଛନ୍ତି ଆମ୍ ଆଦମୀ ପାର୍ଟିର ଜଣେ ନେତା। ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟିର ଜଣେ ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ ନ ମିଳିବାରୁ ଟାୱାର ଉପରେ ଚଢ଼ି ଏଭଳି କିଛି ହଙ୍ଗାମା କରିଛନ୍ତି। ଅପ୍ ନେତା ହସିବ ଉଲ୍ ହସନ। ଦିଲ୍ଳୀ ନଗରନିଗମ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ତାଙ୍କୁ ପ୍ରାର୍ଥୀ […]

aap-former-councilor-climbs--tower

Madhupriya Mistry
  • Published: Sunday, 13 November 2022
  • , Updated: 13 November 2022, 02:53 PM IST

ନୂଆଦିଲ୍ଲୀ: ଟିକେଟ ଦତିଅ ନହେଲେ ଡେଇଁ ପଡିବି। ଟାୱାର ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିବି। ଏଭଳି କିଛି ଧମକ ଦେଇଛନ୍ତି ଆମ୍ ଆଦମୀ ପାର୍ଟିର ଜଣେ ନେତା। ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟିର ଜଣେ ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ ନ ମିଳିବାରୁ ଟାୱାର ଉପରେ ଚଢ଼ି ଏଭଳି କିଛି ହଙ୍ଗାମା କରିଛନ୍ତି।

ଅପ୍ ନେତା ହସିବ ଉଲ୍ ହସନ। ଦିଲ୍ଳୀ ନଗରନିଗମ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ତାଙ୍କୁ ପ୍ରାର୍ଥୀ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ହେଲେ ତାଙ୍କୁ ଟିକେଟ୍ ମିଳିନଥିଲା। ଏହାପରେ ସେ ରାଗି ଯାଇଥିଲେ। ସେ ରାଗି ଯାଇ ଆଜି ଦିଲ୍ଲୀର ଶାସ୍ତ୍ରୀ ପାର୍କରେ ନିକଟରେ ଥିବା ଏକ ଟାୱର ଉପରେ ଚଢ଼ି ଯାଇଥିଲେ। ଦଳ ମୋତେ ଟିକେଟ୍ ଦେଲାନି ତେଣୁ ମୁଁ ଆତ୍ମହତ୍ୟା କରିବି ବୋଲି ସେ ଧମକ ଦେଇଥିଲେ। ତାଙ୍କର ଏଭଳି ଆତ୍ମହତ୍ୟା ଉଦ୍ୟମ ବାବଦରେ ଜାଣିବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ନଗରନିଗମ ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ପ୍ରଥମ ତାଲିକାରେ ୧୩୪ ଓ ଦ୍ୱିତୀୟ ତାଲିକାରେ ୧୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ତାଲିକାରେ ଅଧିକରୁ ଅଧିକ ପୁରୁଣା କାର‌୍ୟ୍ୟକର୍ତ୍ତା ରହିଛନ୍ତି । ହେଲେ ହସନ ଓଲଙ୍କ ନାଁ ଏହି ତାଲିକାରେ ନାହିଁ।

ଦିଲ୍ଲୀ ନଗରନିଗମର ମୋଟ ୨୫୦ଟି ଆସନ ପାଇଁ ଡିସେମ୍ବର ୪ ତାରିଖରେ ଭୋଟ ଗ୍ରହଣ ହେବ ଓ ୭ ତାରିଖରେ ଫଳାଫଳ ଘୋଷଣା କରାଯିବ।

Related story