ଗୁଜରାଟର ସବୁ ଆସନରେ ପ୍ରାର୍ଥୀ ଦେବ ଆପ୍, ଏହି ସାମ୍ବାଦିକ ଦଳରେ ମିଶିଲେ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ଗୁଜରାଟ ବିଧାନସଭାରେ ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍‌) ଲଢ଼େଇ କରିବ। ପୂର୍ବରୁ ଗୁଜରାଟ ପୌର ନିର୍ବାଚନରେ ଲଢ଼ି ସଫଳତା ହାସଲ କରିଥିବା ଆପ୍‌ ଆସନ୍ତାବର୍ଷ ସବୁ ବିଧାନସଭା ଆସନରେ ପ୍ରାର୍ଥୀ ଦେବ। ଆଜି ଦଳର ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ସୂଚନା ଦେଇଛନ୍ତି। ଏଥିସହ ଆଜି ଆପ୍‌ରେ ଲୋକପ୍ରିୟ ଗୁଜରାଟ ସାମ୍ବାଦିକ ଇସୁଦାନ ଗଦଭୀ ସାମିଲ ହୋଇଛନ୍ତି। କେଜ୍ରିୱାଲଙ୍କ ଉପସ୍ଥିତିରେ ସେ ଝାଡ଼ୁ ଧରିଛନ୍ତି। […]

aap

Hemant Lenka
  • Published: Monday, 14 June 2021
  • , Updated: 14 June 2021, 06:53 PM IST

ନୂଆଦିଲ୍ଲୀ: ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ଗୁଜରାଟ ବିଧାନସଭାରେ ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍‌) ଲଢ଼େଇ କରିବ। ପୂର୍ବରୁ ଗୁଜରାଟ ପୌର ନିର୍ବାଚନରେ ଲଢ଼ି ସଫଳତା ହାସଲ କରିଥିବା ଆପ୍‌ ଆସନ୍ତାବର୍ଷ ସବୁ ବିଧାନସଭା ଆସନରେ ପ୍ରାର୍ଥୀ ଦେବ।

ଆଜି ଦଳର ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ସୂଚନା ଦେଇଛନ୍ତି। ଏଥିସହ ଆଜି ଆପ୍‌ରେ ଲୋକପ୍ରିୟ ଗୁଜରାଟ ସାମ୍ବାଦିକ ଇସୁଦାନ ଗଦଭୀ ସାମିଲ ହୋଇଛନ୍ତି। କେଜ୍ରିୱାଲଙ୍କ ଉପସ୍ଥିତିରେ ସେ ଝାଡ଼ୁ ଧରିଛନ୍ତି।

କେଜ୍ରିୱାଲ କହିଛନ୍ତି, “ଆପ୍‌ ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରତିଟି ଆସନରେ ପ୍ରାର୍ଥୀ ଦେବ। ବିଜେପି ଓ କଂଗ୍ରେସର ବିକଳ୍ପ ଭାବେ ଆପ୍‌ ହିଁ ଲଢ଼େଇ କରିବ। ଗୁଜରାଟ ଖୁବଶୀଘ୍ର ବଦଳିବ।”

ସାମ୍ବାଦିକ ଇସୁଦାନ ଦଳରେ ସାମିଲ ହେବା ପରେ ଗୁଜରାଟ ଆପ୍‌ ପକ୍ଷରୁ ଏହାର ଫଟୋକୁ ଟ୍ୱିଟ କରାଯାଇଛି। କେଜ୍ରିୱାଲ ଟ୍ୱିଟରେ ମଧ୍ୟ ତାଙ୍କୁ ଆପ୍‌କୁ ସ୍ୱାଗତ କରିଛନ୍ତି। ସେ ଗୁଜରାଟୀ ଭାଷାରେ ଟ୍ୱିଟ କରି କହିଛନ୍ତି, “ମୁଁ ଗୁଜରାଟର ଲୋକପ୍ରିୟ ସାମ୍ବାଦିକ ଇସୁଦାନ ଗଦଭୀଙ୍କୁ ଆପର ପରିବାରକୁ ସ୍ୱାଗତ କରୁଛି। ମୋର ବିଶ୍ୱାସ ଯେ ଇସୁଦାନ ଭାଇ ଗୁଜରାଟ ପାଇଁ ଦେଖିଥିବା ସ୍ୱପ୍ନକୁ ରାଜ୍ୟବାସୀଙ୍କ ସହ ମିଶି ନିଶ୍ଚିତ ପୂରା କରିବେ। ଏବେ ଗୁଜରାଟ ବଦଳିବ।”


୩୯ ବର୍ଷୀୟ ଇସୁଦାନ ଏବେ ନିଜର ଟ୍ୱିଟର ବାୟୋରେ ଆପ୍‌ ଯୋଡ଼ିଛନ୍ତି। ସେ କେଜ୍ରିୱାଲଙ୍କ ସହ ଫଟୋ ପୋଷ୍ଟ କରି ଏବେ ଗୁଜରାଟ ବଦଳିବ ବୋଲି ହ୍ୟାଶଟ୍ୟାକ ବ୍ୟବହାର କରିଛନ୍ତି।

ଇସୁଦାନ ହେଉଛନ୍ତି ଭିଟିଭି ନ୍ୟୁଜର ପୂର୍ବତନ ସମ୍ପାଦକ ଓ ରାଜ୍ୟର ଲୋକପ୍ରିୟ ବିତର୍କ ଶୋ’ ମହାମନ୍ଥନର ହୋଷ୍ଟ। ୨୦୧୫ରେ ସେ ଭିଟିଭି ନ୍ୟୁଜର ମୁଖ୍ୟ ହୋଇଥିଲେ। ସେ ଦୂରଦର୍ଶନ ସହ ଅନେକ ମିଡିଆ ଅର୍ଗାନାଇଜେସନରେ କାମ କରିଛନ୍ତି।

Related story