ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଓ ପତ୍ନୀଙ୍କୁ ଇଡିର ସମନ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଅଡ଼ୁଆ ବଢ଼ିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ଗୋଟିଏ ମନଲଣ୍ଡିଂ ମାମଲାରେ ତାଙ୍କୁ ଓ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ସମନ କରିଛି। ଇଡି ରୁଜୁ କରିଥିବା ମନି ଲଣ୍ଡରିଂ ମାମଲାରେ ଉଭୟ ଜେରା ହେବେ। ଏଥିପାଇଁ ସେମାନଙ୍କୁ ସମନ କରି ସେପ୍ଟେମ୍ବର ୧ରେ ହାଜର ହେବାକୁ କୁହାଯାଇଛି। କୋଇଲା ଚୋରା ଚାଲାଣ ଘଟଣାରେ ସିବିଆଇ ରୁଜୁ କରିଥିବା ଏଫଆଇଆର ଆଧାରରେ ଇଡି […]

TMC

Hemant Lenka
  • Published: Saturday, 28 August 2021
  • , Updated: 28 August 2021, 01:39 PM IST

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଅଡ଼ୁଆ ବଢ଼ିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ଗୋଟିଏ ମନଲଣ୍ଡିଂ ମାମଲାରେ ତାଙ୍କୁ ଓ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ସମନ କରିଛି।

ଇଡି ରୁଜୁ କରିଥିବା ମନି ଲଣ୍ଡରିଂ ମାମଲାରେ ଉଭୟ ଜେରା ହେବେ। ଏଥିପାଇଁ ସେମାନଙ୍କୁ ସମନ କରି ସେପ୍ଟେମ୍ବର ୧ରେ ହାଜର ହେବାକୁ କୁହାଯାଇଛି। କୋଇଲା ଚୋରା ଚାଲାଣ ଘଟଣାରେ ସିବିଆଇ ରୁଜୁ କରିଥିବା ଏଫଆଇଆର ଆଧାରରେ ଇଡି ଗୋଟିଏ ମନି ଲଣ୍ଡରିଂ ମାମଲା କରି ତଦନ୍ତ କରୁଛି।

ପୂର୍ବରୁ ଏହି କୋଇଲା ଚୋରାଚାଲାଣ ଘଟଣାରେ ସିବିଆଇ ରୁଜିରାଙ୍କୁ ଫେବୃଆରୀ ୨୩ରେ ତାଙ୍କ ଘରୁ ଯାଇ ଜେରା କରିଥିଲା। ପ୍ରାୟ ୧ ଘଣ୍ଟା କାଳ ତାଙ୍କୁ ଜେରା କରାଯାଇଥିଲେ ହେଁ କୋଇଲା ଚୋରା ଚାଲାଣରେ ତାଙ୍କ ଭୂମିକା ସମ୍ପର୍କରେ ଜାଣିବାକୁ ସିବିଆଇ ସକ୍ଷମ ହୋଇ ନଥିଲା।

କୋଇଲା ଚୋରା ଚାଲାଣ ଘଟଣାରେ ସିବିଆଇ ପ୍ରଥମେ ପଶ୍ଚିମବଙ୍ଗର ପୁରୁଲିଆ, ବଙ୍କୁରା, ପଶ୍ଚିମବର୍ଦ୍ଧମାନ ଓ କୋଲକାତାର ୧୩ଟି ସ୍ଥାନରେ ରେଡ କରିଥିଲା। ଅମୀୟ ଷ୍ଟିଲ ପ୍ରାଃଲିଃ ପରିସରରେ ବି ସିବିଆଇ ଟିମ ଯାଞ୍ଚ କରିଥିଲା। ପୂରା କୋଇଲା ଚାଲାଣର କିଙ୍ଗ ପିନ୍‌ ହେଉଛି ଅନୁପ ମାନଝୀ। ତାଙ୍କ ଡେପୁଟି କୁହାଯାଉଥିବା ଜୟଦେବ ମଣ୍ଡଳଙ୍କ ଠିକଣାରେ ସିବିଆଇ ଧରପଗଡ଼ କରିଥିଲା।

ଘଟଣାର ତଦନ୍ତ ବେଳେ ସିବିଆଇ ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କ ଭୂମିକା ବିଷୟରେ ଜାଣିବାକୁ ପାଇଥିଲା। ଏହି କାରଣରୁ ତାଙ୍କୁ ଜେରା କରିବାକୁ ସିବିଆଇ ନୋଟିସ୍‌ କରିଥିଲା। ତାଙ୍କୁ ଜେରା ପରେ ବ୍ୟାଙ୍କ ନେଣଦେଣ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିବାକୁ କୁହାଯାଇଥିଲା।

ଉକ୍ତ ଘଟଣାରେ ଶୀଥିଳତା ପଡ଼ିଥିବା ବେଳେ ଇଡି ଗୋଟିଏ ମନି ଲଣ୍ଡିରିଂ ମାମଲାର ଉଭୟ ଅଭିଷେକ ଓ ରୁଜିରାଙ୍କୁ ସମନ କରିଛି। ଏଥିସହ ପଶ୍ଚିମବଙ୍ଗର ଦୁଇ ବରିଷ୍ଠ ଆଇପିଏସ୍‌ ଅଫିସର ଶ୍ୟାମ ସିଂହ ଓ ଜ୍ଞାନବନ୍ତ ସିଂହଙ୍କୁ ମଧ୍ୟ ହାଜର ହେବାକୁ କୁହାଯାଇଛି। ଉଭୟଙ୍କୁ ଯଥାକ୍ରମେ ସେପ୍ଟେମ୍ବର ୮ ଓ ୯ରେ ଇଡି ଜେରା କରିବାକୁ ଚାହୁଁଥିବା ସମନରେ ଉଲ୍ଲେଖ କରିଛି।

Related story