ଗିରଫ ଭୟରେ ନେପାଳ ଫେରାର ହୋଇ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀଙ୍କ ପୁଅ!

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷଙ୍କୁ ପୁଲିସ୍‌ ଖୋଜୁ ଥିବା ବେଳେ ତାଙ୍କର କୌଣସି ପତ୍ତା ମିଳୁନି। ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା ଘଟଣାରେ ପୁଲିସ୍‌ ଆଶିଷଙ୍କୁ ଦିନ ୧୦ଟା ବେଳେ ହାଜର ହେବାକୁ ସମନ କରିଥିଲା। ତେବେ ସେ ହାଜର ହୋଇନାହାନ୍ତି। ଏଥିପାଇଁ ଆଜି ପୁଲିସ୍‌ ପୁଣି ହାଜର ହେବାକୁ ତାଙ୍କ ଘରେ ନୋଟିସ କରିଛି। ଗିରଫଦାରୀର ଭୟ […]

ashish

Hemant Lenka
  • Published: Friday, 08 October 2021
  • , Updated: 08 October 2021, 03:15 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷଙ୍କୁ ପୁଲିସ୍‌ ଖୋଜୁ ଥିବା ବେଳେ ତାଙ୍କର କୌଣସି ପତ୍ତା ମିଳୁନି। ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା ଘଟଣାରେ ପୁଲିସ୍‌ ଆଶିଷଙ୍କୁ ଦିନ ୧୦ଟା ବେଳେ ହାଜର ହେବାକୁ ସମନ କରିଥିଲା। ତେବେ ସେ ହାଜର ହୋଇନାହାନ୍ତି।

ଏଥିପାଇଁ ଆଜି ପୁଲିସ୍‌ ପୁଣି ହାଜର ହେବାକୁ ତାଙ୍କ ଘରେ ନୋଟିସ କରିଛି। ଗିରଫଦାରୀର ଭୟ ସୃଷ୍ଟି ହୋଇଥିବାରୁ ଆଶିଷ ଫେରାର ହୋଇଯାଇଥିବା କୁହାଯାଉଛି। ଗୋଟିଏ ରିପୋର୍ଟ ଅନୁସାରେ, ଆଶିଷ ଏବେ ଭାରତ ଛାଡ଼ି ନେପାଳ ଚାଲି ଯାଇଛନ୍ତି। ଆଶିଷଙ୍କୁ ପୁଲିସ ପାଉ ନଥିବାରୁ ତାଙ୍କ ଫୋନକୁ ଟ୍ରାକିଂ କରୁଛି। ଗୁରୁବାର ତାଙ୍କ ଫୋନର ଲୋକେସନ ଉତ୍ତର ପ୍ରଦେଶ-ନେପାଳ ସୀମା ଗୌରୀପାଟନାରେ ଠାବ କରାଯାଇଥିଲା।

ସେବେଠାରୁ ଆଉ ତାଙ୍କର କୌଣସି ପତ୍ତା ମିଳୁନି। ତେଣୁ ସେ ଗିରଫ ଭୟରେ ନେପାଳ ଚାଲି ଯାଇଥିବା କୁହାଯାଉଛି। ସେହିପରି ତାଙ୍କ ଫୋନର ଲୋକେସନ କ୍ରମାଗତ ଭାବେ ବଦଳିବାରେ ମଧ୍ୟ ଲାଗିଛି। ଶେଷଥର ପାଇଁ ତାଙ୍କ ଫୋନ ଉତ୍ତରାଖଣ୍ଡର ବାଜପୁରାରେ ଠାବ ହୋଇଛି।

ସେ ନିଜେ ସେଠାରେ ଅଛନ୍ତି ନା କେବଳ ପୁଲିସ୍‌କୁ ଭୂଆଁ ବୁଲାଇବାକୁ ଫୋନକୁ କୌଣସି ସହଯୋଗୀଙ୍କ ହାତରେ ସେଠାକୁ ପଠାଇଛନ୍ତି, ସେକଥା ଜଣାପଡ଼ିନି।

ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି, ଆଜି ଆଶିଷ ମିଶ୍ରଙ୍କୁ ରିଜର୍ଭ ପୁଲିସ୍‌ ଲାଇନରେ ଥିବା କ୍ରାଇମବ୍ରାଞ୍ଚ ଅଫିସରେ ନିଜର ପକ୍ଷ ରଖିବାକୁ ସମନ କରାଯାଇଥିଲା। ହେଲେ ସେ ହାଜର ହୋଇନାହାନ୍ତି। ଫଳରେ ଆମେ ଦ୍ୱିତୀୟ ନୋଟିସ ତାଙ୍କ ଘରେ ମରାଯାଇଛି। ଆମେ ତାଙ୍କୁ ଧରିବା ପାଇଁ ଉତ୍ତରାଖଣ୍ଡ ଓ ନେପାଳ ପୁଲିସ୍‌ ସହ ଯୋଗାଯୋଗରେ ରହିଛୁ। ତାଙ୍କୁ ଖୋଜିବା ପାଇଁ ଗୋଟିଏ ଟିମ ମଧ୍ୟ ଗଠନ କରାଯାଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ରବିବାର ଲଖିମପୁର ଖେରିରେ ଚାଷୀମାନେ ଆନ୍ଦୋଳନ କରୁଥିଲେ। ଏହି ସମୟରେ ଗୋଟିଏ ମହିନ୍ଦ୍ରା ଥର ଜିପ୍‌ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଏଥିରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାପରେ ସୃଷ୍ଟି ହୋଇଥିବା ହିଂସାରେ ଆଉ ୪ ଜଣଙ୍କ ଜୀବନ ଯାଇଥିଲା।

ଏହି ମହିନ୍ଦ୍ରା ଥର ଜିପ୍‌ରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ରହିଥିଲେ ବୋଲି ଅଭିଯୋଗ ହୋଇଛି। ଏଥିପାଇଁ ତାଙ୍କ ନାଁରେ ମଧ୍ୟ ମାମଲା କରାଯାଇଛି। ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଆଶିଷ ଗିରଫ ଭୟରେ ନେପାଳ ଫେରାର ହୋଇଯାଇଥିବା ରିପୋର୍ଟ ପ୍ରକାଶ ପାଇଛି।

Related story