ଅପବିତ୍ରକରଣ ମାମଲାର ଅଭିଯୁକ୍ତ ଡେରା ଅନୁଗାମୀଙ୍କୁ ବିଚ୍‌ ରାସ୍ତାରେ ହତ୍ୟା

ଚଣ୍ଡିଗଡ଼: ଡେରା ସଚ୍ଚା ସୌଦାର ଅନୁଗାମୀ ତଥା ବାରଗାରୀ ଅପବିତ୍ରକରଣ ମାମଲାର ଅଭିଯୁକ୍ତ ପ୍ରଦୀପ ସିଂହଙ୍କୁ ବିଚ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଛି। ପଞ୍ଜାବର ଫରିଦକୋଟରେ ଆଜି ସକାଳୁ ୫ ଜଣ ଦୁର୍ବୃତ୍ତ ବାଇକରେ ଆସି ପ୍ରଦୀପଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଆଜି ସକାଳେ ସେ ନିଜ ଦୋକାନକୁ ଯାଇଉଥିଲେ। ଏହି ସମୟରେ ବାଇକରେ ୫ ଜଣ ଦୁର୍ବୃତ୍ତ ତାଙ୍କ ପାଖରେ ପହଞ୍ଚି ଥିଲେ। କେହି କିଛି ବୁଝିବା ଆଗରୁ ସେମାନଙ୍କ ମଧ୍ୟରୁ ଜଣେ […]

Fardikot

  • Published: Thursday, 10 November 2022
  • , Updated: 10 November 2022, 12:22 PM IST

ଚଣ୍ଡିଗଡ଼: ଡେରା ସଚ୍ଚା ସୌଦାର ଅନୁଗାମୀ ତଥା ବାରଗାରୀ ଅପବିତ୍ରକରଣ ମାମଲାର ଅଭିଯୁକ୍ତ ପ୍ରଦୀପ ସିଂହଙ୍କୁ ବିଚ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଛି। ପଞ୍ଜାବର ଫରିଦକୋଟରେ ଆଜି ସକାଳୁ ୫ ଜଣ ଦୁର୍ବୃତ୍ତ ବାଇକରେ ଆସି ପ୍ରଦୀପଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ଆଜି ସକାଳେ ସେ ନିଜ ଦୋକାନକୁ ଯାଇଉଥିଲେ। ଏହି ସମୟରେ ବାଇକରେ ୫ ଜଣ ଦୁର୍ବୃତ୍ତ ତାଙ୍କ ପାଖରେ ପହଞ୍ଚି ଥିଲେ। କେହି କିଛି ବୁଝିବା ଆଗରୁ ସେମାନଙ୍କ ମଧ୍ୟରୁ ଜଣେ ଆଖିବୁଜା ଗୁଳିମାଡ଼ କରିଥିଲା। ଏଥିରେ ପ୍ରଦୀକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗନମ୍ୟାନଙ୍କ ସମେତ ଆଉ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଫରିଦକୋଟ ରେଞ୍ଜର ଆଇଜି ପ୍ରଦୀକ କୁମାର ଯାଦବ କହିଛନ୍ତି, “ଆଜି ସକାଳେ ଗୁଳିକାଣ୍ଡ ଘଟଣା ଘଟିଛି। ଏଥିରେ ପ୍ରଦୀପ ସିଂହ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ପ୍ରଦୀକଙ୍କ ସୁରକ୍ଷା ଦାୟତ୍ୱରେ ଥିବା ବ୍ୟକ୍ତି ଜଣଙ୍କ ମଧ୍ୟ ପାଲଟା ଗୁଳିମାଡ଼ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଛି। ସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିଛି।”

୨୦୧୫ ମସିହା ଜୁନ୍‌ ୧ରେ ଫରିଦକୋଟର ବୁରଜ ଜବାହର ସିଂହ ୱାଲା ଗାଁରେ ଥିବା ଗୁରୁଦ୍ୱାରାରୁ ଗୁରୁ ଗ୍ରନ୍ଥ ସାହିବଙ୍କ ଗୋଟିଏ ସାରୂପ ବା କପି ହଜି ଯାଇଥିଲା। ଏହାର ୩ ମାସ ପରେ ପବିତ୍ର ଗ୍ରନ୍ଥ ବିରୋଧରେ ଆପତ୍ତିଜନକ ପୋଷ୍ଟର ବୁରଜ ଜବାହର ସିଂହ ୱାଲା ଓ ବାରଗାରୀ ଗାଁରୁ ଠାବ କରାଯାଇଥିଲା। ସମାନ ବର୍ଷ ଅକ୍ଟୋବର ମାସରେ ଗୁରୁ ଗ୍ରନ୍ଥ ସାହିବର ଏକାଧିକ ପର୍ଦ୍ଦ ବାରଗରୀ ଗାଁରୁ ମିଳିଥିଲା। ଏହାକୁ ପୂରା ପଞ୍ଜାବରେ ବିକ୍ଷୋଭ ଦେଖାଯାଇଥିଲା। ଅକ୍ଟୋବର ୧୪ରେ ପୁଲିସ୍‌ ବିକ୍ଷୋଭକାରୀଙ୍କ ଉପରେ ଗୁଳି ଚଳାଇବାରୁ ୨ ଜଣଙ୍କ ଜୀବନ ମଧ୍ୟ ଯାଇଥିଲା। ଏହି ଅପବିତ୍ରକରଣ ମାମଲାର ଅଭିଯୁକ୍ତ ଥିଲେ ପ୍ରଦୀପ। ତାଙ୍କୁ ଗିରଫ ବି କରାଯାଇଥିଲା। ସେ ଏବେ ଜାମିନରେ ରହିଥିଲେ।

ପଞ୍ଜାବ ପୁଲିସ୍‌ର ଏସ୍‌ଆଇଟି ଘଟଣାର ତଦନ୍ତ କରି ଅପବିତ୍ରକରଣ ପଛରେ ସିର୍ସାରେ ଥିବା ଡେରା ସଚ୍ଚା ସୌଦାର ଭୂମିକା ଥିବା କହିଥିଲା। ଡେରାର ମୁଖ୍ୟ ଗୁରମିତ ରାମ ରହିମ ସିଂହ ଓ ତାଙ୍କର ୧୧ ଜଣ ଅନୁଗାମୀଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲେ। ଏବେ ବି ଏହାର ବିଚାର ଫରିଦକୋଟ କୋର୍ଟରେ ଚାଲିଛି।

Related story