ଯୋଗୀ ଓ ଅଭିନେତ୍ରୀ କଙ୍ଗନାଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା

ଲକ୍ଷ୍ନୌ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ସବୁବେଳେ ବିଜେପି ସପକ୍ଷରେ ଓକିଲାତି କରୁଥିବା କଙ୍ଗନା ଆଜି ଲକ୍ଷ୍ନୌ ଯାଇ ଯୋଗୀଙ୍କୁ ଭେଟିଛନ୍ତି। ଭେଟଘାଟର ପ୍ରକୃତ କାରଣ ସମ୍ପର୍କରେ ଜଣାପଡ଼ିନି। କିନ୍ତୁ ସୂତ୍ର ଅନୁସାରେ ଯୋଗୀ ସରକାର ଉତ୍ତର ପ୍ରଦେଶରେ କରିଥିବା ବିକାଶମୂଳକ କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇ କଙ୍ଗନା ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ସେଠାରେ ପହଞ୍ଚିଥିବା ସେହିପରି ଉତ୍ତର ପ୍ରଦେଶ ସରକାରଙ୍କ ଗୋଟିଏ ଜିଲ୍ଲା […]

kangana

Hemant Lenka
  • Published: Friday, 01 October 2021
  • , Updated: 01 October 2021, 09:38 PM IST

ଲକ୍ଷ୍ନୌ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ସବୁବେଳେ ବିଜେପି ସପକ୍ଷରେ ଓକିଲାତି କରୁଥିବା କଙ୍ଗନା ଆଜି ଲକ୍ଷ୍ନୌ ଯାଇ ଯୋଗୀଙ୍କୁ ଭେଟିଛନ୍ତି। ଭେଟଘାଟର ପ୍ରକୃତ କାରଣ ସମ୍ପର୍କରେ ଜଣାପଡ଼ିନି।

କିନ୍ତୁ ସୂତ୍ର ଅନୁସାରେ ଯୋଗୀ ସରକାର ଉତ୍ତର ପ୍ରଦେଶରେ କରିଥିବା ବିକାଶମୂଳକ କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇ କଙ୍ଗନା ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ସେଠାରେ ପହଞ୍ଚିଥିବା ସେହିପରି ଉତ୍ତର ପ୍ରଦେଶ ସରକାରଙ୍କ ଗୋଟିଏ ଜିଲ୍ଲା ଗୋଟିଏ ପ୍ରଡକ୍ଟ (ଓଡିଓପି) ଯୋଜନାର ବ୍ରାଣ୍ଡଆମ୍ବାସାଡାର ଭାବେ କଙ୍ଗନା କାର୍ଯ୍ୟ କରିପାରନ୍ତି। ଏଥିପାଇଁ ସେ ଯୋଗୀଙ୍କୁ ଭେଟିଥିବା କୁହାଯାଉଛି।

ଭେଟଘାଟ ବେଳ ଫଟୋ ସାମ୍ନାକୁ ଆସିଛି। ସେହିପରି ଗୋଟିଏ ଭିଡିଓରେ ଯୋଗୀ ଅଭିନେତ୍ରୀ କଙ୍ଗନାଙ୍କୁ କିଛି ଉପହାର ଦେଉଥିବା ଦେଖିବାକୁ ମିଳିଛି। ତଥାପି ବୈଠକର ଏଜେଣ୍ଡା ବିଷୟରେ ଜଣାପଡ଼ିନି।

ବୈଠକ ସମୟରେ ଯୋଗୀ ଆଦିତ୍ୟନାଥ ଅଭିନେତ୍ରୀ କଙ୍ଗନାଙ୍କୁ ଅଯୋଧ୍ୟା ଆସି ଭଗବାନ ରାମଙ୍କ ଆଶୀର୍ବାଦ ନେବାକୁ ନିମନ୍ତ୍ରଣ କରିଛନ୍ତି। ଯୋଗୀ କହିଛନ୍ତି, “ଆପଣ ଅଯୋଧ୍ୟା ଆସନ୍ତୁ, ଭଗବାନ ରାମଙ୍କ ଦର୍ଶନ କରିବେ।” ଆଗକୁ ବିଧାନସଭା ନିର୍ବାଚନ ଥିବାରୁ କଙ୍ଗନା ମଧ୍ୟ ଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ କହିଛନ୍ତି, “ରାମଚନ୍ଦ୍ରଙ୍କ ଭଳି ଏଠାରେ ତପସ୍ୱୀ ରାଜାଙ୍କ ରାଜ ଚାଲିଛି।” ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ହିଁ କଙ୍ଗନା ଆଜି ଯୋଗୀଙ୍କୁ ଏପରି କହିଛନ୍ତି।


ନିକଟରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମରେ କଙ୍ଗନା ଅଭିନୟ କରିଥିଲେ। ଏହାପରେ ଏବେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି। ନିକଟରେ ସେ ରାଜନୀତିକୁ ଆସିପାରନ୍ତି ବୋଲି ମଧ୍ୟ ଖବର ପ୍ରକାଶ ପାଇଥିଲେ। ତେଣୁ ଏସବୁ ଭିତରେ କଙ୍ଗନା ହଠାତ୍ ଯୋଗୀଙ୍କୁ ଲକ୍ଷ୍ନୌରେ ଭେଟିବା ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି।

Related story