ବିଜେପିରେ ମିଶିଲେ ଅଭିନେତା ଯଶ ଦାସଗୁପ୍ତା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ମିଶ୍ରଣ ପର୍ବ ଜାରି ରହିଛି। ଆଜି କୋଲକାତାରେ ଆୟୋଜିତ ବିଜେପିର ମିଶ୍ରଣ ପର୍ବରେ ବେଙ୍ଗଲୀ ଅଭିନେତା ୟଶ ଦାସଗୁପ୍ତା ପଦ୍ମ ଧରିଛନ୍ତି। ଅଭିନେତା ୟଶ ଦାସଗୁପ୍ତଙ୍କର ଦବଦବା ବେଙ୍ଗଲରେ ବେଶ ରହିଛି। ବିଶେଷ କରି ଯୁବଗୋଷ୍ଠୀଙ୍କ ପାଖରେ ସେ ବେଶ ଲୋକପ୍ରିୟତା ସାଉଁଟିଛନ୍ତି। ଆଜିର ମିଶ୍ରଣ ପର୍ବରେ ବିଜେପିର ଦୁଇ ବରିଷ୍ଠ ନେତା କୈଳାସ ବିଜୟଭର୍ଗିୟା ଓ ମୁକୁଲ ରୟ ଉପସ୍ଥିତ ଥିଲେ। ବିଜୟଭର୍ଗିୟା ହିଁ ୟଶଙ୍କୁ ବିଜେପିର […]

BJP

Hemant Lenka
  • Published: Wednesday, 17 February 2021
  • , Updated: 17 February 2021, 07:25 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ମିଶ୍ରଣ ପର୍ବ ଜାରି ରହିଛି। ଆଜି କୋଲକାତାରେ ଆୟୋଜିତ ବିଜେପିର ମିଶ୍ରଣ ପର୍ବରେ ବେଙ୍ଗଲୀ ଅଭିନେତା ୟଶ ଦାସଗୁପ୍ତା ପଦ୍ମ ଧରିଛନ୍ତି। ଅଭିନେତା ୟଶ ଦାସଗୁପ୍ତଙ୍କର ଦବଦବା ବେଙ୍ଗଲରେ ବେଶ ରହିଛି।

ବିଶେଷ କରି ଯୁବଗୋଷ୍ଠୀଙ୍କ ପାଖରେ ସେ ବେଶ ଲୋକପ୍ରିୟତା ସାଉଁଟିଛନ୍ତି। ଆଜିର ମିଶ୍ରଣ ପର୍ବରେ ବିଜେପିର ଦୁଇ ବରିଷ୍ଠ ନେତା କୈଳାସ ବିଜୟଭର୍ଗିୟା ଓ ମୁକୁଲ ରୟ ଉପସ୍ଥିତ ଥିଲେ। ବିଜୟଭର୍ଗିୟା ହିଁ ୟଶଙ୍କୁ ବିଜେପିର ସଦସ୍ୟତା ପ୍ରଦାନ କରିଛନ୍ତି।

କେବଳ ଯଶ ଦାସଗୁପ୍ତା ନୁହନ୍ତି, ଅଶୋକ ଭଦ୍ରା, ମଲ୍ଲିକା ବନ୍ଦୋପାଧ୍ୟାୟ, ପାପିଆ ଅଧିକାରୀ, ସୌମିଲି ଘୋଷ ବିଶ୍ୱାସ ଓ ତ୍ରମିଲା ଭଟ୍ଟାଚାର୍ଯ୍ୟ ମଧ୍ୟ ଆଜି ବିଜେପିରେ ଯୋଗ ଦେଇଛନ୍ତି।

ବିଜେପିରେ ଯୋଗଦେବା ପରେ ଯଶ କହିଛନ୍ତି, ବିଜେପି ସର୍ବଦା ଦେଶର ଯୁବଗୋଷ୍ଠୀଙ୍କ ଉପରେ ବିଶ୍ୱାସ ରଖିଥାଏ। ସେମାନଙ୍କର ସରନେମ, ରାଜନୀତିକ ଆଦର୍ଶ ଇତ୍ୟାଦିକୁ ଭୁଲି ବିଜେପି ସର୍ବଦା ଯୁବଗୋଷ୍ଠୀଙ୍କୁ ଗୁରୁତ୍ୱ ଦେଇଥାଏ। ମୋ ଆଦର୍ଶ ବିଜେପି ସହ ମେଳ ଖାଉଛି। ଏହି ଗୋଟିଏ ପାର୍ଟି, ଯେଉଁଠି ମୁଁ କାମ କରିପାରିବି। ତେଣୁ ଆଜି ମୁଁ ବିଜେପିରେ ଯୋଗଦେଇଛି ବୋଲି ସେ କହିଛନ୍ତି।

Related story