ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ଏହି ଆସନରୁ ଲଢ଼ିବେ ଯୋଗୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେପିର ୟୁପି ଇନଜାର୍ଜ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟ ଭୋଟିଂ ଫେବୃଆରୀ ୧୦ରେ ହେବ। ସେହିପରି ୧୪ ତାରିଖରେ ଲୋକମାନେ ଦ୍ୱିତୀୟ ପର୍ଯ୍ୟାୟରେ ମତାଧିକାର ସାବ୍ୟସ୍ତ କରିବ। ପ୍ରଥମ ପର୍ଯ୍ୟାୟରେ ଭୋଟିଂ ହେବାକୁ ଥିବା ୫୮ଟି ଆସନରୁ ବିଜେପି ୫୭ଟି ଓ ଦ୍ୱିତୀୟ […]

yogi

Hemant Lenka
  • Published: Saturday, 15 January 2022
  • , Updated: 15 January 2022, 01:38 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେପିର ୟୁପି ଇନଜାର୍ଜ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟ ଭୋଟିଂ ଫେବୃଆରୀ ୧୦ରେ ହେବ। ସେହିପରି ୧୪ ତାରିଖରେ ଲୋକମାନେ ଦ୍ୱିତୀୟ ପର୍ଯ୍ୟାୟରେ ମତାଧିକାର ସାବ୍ୟସ୍ତ କରିବ।

ପ୍ରଥମ ପର୍ଯ୍ୟାୟରେ ଭୋଟିଂ ହେବାକୁ ଥିବା ୫୮ଟି ଆସନରୁ ବିଜେପି ୫୭ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟିଂ ହେବାକୁ ଥିବା ୫୫ଟି ଆସନରୁ ୪୮ଟି ଆସନ ପାଇଁ ପ୍ରାର୍ଥୀ ଚୟନ କରିଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଆଜି ଘୋଷଣା ୧୦୭ ଆସନରେ ବିଜେପି ୨୦ ଜଣ ନୂଆ ନେତାଙ୍କୁ ପ୍ରାର୍ଥୀ କରିଛି।


ବିଜେପିର ଘୋଷଣା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ନିର୍ବାଚନ ଲଢ଼ିବେ। ପୂର୍ବରୁ ସେ ମଥୁରା କିମ୍ବା ଅଯୋଧ୍ୟାରୁ ପ୍ରାର୍ଥୀ ହେବେ ବୋଲି କୁହାଯାଉଥିଲା। କିନ୍ତୁ ଯୋଗୀ ତାଙ୍କ ଗଡ଼ ଭାବେ ପରିଚିତ ଗୋରଖପୁର ଆସନରୁ ହିଁ ଲଢ଼ିବେ।

ପୂର୍ବରୁ ଯୋଗୀ ଗୋରଖପୁର ଲୋକସଭା ଆସନରୁ ଏକାଧିକ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତେବେ ୨୦୧୭ରେ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ଲୋକସଭା ଆସନ ଛାଡ଼ିବାକୁ ପଡ଼ିଥିଲା। ସେ ୟୁପି ବିଧାନ ପରିଷଦକୁ ନିର୍ବାଚନ ହୋଇ ମୁଖ୍ୟମନ୍ତ୍ରୀ ପଦ ବଜାୟୀ ରଖିଥିଲେ। ହେଲେ ସେ ୨୦୨୨ରେ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଗୋରଖପୁରରେ ମାର୍ଚ୍ଚ ୩ ଅର୍ଥାତ ୬ଷ୍ଠ ପର୍ଯ୍ୟାୟରେ ଭୋଟିଂ ହେବ।

ସେହିପରି ୟୁପି ଉପ ମୁଖ୍ୟମନ୍ତ୍ରୀ କେଶପ ପ୍ରସାଦ ମୌର୍ଯ୍ୟ ପ୍ରୟାଗରାଜ ଜିଲ୍ଲାରେ ଥିବା ସିରାଥୁ ଆସନରୁ ପ୍ରାର୍ଥୀ ହେବେ। ପୂର୍ବତନ ରାଜ୍ୟପାଳ ବେବୀ ରାଣୀ ମୌର୍ଯ୍ୟ ଆଗ୍ରା ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ। ନିର୍ବାଚନ ଲଢ଼ିବା ପାଇଁ ସେ କିଛି ଦିନ ତଳେ ଉତ୍ତରାଖଣ୍ଡ ରାଜ୍ୟପାଳ ପଦ ଛାଡ଼ିଥିଲେ। ରାଜ୍ୟପାଳ ପଦ ଛାଡ଼ିବା ପୂର୍ବରୁ ୬୫ ବର୍ଷୀୟ ବେବୀ ରାଣୀ ଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଏହାପରେ ସେ ରାଜ୍ୟପାଳ ଭାବେ କାର୍ଯ୍ୟକାଳ ପୂରଣ କରିବା ଆଗକୁ ଇସ୍ତଫା ଦେଇଥିଲେ।

Related story