୩୦ ଦିନ ପରେ କମିଲା ଆକ୍ରାନ୍ତଙ୍କ ସଂଖ୍ୟା

ମୁମ୍ବାଇ: କରୋନା ସଂକ୍ରମଣକୁ ନେଇ ମହାରାଷ୍ଟ୍ରରୁ ଆଶ୍ୱସ୍ତି କଲା ଭଳି ଖବର ଆସିଛି । ମହାରାଷ୍ଟ୍ରରେ ସୋମବାର ୪୮,୬୨୧ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୭,୭୧,୦୨୨ରେ ପହଞ୍ଚିଛି । ତେବେ ଆଶ୍ୱସ୍ତିକର କଥା ହେଉଛି ୩୦ ଦିନ ପରେ ଅର୍ଥାତ୍ ସୋମବାର ପ୍ରଥମଥର ଦିନକରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୫୦ହଜାରରୁ କମ୍ ରେକର୍ଡ କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମୁତାବକ, ମହାରାଷ୍ଟ୍ରରେ କୋଭିଡ୍‌-୧୯ରେ ୫୬୭ […]

corona

Ranjit Kumar Jena
  • Published: Monday, 03 May 2021
  • , Updated: 03 May 2021, 11:20 PM IST

ମୁମ୍ବାଇ: କରୋନା ସଂକ୍ରମଣକୁ ନେଇ ମହାରାଷ୍ଟ୍ରରୁ ଆଶ୍ୱସ୍ତି କଲା ଭଳି ଖବର ଆସିଛି । ମହାରାଷ୍ଟ୍ରରେ ସୋମବାର ୪୮,୬୨୧ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୭,୭୧,୦୨୨ରେ ପହଞ୍ଚିଛି । ତେବେ ଆଶ୍ୱସ୍ତିକର କଥା ହେଉଛି ୩୦ ଦିନ ପରେ ଅର୍ଥାତ୍ ସୋମବାର ପ୍ରଥମଥର ଦିନକରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୫୦ହଜାରରୁ କମ୍ ରେକର୍ଡ କରାଯାଇଛି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମୁତାବକ, ମହାରାଷ୍ଟ୍ରରେ କୋଭିଡ୍‌-୧୯ରେ ୫୬୭ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ମୃତକଙ୍କ ସଂଖ୍ୟା ୭୦,୮୫୧ରେ ପହଞ୍ଚିଛି । ମହାରାଷ୍ଟ୍ରରେ ଏପ୍ରିଲରେ ଅଧିକାଂଶ ଦିନ ପାଖାପାଖି ୬୦ହଜାର ମାମଲା ରେକର୍ଡ କରାଯାଇଥିଲା । ସଂକ୍ରମଣ ବଢ଼ୁଥିବାର ଦେଖି ରାଜ୍ୟ ସରକାର ଏପ୍ରିଲ୍ ୫ ତାରିଖରୁ ଲକଡାଉନ୍ କଟକଣା ଲାଗୁ କରିଥିଲେ, ଯାହାକୁ ମେ’ ୧୫ ତାରିଖ ସୁଦ୍ଧା ବଢ଼ାଇ ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ମହାରାଷ୍ଟ୍ରରେ ସୋମବାର ୨,୧୧,୬୬୮ ସାମ୍ପଲ୍ ଟେଷ୍ଟ କରାଯାଇଛି । ଏଥିସହ ରାଜ୍ୟରେ ମୋଟ ୨,୭୮,୬୪,୪୨୬ ସାମ୍ପଲ୍ ଟେଷ୍ଟ କରାଯାଇଛି । ସେହିପରି ସୋମବାର ରାଜ୍ୟରେ ୫୯,୫୦୦ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ରାଜ୍ୟରେ ମୋଟ ୪୦,୪୧,୧୪୮ ଜଣ ଆରୋଗ୍ୟ ହୋଇଛନ୍ତି ।

ରାଜ୍ୟର ରାଜଧାନୀ ମୁମ୍ବାଇରେ ମଧ୍ୟ ସୋମବାର ୨୬୨୪ ନୂଆ ମାମଲା ଚିହ୍ନଟ ହୋଇଛି । ଏଥିସହ ସହରରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୬୫୮୬୨୧କୁ ବୃଦ୍ଧି ପାଇଛି । ତେବେ ସହରରେ ଦିନକରେ ୭୮ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୩,୩୭୨ରେ ପହଞ୍ଚିଛି ।

Related story