କାଲି ଦୁଷ୍କର୍ମ ଅଭିଯୋଗ ଆଣିଥିଲେ, ଆଜି ପୀଡ଼ିତାଙ୍କ ବାପାଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

କାନପୁର: ଦୁଇ ଦିନ ତଳେ ଜଣେ ୧୩ ବର୍ଷୀୟ ଝିଅକୁ ୩ ଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ। ଏହା ବିରୋଧରେ ମଙ୍ଗଳବାର ପୀଡ଼ିତାଙ୍କ ବାପା ପୁଲିସରେ ଅଭିଯୋଗ କରିଥିଲେ। କିନ୍ତୁ ଆଜି ହସ୍ପିଟାଲ ବାହାରେ ପୀଡ଼ିତାଙ୍କ ବାପାଙ୍କ ଉପରେ ଚଢ଼ି ଯାଇଛି ଟ୍ରକ୍‌। ଏଥିସହ ଘଟଣାସ୍ଥଳରେ ହିଁ ପୀଡ଼ିତାଙ୍କ ବାପା ଆଖି ବୁଜିଛନ୍ତି। ଉତ୍ତର ପ୍ରଦେଶର କାନପୁର ପୁଲିସ୍‌ ଦୁର୍ଘଟଣା ମାମଲା ରୁଜୁ କରିଥିଲେ ହେଁ ପୀଡ଼ିତାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ଦୁଷ୍କର୍ମ ମାମଲାର […]

Stop-rape

Hemant Lenka
  • Published: Wednesday, 10 March 2021
  • , Updated: 10 March 2021, 03:59 PM IST

କାନପୁର: ଦୁଇ ଦିନ ତଳେ ଜଣେ ୧୩ ବର୍ଷୀୟ ଝିଅକୁ ୩ ଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ। ଏହା ବିରୋଧରେ ମଙ୍ଗଳବାର ପୀଡ଼ିତାଙ୍କ ବାପା ପୁଲିସରେ ଅଭିଯୋଗ କରିଥିଲେ। କିନ୍ତୁ ଆଜି ହସ୍ପିଟାଲ ବାହାରେ ପୀଡ଼ିତାଙ୍କ ବାପାଙ୍କ ଉପରେ ଚଢ଼ି ଯାଇଛି ଟ୍ରକ୍‌। ଏଥିସହ ଘଟଣାସ୍ଥଳରେ ହିଁ ପୀଡ଼ିତାଙ୍କ ବାପା ଆଖି ବୁଜିଛନ୍ତି। ଉତ୍ତର ପ୍ରଦେଶର କାନପୁର ପୁଲିସ୍‌ ଦୁର୍ଘଟଣା ମାମଲା ରୁଜୁ କରିଥିଲେ ହେଁ ପୀଡ଼ିତାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି।

ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତର ବାପା ଗୋଲୁ ଯାଦବ ହେଉଛନ୍ତି ଉତ୍ତର ପ୍ରଦେଶ ପୁଲିସ୍‌ର ସବ୍‌ ଇନସପେକ୍ଟର। ଗୋଲୁ ଯାଦବ ଗିରଫ ହୋଇଥିବା ବେଳେ ପୀଡ଼ିତାଙ୍କ ପରିବାର ଲୋକ ପୁଲିସ୍‌ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ସେମାନେ ଯେବେଠାରୁ ଦୁଷ୍କର୍ମ ସମ୍ପର୍କରେ ମୁହଁ ଖୋଲିଛନ୍ତି, ସେବେଠାରୁ ପରିବାର ଲୋକଙ୍କୁ ଧମକ ମିଳୁଛି।

ସେମାନେ ପୁଲିସ୍‌କୁ ଏହା ଜଣାଇଥିଲେ ହେଁ ଗୋଲୁ ଯାଦବଙ୍କ କାରଣରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ମଙ୍ଗଳବାର ପରିବାରର ଆଉ ଜଣେ ସଦସ୍ୟ ଅଭିଯୋଗ କରିଥିଲେ ଯେ ଆମେ ଅଭିଯୋଗ ଦାଖଲ କରିବା ପରେ ମୁଖ୍ୟ ଅଭିଯୁକ୍ତର ବଡ଼ ଭାଇ ଆମକୁ ଧମକ ଦେବା ଆରମ୍ଭ କରିଥିଲେ।

ମୋ ବାପା ଜଣେ ପୁଲିସ୍‌ ଅଫିସର ବୋଲି ତୁମମାନଙ୍କୁ ମନେ ରଖିବାକୁ ପଡ଼ିବ ବୋଲି ଅଭିଯୁକ୍ତର ବଡ଼ ଭାଇ ଆମକୁ ଚେତାବନୀ ଦେଇଥିଲେ ବୋଲି ପୀଡ଼ିତାଙ୍କ ପରିବାରର ଜଣେ ସଦସ୍ୟ କହିଛନ୍ତି।

କାନପୁର ପୁଲିସ୍‌ ମୁଖ୍ୟ ପ୍ରୀତିନ୍ଦର ସିଂହ କହିଛନ୍ତି, ପୀଡ଼ିତାଙ୍କ ମେଡିକାଲ ଚେକ ଅପ୍‌ ଚାଲିଥିବା ବେଳେ ତାଙ୍କ ବାପା ଚା’ ପିଇବାକୁ ବାହାରକୁ ଆସିଥିଲେ। ଏହି ସମୟରେ ଟ୍ରକ୍‌ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କୁ କାନପୁର ହସ୍ପିଟାଲକୁ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଆମେ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛୁ ବୋଲି ସେ କହିଛନ୍ତି।

ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗକ୍ରମେ ପୁଲିସ୍‌ ମଙ୍ଗଳବାର ଗଣଦୁଷ୍କର୍ମ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ କରିଥିଲା। ଆଜି ତାଙ୍କର ତଥାକଥିତ ଟ୍ରକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାକୁ କେହି ବି ସହଜରେ ବିଶ୍ୱାସ କରିପାରୁନାହାନ୍ତି। ଏଥିପାଇଁ ବିବାଦ ବଢ଼ିବାରେ ଲାଗିଛି। ବିବାଦ ବଢ଼ିବାରୁ ଉତ୍ତର ପ୍ରଦେଶ ପୁଲିସ୍‌ ଟ୍ୱିଟ କରି କାନପୁର ପୁଲିସ୍‌ ଉଭୟ ଘଟଣାର ତଦନ୍ତ ଠିକ୍‌ ଭାବେ କରିବାକୁ ନିର୍ଦ୍ଦେଶ ଦେଇଛି। ସେହିପରି ଦୁର୍ଘଟଣା ପରେ ଫେରାର ହୋଇଥିବା ଟ୍ରକ୍‌ ଓ ଏହାର ଡ୍ରାଇଭରକୁ ତୁରନ୍ତ ଠାବ କରିବାକୁ କୁହାଯାଇଛି।

Related story