ପ୍ରତିବର୍ଷ ୩,୦୦୦ ଭାରତୀୟ ଯୁବ ଗବେଷକଙ୍କୁ ଭିସା ଦେବ ବ୍ରିଟେନ

ନୂଆଦିଲ୍ଲୀ: ପ୍ରତିବର୍ଷ ୩,୦୦୦ ଭାରତୀୟ ଯୁବ ଗବେଷକଙ୍କୁ ଭିସା ଯୋଗାଇ ଦେବ ବ୍ରିଟେନ୍। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏମିତି କିଛି ପ୍ରତିଶ୍ରୁତି ଦେଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ। ବାଲିରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଉଭୟଙ୍କ ମଧ୍ୟରେ ଭେଟଘାଟ ହେବା ପରେ ଏହି ତଥ୍ୟ ଆସିଛି। ଏହି ସ୍ମିମରେ ବ୍ରିଟେନରୁ  ଭିସା ସୁବିଧା ପାଇବାରେ ଭାରତ ହେବ ପ୍ରଥମ ଦେଶ।  ୟୁକେ-ଭାରତ ମଧ୍ୟରେ ପ୍ରବାସୀ ସମ୍ପର୍କକୁ ମଜଭୁତ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଥିବା […]

modi

  • Published: Wednesday, 16 November 2022
  • , Updated: 16 November 2022, 11:46 AM IST

ନୂଆଦିଲ୍ଲୀ: ପ୍ରତିବର୍ଷ ୩,୦୦୦ ଭାରତୀୟ ଯୁବ ଗବେଷକଙ୍କୁ ଭିସା ଯୋଗାଇ ଦେବ ବ୍ରିଟେନ୍। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏମିତି କିଛି ପ୍ରତିଶ୍ରୁତି ଦେଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ। ବାଲିରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଉଭୟଙ୍କ ମଧ୍ୟରେ ଭେଟଘାଟ ହେବା ପରେ ଏହି ତଥ୍ୟ ଆସିଛି। ଏହି ସ୍ମିମରେ ବ୍ରିଟେନରୁ  ଭିସା ସୁବିଧା ପାଇବାରେ ଭାରତ ହେବ ପ୍ରଥମ ଦେଶ।  ୟୁକେ-ଭାରତ ମଧ୍ୟରେ ପ୍ରବାସୀ ସମ୍ପର୍କକୁ ମଜଭୁତ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଥିବା ବ୍ରିଟିସ ସରକାର କହିଛନ୍ତି।  ଗତବର୍ଷ ହୋଇଥିବା ୟୁକେ-ଇଣ୍ଡିଆ ମାଇଗ୍ରେସନ୍‌ ଏବଂ ମୋବିଲିଟି ପାର୍ଟନର୍‌ସିପ୍‌  ରାଜିନାମାର ମହତ୍ୱ ଉପରେ ଗୁରୁତ୍ୱାରୋପ କରି ବ୍ରିଟିସ୍‌ ସରକାର କହିଛନ୍ତି, ଏହି ଯୋଜନାରୁ ଲାଭ ପାଇବାରେ ଭାରତ ହେଉଛି ପ୍ରଥମ ‘ଭିସା-ନ୍ୟାସ୍‌ନାଲ୍‌’ ଦେଶ। ‘ଜି୨୦ ଶିଖର ସମ୍ମିଳନୀରେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଋଷି ସୁନକ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କିଛି ସମୟ ପରେ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ରେ ଉପରୋକ୍ତ ଘୋଷଣା କରାଯାଇଛି। ଇଣ୍ଡୋନେସିଆରେ ଆରମ୍ଭ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ସମ୍ମିଳନୀ ପ୍ରଥମ ଦିନରେ ପ୍ରଥମଥର ପାଇଁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରୁଷି ସୁନକ ଓ ମୋଦିଙ୍କ ଭେଟ୍‌ଘାଟ ହୋଇଛି। ଭାରତୀୟ ବଂଶୋଦ୍ଭବ ରୁଷି ସୁନକ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ସହ ଏହା ହେଉଛି ମୋଦିଙ୍କ ପ୍ରଥମ ସାକ୍ଷାତ। ଏହି ଭେଟ୍‌ଘାଟ ବେଳେ ଦୁହେଁ ବେଶ୍ କିଛି ସମୟ ଧରି ଆଲୋଚନା କରିଥିଲେ।

Related story