ଜଷ୍ଟିସ ମୁରଲୀଧରଙ୍କୁ ଅପମାନିତ କରିଥିବା ବିବେକ ଅଗ୍ନିହୋତ୍ରୀ କ୍ଷମା ମାଗିଲେ

ନୂଆଦିଲ୍ଲୀ: ବଲିଉଡ ଫିଲ୍ମ ମେକର ବିବେକ ଅଗ୍ନିହୋତ୍ରୀ ଆଜି ଦିଲ୍ଲୀ ହାଇକୋର୍ଟରେ କ୍ଷମା ମାଗିଛନ୍ତି। ସେ ଜଷ୍ଟିସ ଏସ ମୁରଲୀଧରଙ୍କୁ ଅପମାନିତ କରିଥିବାରୁ କ୍ଷମା ମାଗିଛନ୍ତି। ୨୦୧୮ରେ ଜଷ୍ଟିସ ମୁରଲୀଧର ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିବା ବେଳେ ସମାଜିକ କର୍ମୀ ଗୌତମ ନଭଲଖାଙ୍କୁ ଜାମିନ ଦେଇଥିଲେ। ତେବେ ଏପରି ଜାମିନକୁ ବିରୋଧ କରି ଅଗ୍ନିହୋତ୍ରୀ ଟ୍ୱିଟ ଯୋଗେ ଜଷ୍ଟିସ ମୁରଲୀଧର ପକ୍ଷପାତିତା କରିଥିବା କହିବା ସହ ତାଙ୍କୁ ଅପମାନିତ କରିବା ଭଳି ବୟାନ ଦେଇଥିଲେ। ଏହି ବୟାନ […]

Vivek

  • Published: Tuesday, 06 December 2022
  • , Updated: 06 December 2022, 05:36 PM IST

ନୂଆଦିଲ୍ଲୀ: ବଲିଉଡ ଫିଲ୍ମ ମେକର ବିବେକ ଅଗ୍ନିହୋତ୍ରୀ ଆଜି ଦିଲ୍ଲୀ ହାଇକୋର୍ଟରେ କ୍ଷମା ମାଗିଛନ୍ତି। ସେ ଜଷ୍ଟିସ ଏସ ମୁରଲୀଧରଙ୍କୁ ଅପମାନିତ କରିଥିବାରୁ କ୍ଷମା ମାଗିଛନ୍ତି। ୨୦୧୮ରେ ଜଷ୍ଟିସ ମୁରଲୀଧର ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିବା ବେଳେ ସମାଜିକ କର୍ମୀ ଗୌତମ ନଭଲଖାଙ୍କୁ ଜାମିନ ଦେଇଥିଲେ।

ତେବେ ଏପରି ଜାମିନକୁ ବିରୋଧ କରି ଅଗ୍ନିହୋତ୍ରୀ ଟ୍ୱିଟ ଯୋଗେ ଜଷ୍ଟିସ ମୁରଲୀଧର ପକ୍ଷପାତିତା କରିଥିବା କହିବା ସହ ତାଙ୍କୁ ଅପମାନିତ କରିବା ଭଳି ବୟାନ ଦେଇଥିଲେ। ଏହି ବୟାନ ପାଇଁ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିଥିଲା।

ଆଜି ମାମଲାର ଶୁଣାଣି ଥିବା ବେଳେ ଦ କଶ୍ମୀର ଫାଇଲ୍ସର ବିବାଦୀୟ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ନିଜର ବୟାନକୁ ପ୍ରତ୍ୟାହାର କରି ନେଇଛନ୍ତି ଓ ସତ୍ୟପାଠ ଜରିଆରେ କ୍ଷମା ମାଗିଛନ୍ତି। ସେ କ୍ଷମା ମାଗି ସତ୍ତ୍ୱେ ଜଷ୍ଟିସ ସିଦ୍ଧାର୍ଥ ମ୍ରିଦୁଲ ଓ ଜଷ୍ଟିସ ତଲୱନ୍ତ ସିଂହଙ୍କ ଖଣ୍ଡପୀଠ ତାଙ୍କୁ ମାମଲାରୁ ଖଲାସ କରି ନାହାନ୍ତି। ଅଗ୍ନିହୋତ୍ରୀଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୋଇ କ୍ଷମା ମାଗିବାକୁ ଖଣ୍ଡପୀଠ କହିଛନ୍ତି।

ଖଣ୍ଡପୀଠ କହିଛନ୍ତି, “ଆମେ ତାଙ୍କୁ(ଅଗ୍ନିହ୍ରୋତ୍ରୀ) କୋର୍ଟରେ ଉପସ୍ଥିତ ରହିବାକୁ କହିଥିଲୁ। କାରଣ ସେ ଅଦାଲତ ଅବମାନନାକାରୀ। କ’ଣ ବ୍ୟକ୍ତିଗତ ଭାବେ ହାଜର ହୋଇ ସେ କ୍ଷମା ପ୍ରାର୍ଥନା କରିବାରେ କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି? ସତ୍ୟପାଠ ଜରିଆରେ ସୁବେବେଳେ କ୍ଷମା ପ୍ରାର୍ଥନା କରାଯାଏ ନାହିଁ।” ଏହାପରେ ଖଣ୍ଡପୀଠ ମାର୍ଚ୍ଚ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି। ଏଥିସହ ଅଗ୍ନିହୋତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ମୁରଲୀଧର ଏବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୮ରେ ସେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିବା ବେଳେ ଭୀମା କୋରେଗାଓଁ ହିଂସା ଘଟଣାର ଅଭିଯୁକ୍ତ ନଭଲଖାଙ୍କୁ ଗୃହବନ୍ଦୀରୁ ମୁକ୍ତି ଦେଇଥିଲେ। ତେବେ ମୁରଲୀଧୀରଙ୍କ ପତ୍ନୀ ନଭଲଖାଙ୍କ ବନ୍ଧୁ ହୋଇଥିବାରୁ ସେ ଏପରି ରାୟ ଦେଇଥିଲେ ବୋଲି ଏକାଧିକ ଟ୍ୱିଟରେ ଦାବି କରିଥିଲେ ଅଗ୍ନିହୋତ୍ରୀ।

Related story