ପ୍ରାର୍ଥୀ ଘୋଷଣା କଲା ଏଆଇଏଡିଏମକେ: ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ କେଉଁଠୁ ଲଢ଼ିବେ

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଆଜି ଶାସକ ଏଆଇଏଡିଏମକେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତାଲିକା ଅନୁସାରେ ମୁଖ୍ୟମନ୍ତ୍ରୀ ଇଡ୍ଡାପାଡି କେ ପଲାନୀସ୍ୱାମୀ ଇଡ୍ଡାପାଡି ନିର୍ବାଚନ ମଣ୍ଡଳୀରୁ ହିଁ ଲଢ଼ିବେ। ସେହିପରି ଦଳର ସଂଯୋଜକ ତଥା ଉପ ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ ବୋଦିନାଇକକନୁର ଆସରୁ ପ୍ରାର୍ଥୀ ହେବେ। ପ୍ରଥମ ପର୍ଯ୍ୟାୟରେ କେବଳ ୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଡି ଜୟକୁମାର […]

AIADMK

Hemant Lenka
  • Published: Friday, 05 March 2021
  • , Updated: 05 March 2021, 05:44 PM IST

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଆଜି ଶାସକ ଏଆଇଏଡିଏମକେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତାଲିକା ଅନୁସାରେ ମୁଖ୍ୟମନ୍ତ୍ରୀ ଇଡ୍ଡାପାଡି କେ ପଲାନୀସ୍ୱାମୀ ଇଡ୍ଡାପାଡି ନିର୍ବାଚନ ମଣ୍ଡଳୀରୁ ହିଁ ଲଢ଼ିବେ। ସେହିପରି ଦଳର ସଂଯୋଜକ ତଥା ଉପ ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ ବୋଦିନାଇକକନୁର ଆସରୁ ପ୍ରାର୍ଥୀ ହେବେ।

ପ୍ରଥମ ପର୍ଯ୍ୟାୟରେ କେବଳ ୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଡି ଜୟକୁମାର ରୋୟାପୁରାମ, ଆଇନ ମନ୍ତ୍ରୀ ସି ଭେ ଶନମୁଗାମ ଭିଲ୍ଲୁପୁରାମ, ବିଧାୟକ ଏସ୍‌ପି ଶନମୁଗାନାଥନ ଶ୍ରୀବାଇଗୁଣ୍ଡାମ ଓ ବିଧାୟକ ଏସ୍‌ ଥେନମୋଝି ନୀଲାକୋଟ୍ଟାଇ ଆସନରୁ ଲଢ଼ିବେ। ଏପ୍ରିଲ ୬ରେ ତାମିଲନାଡୁର ୨୩୪ଟି ଯାକ ବିଧାନସଭା ଆସନ ପାଇଁ ଭୋଟିଂ ହେବ। ମେ’ ୨ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Related story